ଶୋଚନୀୟ ଅବସ୍ଥାରେ ହାଟବସ୍ତ-ପାଟବନ୍ଧ ରାସ୍ତା : ତୁରନ୍ତ କାମ ସାରିବାକୁ ଦାବି

ବୋଲଗଡ଼,୮।୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତଠାରୁ ଖଲ୍ଲିକୋଟ ମଧ୍ୟ ଦେଇ ପାଟବନ୍ଧ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ବର୍ତ୍ତମାନ ନିର୍ମାଣ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ୧ ବର୍ଷ ପୂର୍ବରୁ ଟେଣ୍ଡର ମାଧ୍ୟମରେ ଏହି ରାସ୍ତାର ନିର୍ମାଣ ଆରମ୍ଭ କରାଯାଇଥିଲେ ମଧ୍ୟ କାମ ବନ୍ଦ ରହିଛି। ଏଥିଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମ ଆରମ୍ଭ ସମୟରୁ କେବଳ ରାସ୍ତାର ଅଳ୍ପ କେତେକ ସ୍ଥାନରେ ମେଟାଲ୍‌ ଓ ମୋରମ ପକାଯିବା ପରେ ନିର୍ମାଣ ବନ୍ଦରହିଛି। ରାସ୍ତା ପାର୍ଶ୍ୱରେ ବର୍ତ୍ତମାନ କେବଳ ମେଟାଲ୍‌ ଗଦା ହୋଇରହିଛି । ମାତ୍ର ନିର୍ମାଣ କାର୍ଯ୍ୟ  ହେଉନାହିଁ।  ତେଣୁ ଉକ୍ତ ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ସହ ଶୀଘ୍ର ସାରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ନାବାର୍ଡ ସହାୟତାରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇ ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ଇତି ମଧ୍ୟରେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି  ହେଉନାହିଁ। ଏଥିଯୋଗୁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବାରୁ ତୁରନ୍ତ କାର୍ଯ୍ୟ ସାରିିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା...

ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି...

ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri