ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ଥାଏ ବଂଶୀ

ଆସୁଛି ଜନ୍ମାଷ୍ଟମୀ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଅନେକ ପୌରାଣିକ ଆଖ୍ୟାନ ଥିବା ବେଳେ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ବଂଶୀ ଥାଏ, ତାହାର ରହସ୍ୟ ଅନେକଙ୍କୁ ଜଣା ନ ଥିବ। ତେବେ ଏହାକୁ ନେଇ କିଛି ଲୋକକଥା ମଧ୍ୟ ରହିଛି। କୁହାଯାଏ, ଶ୍ରୀକୃଷ୍ଣ ଯେତେବେଳେ ଯମୁନା ନଦୀକୂଳରେ ବସି ବଂଶୀ ବଜାଉଥିଲେ, ସେତେବେଳେ ଦୂରରେ ଥିବା ଗୋପାଙ୍ଗନାମାନେ ତାଙ୍କ ବଂଶୀର ସୁମଧୁର ସ୍ବର ଶୁଣି ତାଙ୍କ ନିକଟକୁ ଚାଲି ଆସୁଥିଲେ। ଆଉ ଗୋପୀଙ୍କ ସହ ଶ୍ରୀକୃଷ୍ଣ କଥାରେ ବିଭୋର ହୋଇଯିବା ପରେ ଗୋପୀମାନେ କୌଶଳକ୍ରମେ ତାଙ୍କ ବଂଶୀକୁ ନେଇ ଯାଇଥିଲେ। ବଂଶୀକୁ ପ୍ରଶ୍ନ କରିଥିଲେ, ‘ତୁ କ’ଣ ଏମିତି ପୁଣ୍ୟ କରିଛୁ ଯେ, ଦୈନିକ କୃଷ୍ଣଙ୍କ ଫୁଲ ଭଳି କୋମଳ ଓଠକୁ ଛୁଇଁପାରୁଛୁ’। ଏହାଶୁଣି ବଂଶୀ ସାମାନ୍ୟ ହସିଦେବା ସହ କହିଥିଲା, କୃଷ୍ଣଙ୍କ ନିକଟତର ହେବାକୁ ମୁଁ କେଉଁ କାଳରୁ ଅପେକ୍ଷା କରି ରହିଥିଲି। ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ଶ୍ରୀରାମ ବନବାସରେ ଥିଲେ, ସେତେବେଳେ ମୋର ତାଙ୍କ ସହ ଭେଟ ହୋଇଥିଲା। ସେହି ସମୟରେ ତାଙ୍କ ନିକଟରେ ବହୁ କୋମଳ ଓ ମନମୋହକ ଫୁଲ ଥିଲେ ମଧ୍ୟ ସେ ମୋତେ ସେମାନଙ୍କ ଭଳି ସମାନ ଦୃଷ୍ଟିରେ ଦେଖୁଥିଲେ। ମୋର କଠୋରତା ପ୍ରଭୁଙ୍କ ପାଇଁ କୌଣସି ମାନେ ରଖି ନ ଥିଲା। ଆଉ ତାଙ୍କର ପ୍ରେମ ସ୍ପର୍ଶ ପାଇବା ପରେ ତାଙ୍କ ନିକଟରେ ଜୀବନସାରା ରହିବାକୁ କାମନା କରିଥିଲି। ହେଲେ ପ୍ରଭୁ ସେ ସମୟରେ ନିଜ ମର୍ଯ୍ୟାଦା ସହ ବନ୍ଧା ହୋଇଥିବା ବେଳେ ଦ୍ୱାପର ଯୁଗରେ ସେ ମୋତେ ତାଙ୍କ ପାଖରେ ରଖିବେ ବୋଲି କଥା ଦେଇଥିଲେ। ଏଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାରରେ ସେ ବଂଶୀକୁ ପିଲାଦିନୁ ପାଖରେ ରଖିଥିଲେ ବୋଲି ବଂଶୀ ଗୋପୀଙ୍କୁ କହିଥିଲା। ତେବେ ଲୋକକଥା ଅନୁଯାୟୀ, ବଂଶୀର ସୁମଧୁର ସ୍ବର ସହ ଜୀବନର ଅନେକ କଥା ଜଡିତ ହୋଇ ରହିଛି। କାରଣ ବଂଶୀ ଏତେ କଠିନ ହୋଇ ମଧ୍ୟ ତା’ ନିକଟରୁ କେତେ ସୁମଧୁର ସ୍ବର ବାହାରି ପାରୁଛି। ଏହାସହ ବଂଶୀରେ କୌଣସି ଗଣ୍ଠି ନାହିଁ। ଏହାର ଅର୍ଥ ହେଉଛି, ମନରେ କୌଣସି ବି ଗଣ୍ଠି ବା ଦ୍ୱନ୍ଦ୍ୱ ନ ରଖି ଯିଏ ଯେମିତି ବ୍ୟବହାର ଦେଖାଉନା କାହିଁକି ନିଜ ବ୍ୟବହାରରେ କେବେବି ପରିବର୍ତ୍ତନ ଆଣିବା ଠିକ୍‌ ନୁହେଁ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri