ଅଭିଜ୍ଞଙ୍କ ଭିତରେ ଅନେକ ନୂଆ ମୁହଁ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୧୨ ବିଧାନସଭା ଆସନରେ ବିଜୟୀ ହୋଇ ପଞ୍ଚମଥର ଲାଗି ରାଜ୍ୟରେ ସରକାର ଗଠନ କରିଛି। ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ୧୧ କ୍ୟାବିନେଟ୍‌ ମନ୍ତ୍ରୀ ଓ ୯ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏଥର ୧୦ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି। ଦଳର ବହୁ ଆଗ ଧାଡିର ନେତା ତଥା ହେଭିଓ୍ବେଟ୍‌ଙ୍କୁ ଏଥର ସ୍ଥାନ ଦିଆଯାଇନାହିଁ। ନାନା ଚର୍ଚ୍ଚା ପରେ ବି ବହୁ ଟାଣୁଆ ନେତାଙ୍କୁ ଶେଷରେ ନୀରବ ରହିବାକୁ ପଡିଛି। ତଥାପି ବହୁ ଅଭିଜ୍ଞଙ୍କ ଭିତରେ ଅନେକ ନୂଆଙ୍କୁ ଦାୟିତ୍ୱ ଦେଇ ନବୀନ ନିଜର ୫ମ ପାଳି ଆରମ୍ଭ କରିଛନ୍ତି।
କ୍ୟାବିନେଟ୍‌ ପାହ୍ୟା ପାଇଥିବା ୧୧ ଜଣିଆ ମନ୍ତ୍ରୀ ତାଲିକାରେ ମଧ୍ୟ ବହୁ ନୂଆ ନେତାଙ୍କୁ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀ ଗୃହ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ନିଜ ହାତରେ ରଖିଛନ୍ତି। ପ୍ରଫୁଲ୍ଲ ମଲିକ ୨୦୦୪, ୨୦୦୯,୨୦୧୪ ଏବଂ ୨୦୧୯ରେ ଲଗାତର ବିଜୟୀ ହୋଇଆସୁଛନ୍ତି। ପ୍ରଫୁଲ୍ଲଙ୍କୁ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ଦାୟିତ୍ୱ ଦିଆଯାଇଛି। ୨୦୧୪ର ଦ୍ୱିତୀୟ ପାଳିରେ ପ୍ରଫୁଲ୍ଲଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସେହିପରି ପ୍ରତାପ ଜେନାଙ୍କୁ ମଧ୍ୟ ୪ର୍ଥ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା। ପ୍ରତାପ ୨୦୦୦ ମସିହାରୁ ଲଗାତର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। ସେ ୨୦୦୦-୨୦୦୪ରେ କିଶନନଗର ଆସନରୁ ବିଜୟୀ ହୋଇଥିବା ବେଳେ ୨୦୦୯, ୨୦୧୪ଏବଂ ୨୦୧୯ରେ ମାହାଙ୍ଗାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତାପଙ୍କ ଉପରେ ଭରସା କରି ତାଙ୍କୁ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି। ନୟାଗଡ ଆସନରୁ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ନିର୍ବାଚିତ ହୋଇ ଆସୁଥିବା ଅରୁଣ କୁମାର ସାହୁଙ୍କୁ କୃଷି,ମତ୍ସ୍ୟ,ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି। ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଲଗାତର ୮ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ସେ ୧୯୯୦ ଓ ୧୯୯୫ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ୨୦୦୦, ୨୦୦୪, ୨୦୧୨ ଉପନିର୍ବାଚନ ଏବଂ ୨୦୧୪ରେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି। ୨୦୧୯ରେ ବିଜୟୀ ହୋଇ ରଣେନ୍ଦ୍ର ବିଜେଡି ସରକାରର ୫ମ ପାଳିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ପଦ ପାଇଛନ୍ତି। ଅପରପକ୍ଷରେ କଂଗ୍ରେସ ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇଥିବା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ୨୦୧୯ ନିର୍ବାଚନର କିଛିଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ରେ ସେ ବିଜେଡି ଟିକେଟରେ ଲଢି ବିଜୟୀ ହେବାପରେ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ନବଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପଦ ମିଳିଛି। ଭଞ୍ଜନଗର ଆସନରୁ ୧୯୯୫ରୁ ଲଗାତର ଭାବେ ବିକ୍ରମ କେଶରୀ ଆରୁଖ ବିଜୟୀ ହୋଇଆସୁଛନ୍ତି। ବିଭିନ୍ନ ସମୟରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇ ଆସୁଛନ୍ତି। ଏଥର ଆରୁଖଙ୍କୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ସେହିପରି ନିରଞ୍ଜନ ପୂଜାରୀ ବିନିକା ବିଧାନସଭା ଆସନରୁ ୨୦୦୦ ଓ ୨୦୦୪ରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ହେଲେ ୨୦୦୯, ୨୦୧୪ ଓ ୨୦୧୯ରେ ସେ ସୋନପୁର ଆସନରୁ ତିନିଥର ବିଧାୟକ ହୋଇଛନ୍ତି। ନିରଞ୍ଜନ ମଧ୍ୟ ପୂର୍ବରୁ ଅନେକ ସମୟରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଏଥର ମନ୍ତ୍ରିମଣ୍ଡଳରେ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ସାଙ୍ଗକୁ ଅର୍ଥ ଓ ଅବକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି। ଟିଟିଲାଗଡ ଆସନରୁ ୨୦୧୪ରୁ ନିର୍ବାଚନ ଜିତିଛନ୍ତି ଟୁକୁନି ସାହୁ। ୨୦୧୯ ନିର୍ବାଚନରେ ମଧ୍ୟ ଟୁକୁନି ବିଜୟୀ ହୋଇ ପ୍ରଥମ ଥର ଲାଗି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ସେହିପରି ଜେଏମ୍‌ଏମ୍‌ ସଙ୍ଗଠନ ସହ ଜଡିତ ଥିବା ପୂରୁଣା ନେତା ସୁଦାମ ମାରାଣ୍ଡିଙ୍କ ଉପରେ ମଧ୍ୟ ନବୀନ ଏଥର ଆସ୍ଥା ପ୍ରକଟ କରିଛନ୍ତି। ସୁଦାମଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦ ମିଳିଛି। ସୁଦାମ ମଧ୍ୟ ପୂର୍ବରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଅନ୍ୟପଟେ ଭଟଲି ଆସନରୁ ୨୦୦୯, ୨୦୧୪ରେ ବିଜୟୀ ହୋଇଥିବା ସୁଶାନ୍ତ ସିଂ ୨୦୧୯ ନିର୍ବାଚନରେ ମଧ୍ୟ ବାଜିମାତ କରିଛନ୍ତି। ୨୦୧୪ ମନ୍ତ୍ରିମଣ୍ଡଳର ଦ୍ୱିତୀୟ ପାଳିରେ ସୁଶାନ୍ତ ସ୍ଥାନ ପାଇଥିଲେ। ଏଥର ମଧ୍ୟ ସେ ନବୀନଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ତାଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ନିୟୋଜନ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିପାରିଛି। ପଦ୍ମନାଭ ବେହେରା ବୀରମହାରାଜପୁର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୯ରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ପୂର୍ବରୁ ଦୁଇଥର ସେ ଫୁଲବାଣୀ ଆସନରୁ ଜିତି ବିଧାନସଭା ଆସିଥିଲେ। ବିଗତ ଦିନରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଦ୍ମନାଭ ରହିଛନ୍ତି। ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସହ କ୍ୟାବିନେଟ୍‌ ପାହ୍ୟା ମିଳିଛି। ସେ ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ପାଇଛନ୍ତି।
ଏହାସହ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ନେତାଙ୍କ ଭିତରେ ମଧ୍ୟ ବହୁ ନୂଆ ଚେହେରା ଅଛନ୍ତି। ଏହାସହ ଦଳ ଡେଇଁ ଆସିଥିବା କେତେଜଣ ନେତାଙ୍କୁ ବିଭିନ୍ନ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ବିଷମକଟକ ଆସନରୁ ବିଜୟୀ ହୋଇଥିବା ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ସାରକା ୨୦୧୪ରେ ମଧ୍ୟ ଏହି ଆସନରୁ ବିଜୟୀ ହୋଇଥିଲେ। ଜୁନାଗଡ ଆସନରୁ ଜିତିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ, ସୂକ୍ଷ୍ମ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସହ ଗୃହ ବିଭାଗର ଅତିରିକ୍ତ ମିଳିଛି। ସେ ୨୦୧୪ରେ ମଧ୍ୟ ଏହି ଆସନରୁ ବିଧାୟକ ହୋଇଥିଲେ। ସେହିପରି ଭୁବନେଶ୍ୱର ଏକାମ୍ର ଆସନରୁ ୨୦୦୯ରୁ ବିଜୟୀ ହୋଇ ଆସୁଥିବା ଅଶୋକ ପଣ୍ଡାଙ୍କ ଉପରେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବ ବୋଲି ସେ ଆଶା କରୁଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଦେଇ ସନ୍ତୁଷ୍ଟ କରାଯାଇଛି। ତାଙ୍କୁ ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିଛି।
୨୦୦୯ରୁ ଲଗାତର ନିମାପଡା ଆସନରୁ ଜିତି ଆସୁଥିବା ସମୀର ରଞ୍ଜନ ଦାସଙ୍କୁ ଏଥର ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ମିଳିଛି। ଗତଥର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବ ବୋଲି ଆଶା କରି ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ସେହିପରି ସିମୁଳିଆ ଆସନରୁ ଜିତିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ହୋଇଛନ୍ତି। ତେଲକୋଇରୁ ବିଜୟୀ ହୋଇଥିବା ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀପଦ ମିଳିଛି। ୨୦୧୯ ନିର୍ବାଚନ ପୂର୍ବରୁ ଭାଜପାରୁ ଆସି ବିଜେଡିରେ ମିଶିଥିବା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତାଙ୍କୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ମିଳିଛି। କୋଟପାଡ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ପଦ୍ମିନୀ ଦିଆନଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀପଦ ମିଳିଛି। ସେହିପରି ପ୍ରଥମ ଥର କାକଟପୁର ଆସନରୁ ଜିତି ବିଧାୟକ ହୋଇଛନ୍ତି ତୁଷାରକାନ୍ତି ବେହେରା। ସେ ନିର୍ବାଚନରେ ଭାଜପା ଟିକେଟ ପାଇଥିଲେ। ହେଲେ ଟିକେଟ ଫେରାଇ ଶେଷରେ ବିଜେଡିରୁ ପ୍ରାର୍ଥୀ ହେଲେ। ୨୦୧୯ରେ କ୍ୟାରିୟର ଆରମ୍ଭ କରି ବିଜୟୀ ହେବା କ୍ଷଣି ତୁଷାରକାନ୍ତିଙ୍କୁ ମନ୍ତ୍ରୀ ପଦ ମିଳିଯାଇଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ତୁଷାର ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?