Posted inଫୁରସତ

ଶୁଖୁଛି ବିଶ୍ୱର ଏହି ଜଳପ୍ରପାତ

ଲୁସାକା: ବିଶ୍ୱର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଦକ୍ଷିଣଆଫ୍ରିକାର ଜାମ୍ବିଆ ଏବଂ ଜିମ୍ବାଓ୍ବେକୁ ବିଭାଜନ କରୁଥିବା ଭିକ୍ଟୋରିଆ ଜଳପ୍ରପାତ ଅନ୍ୟତମ। ୩୫୫ ଫୁଟ ଉଚ୍ଚର ଏହି ଜଳପ୍ରପାତ ପ୍ରତିବର୍ଷ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମାତ୍ର ୨୫ ବର୍ଷ ଧରି ଏହି ପ୍ରପାତ ଶୁଖିଆସୁଛି। ପ୍ରାୟ ୫୦ ପ୍ରତିଶତ ଏହା ଶୁଖିଗଲାଣି। ଏବେ ପାଣି ଦୁଇ ଧାର ହୋଇ ବହୁଥିବା ଦେଖିବାକୁ ମିଳିଛି।


ଜାମ୍ବିୟନ ରାଷ୍ଟ୍ରପତି ଏଡ୍‌ଗର ଚଗଓ୍ବା ଲିଙ୍ଗୁ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପ୍ରଭାବିତ ହେଉଛି। ମାତ୍ର ରାଷ୍ଟ୍ରପତିଙ୍କ ଏହି କଥାକୁ ପ୍ରର୍ଯ୍ୟଟନ ବୋର୍ଡ ଖାରଜ କରିଦେଇଛି। ବୋର୍ଡ କହିଛି, ଏହା ଜୀବନକାଳ ମଧ୍ୟରେ କେବେ ଶୁଖିବ ନାହିଁ। ପାଣି କମ୍‌ ରହିପାରେ। ଯେତିକି ପାଣିର ଆବଶ୍ୟକ ରହିଛି, ସେତିକି ମିଳି ନ ପାରେ କିନ୍ତୁ କେବେ ବି ଏହା ଶୁଖିବ ନାହିଁ।

ଏଠାକୁ ପର୍ଯ୍ୟଟକମାନେ ଆସୁଥିବାରୁ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇଥାଏ। ଯଦି ଏହା ଶୁଖିଯିବ ତେବେ ଦେଶ ଆର୍ଥତ୍କ ମାନ୍ଦାବସ୍ଥା ଦେଇ ଗତି କରିବ। ଏହା ସହିତ ଏଠାକାର ୪ଟି ନ୍ୟାଶନାଲ ପାର୍କର ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ଭୟଙ୍କର ବିପଦ ମାଡ଼ି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri