ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହେଲେ ୧୨ବର୍ଷ ଅପେକ୍ଷା

ପୁରୁଣା ଭୁବନେଶ୍ୱର,୨୯ା୩(ଡି.ଏନ୍‌.ଏ.): ଆସନ୍ତା ୧ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନା କଟକଣା ଓ ଲକ୍‌ଡାଉନ୍‌ ପାଇଁ ଏଯାଏ ରଥ ନିର୍ମାଣ ଅଧା ହୋଇ ନାହିଁ। ଅନ୍ୟପକ୍ଷରେ ରଥଯାତ୍ରା ହେବ କି ନାହିଁ ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ହୋଇ ନ ଥିବାରୁ ଏବେ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି। ଏ ନେଇ ଶନିବାର ଅପରାହ୍ନରେ ସର୍କିଟ ହାଉସ୍‌ରେ ବୈଠକ ପାଇଁ ସେବାୟତ ଓ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଡକାଯାଇଥିଲା। ପରେ କଳ୍ପନାସ୍ଥିତ ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଜିଲାପାଳ ସୀତାଂଶୁ ରାଉତ ପହଞ୍ଚତ୍ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କରୋନା ପାଇଁ ପ୍ରସ୍ତୁତ ୪୦ ଗାଇଡ୍‌ଲାଇନ୍‌ ପଢ଼ି ଶୁଣାଇଥିଲେ ମଧ୍ୟ ରଥଯାତ୍ରା ହେବ କି ନାହିଁ ସେ ସଂକ୍ରାନ୍ତରେ କିଛି କହି ନ ଥିଲେ। ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେବାୟତ ଲିଙ୍ଗରାଜ ପୂଜାପଣ୍ଡା କହିଛନ୍ତି, ଥରେ ରୁକୁଣା ରଥଯାତ୍ରା ବନ୍ଦ ହେଲେ, ବିଧି ମୁତାବକ ୧୨ବର୍ଷ ଅପେକ୍ଷା କରିବାକୁ ପଡିବ। ତ୍ରେତୟା ଯୁଗରୁ ରୁକୁଣା ରଥଯାତ୍ରାର ପରମ୍ପରା ରହିଛି। ତେଣୁ ରଥଯାତ୍ରା କିପରି ହୋଇପାରିବ ତାହା ବ୍ୟବସ୍ଥା କରାଯିବା ଜରୁରୀ। କରୋନା ଗାଇଡ୍‌ଲାଇନ ଅନୁସାରେ ଅଳ୍ପ କେତେଜଣ ସେବାୟତଙ୍କ ଦ୍ୱାରା ରୁକୁଣା ରଥଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଗଲେ ପରମ୍ପରା ବଞ୍ଚତ୍ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

ବଦଳିଗଲା NDA ସଂସଦୀୟ ଦଳର ନାମ: ଏବେ ‘ମଙ୍ଗଳ ମିଳନ’ ନାମରେ ହେବ ବୈଠକ

ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୭।୭: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଓସେପା ଅଫିସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ…

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri