ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି

ପୁରୀ ଅଫିସ,୨୯ା୫: ବାତ୍ୟା ‘ଫନୀ’ ଯେ କେବଳ ମଣିଷଙ୍କୁ ବିପନ୍ନ କରିଦେଇଛି ତାହା ନୁହେଁ ବହୁ ଐତିହ୍ୟ, ଧାର୍ମିକ ଏବଂ ଦର୍ଶନୀୟସ୍ଥଳରେ ମଧ୍ୟ ତାଣ୍ଡବ ରଚିଛି। ଏଥିରୁ ବାଦ୍‌ ପଡ଼ିନି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନେକ କୀର୍ତ୍ତିରାଜି ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ସିଂହଦ୍ୱାର ପ୍ରବେଶ ପଥରେ ଥିବା ଜୟ ମୂର୍ତ୍ତି, ମୁଖ୍ୟ ମନ୍ଦିରର ଦୁଇଟି ସିଂହ, ଭୋଗମଣ୍ଡପ ଉପର କଳସ, ବଟ ବୃକ୍ଷ ପ୍ରଭୃତି କ୍ଷତି ହୋଇଛି। ସେହିପରି ଆନନ୍ଦବଜାର ସମେତ ବେଢା ପରିସର ବିଭିନ୍ନ ମନ୍ଦିରରେ ବି ଆଂଶିକ କ୍ଷୟକ୍ଷତି ହୋଇଛି। ଗୁଣ୍ଡିଚା ମନ୍ଦିର ପରିସରରେ ବ୍ୟାପକ ଗଛ ଧରାଶାୟୀ ହୋଇପଡ଼ିଥିବା ବେଳେ ମନ୍ଦିରରେ ମଧ୍ୟ କ୍ଷତି ପହଞ୍ଚାଇଛି । ଆଗକୁ ରଥଯାତ୍ରା ଆସୁଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଅପରପକ୍ଷେ ଗତ ୧୮ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିଦର୍ଶନରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ସ୍ନାନଯାତ୍ରା ପୂର୍ବରୁ ମରାମତି କାମ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ଶ୍ରୀମନ୍ଦିର ସମେତ ବେଢା ପରିସର ଏକାଧିକ ମନ୍ଦିରରେ କ୍ଷତି ପହଞ୍ଚାଇଛି। କେଉଁଠି ପ୍ଲାଷ୍ଟର ଖସିପଡ଼ିଛି ତ ଆଉ କେଉଁଠି କୀର୍ତ୍ତିରାଜି ନଷ୍ଟ ହୋଇଛି। ତେବେ ଏ ସବୁର ମରାମତି କାମ ଦ୍ରୁତଗତିରେ ଚାଲିଛି। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ସାରିବାକୁ ନିର୍ଦ୍ଦେଶ ରହିଥିବାରୁ ଏହାକୁ ନଜରରେ ରଖି କାମ ଚାଲିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି । ବର୍ଷା ଓ ପବନ ମାଡ଼ରେ ଜଗମୋହନ, ସାକ୍ଷୀଗୋପାଳ ମନ୍ଦିର ସମେତ ଏକାଧିକ ମନ୍ଦିରରୁ ପ୍ଲାଷ୍ଟର ଛାଡ଼ି ଯାଇଥିଲା। ଏ ସବୁର ମରାମତି କରାଯାଇଛି। ଭୋଗ ମଣ୍ଡପ ଉପରେ ଥିବା କଳସରୁ ଆବରଣ ଛାଡ଼ିଯାଇଥିଲା। ବର୍ତ୍ତମାନ ଭାରା ବନ୍ଧାଯାଇ ଏହାର କାମ ଜାରି ରହିଛି। ସେହିପରି ଲୁହାଭାରା ମାଡ଼ରେ ମୁଖ୍ୟ ମନ୍ଦିରରୁ ସିଂହମୂର୍ତ୍ତି ଦୁଇଟି ତଳକୁ ଖସିପଡ଼ିଥିଲା। ସେହି ମୂର୍ତ୍ତି ଦୁଇଟିକୁ ଯଥା ସ୍ଥାନରେ ଲଗାଯାଇଛି। ଆନନ୍ଦ ବଜାରରେ ଗଛ ଉପୁଡ଼ିିଯିବାରୁ କେତେକ ଫ୍ଲୋରିଂ ନଷ୍ଟ ହୋଇଯାଇଥିଲା। ତାହାକୁ ମରାମତି କରାଯାଇଛି। ବାତ୍ୟାରେ ସିଂହଦ୍ୱାର ପ୍ରବେଶ ପଥରେ ରହିଥିବା ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡ଼ିିଥିଲା । ଏହି ମୂର୍ତ୍ତି ପୂର୍ବରୁ ସିମେଣ୍ଟ ଏବଂ ରଡ୍‌ରେ ତିଆରି ହୋଇଥିଲା। ଏବେ ମୂର୍ତ୍ତିକୁ ଖଣ୍ଡୋଲାଇଟ୍‌ ପଥରରେ ତିଆରି କରାଯାଉଛି। ଭୁବନେଶ୍ୱରର ଜଣେ ଶିଳ୍ପୀ ଏହାକୁ ତିଆରି କରୁଛନ୍ତି। ତେବେ ଏହି କାମ ବିଳମ୍ବ ହୋଇପାରେ। କିନ୍ତୁ ସ୍ନାନ ଯାତ୍ରା ପୂର୍ବରୁ ଅନ୍ୟାନ୍ୟ ମରାମତି କାମ ଶେଷ ହୋଇଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଜୋର୍‌ଦାର କାମ ଚାଲିଛି। ରଥଯାତ୍ରା ସମୟରେ ମହାପ୍ରଭୁ ଏଠାରେ ଅବସ୍ଥାନ କରିବେ। ଏହି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ହେବ । ତେଣୁ ସ୍ନାନଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri