ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଏକ ହାତୀ କୁକୁରକୁ ଗେଡାଉଥିବା ବେଳେ ପାରୁନି। କୁକୁର ହାତୀ ସହ ଖେଳୁଛି ସେ ଶୁଣ୍ଢ ହଲାଇ ତାହା ପାଖକୁ ଆସୁଛି ହେଲେ କୁକୁୁରକୁ ପାରୁନାହିଁ।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Best of the Friends 💕 pic.twitter.com/ZhoVTPSkbD
— Susanta Nanda IFS (@susantananda3) October 2, 2020