ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି ପ୍ରତିମୂର୍ତ୍ତିରେ ଗଛଲତା ଉଠିଲାଣି। ପୋଲିସ ଲାଇନ ହାଇସ୍କୁଲ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଅନବନା ଗଛଲତା ଉଠିଛି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଫାଳେ ଉଡିଯାଇଛି। ମଧୁବାବୁଙ୍କ ପ୍ରତିମୂର୍ତିର ମୁଖ ଭାଙ୍ଗିଯାଇଛି। ହରିହର ଛକ ରହିଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପରେ ଏହାକୁ ଏକ କୋଣରେ ସ୍ଥାପନା କରାଯାଇଛି। ପୌରସଦନଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରୁ ପ୍ଲାଷ୍ଟର ଛାଡ଼ିଲାଣି। ଦିଗବାରୋଣୀ ଖୁଣ୍ଟି ନିକଟରେ ଥିବା ବିବେକାନନ୍ଦ ଏବଂ ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ ମାନଙ୍କରେ ରହିଥିବା ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଗଲାଣି। ଗତ ଫନୀ ବାତ୍ୟାରେ ଷ୍ଟେଶନ ବଜାରଠାରେ ରହିଥିବା ପ୍ରଥମ ସ୍ବାଧିନତା ସଂଗ୍ରାମୀ ଜୟୀରାଜଗୁୁରୁଙ୍କ ଫାଇବର ମୂର୍ତ୍ତି ଭାଙ୍ଗିଯିବା ପରେ ଏହା ବର୍ତ୍ତମାନ ସଂସ୍କୃତିଭବନଠାରେ ପଡିଛି। କେବଳ ଜନ୍ମଜୟନ୍ତୀ ଏବଂ ଶ୍ରାଦ୍ଧବାର୍ଷିକୀ ଆସିଲେ, ଏହି ପ୍ରତିମୂର୍ତ୍ତି କଥା ମନେ ପଡେ। ତା ପରେ ୩୬୫ଦିନ ଅଳିଆ ଆର୍ବଜନା ମଧ୍ୟରେ ରହିଥାଏ। ଏ ସମ୍ପର୍କରେ ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଶିବ ପ୍ରସାଦ ମିଶ୍ର କୁହନ୍ତି ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ଜିଲା ପ୍ରଶାସନ ଠାରୁ ସଂସ୍କୃତି ବିଭାଗ ପର୍ଯ୍ୟନ୍ତ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରେ ପ୍ରତିମୂର୍ତ୍ତି ପୁନରୁଦ୍ଧାର ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?