ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବଢ଼ୁଛି ଦାବି: ବରୀ ନିର୍ବାଚନମଣ୍ଡଳୀ

ବରୀ,୫ା୬(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ୪୭ ପଞ୍ଚାୟତକୁ ନେଇ ଗଠିତ। ଏଠାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ଥିିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ନିର୍ବାଚନମଣ୍ଡଳୀର କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ଏଠାରେ ଚାଷ ଓ ଚାଷୀର ଭାଗ୍ୟକୁ ବଦଳାଇବା ପାଇଁ ଶୀତଳ ଭଣ୍ଡାର ଖୋଲିବା ଜରୁରୀ ବୋଲି ଶତାଧିକ କୃଷକ ରାଜ୍ୟ ସରକାର, କୃଷି ମନ୍ତ୍ରୀ, ଜିଲା ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି। ଏହି ଅଞ୍ଚଳରେ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ରହିଥିଲାବେଳେ ୫ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡ଼ିଛି। ବିଶେଷକରି ପୋଟଳ, ଟମାଟୋ, କାକୁଡ଼ି, କୋବି, ଆଳୁ, ଝୁଡ଼ଙ୍ଗ, ବିନ୍‌୍‌ ଆଦି ବିଭିନ୍ନ ରବି ଜାତୀୟ ଶସ୍ୟ ଉପତ୍ାଦିତ ହୋଇଥାଏ। ଏ ସବୁର ସଦୁପଯୋଗ ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଏସବୁ ଶସ୍ୟ ଉପତ୍ାଦିତ କରୁଥିଲାବେଳେ ସଠିକ୍‌ ମୂଲ୍ୟ ପାଇପାରୁନାହାନ୍ତି। ଯାହାଫଳରେ ଚାଷୀ ବହୁ କ୍ଷତି ସହିବାକୁ ପଡ଼ୁଛି। ଏହି ଅଞ୍ଚଳର ମୃତ୍ତିକା ଅନୁକୂଳ ଓ ଉର୍ବର ହୋଇଥିବାରୁ ବିଶେଷକରି କୋବି, ଟମୋଟା, ଆଳୁ ବାର୍ଷିକ ୧୦ ଟନ୍‌ ଉପତ୍ାଦିତ ହେଉଛି। ଏସବୁକୁ ସୁରକ୍ଷିତ ରଖିବା ପାଇଁ କୌଣସି ସୁବିଧା ନାହିଁ। ଚାଷୀ ବାଧ୍ୟ ହୋଇ ଉଚିତ ମୂଲ୍ୟରେ ବିକ୍ରି ନ କରି କ୍ଷତି ସହୁଛନ୍ତି। ଫନୀରେ ଲକ୍ଷାଧିକ ଟଙ୍କାର ପନିପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ସର୍ଭେ କରାଯାଇ ସରକାରୀଭାବେ ଯଦି ଶୀତଳ ଭଣ୍ଡାର ଖୋଲା ଯାଇପାରନ୍ତା, ଏହି ନିର୍ବାଚନମଣ୍ଡଳୀର ୮୦ଭାଗ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ନବନିର୍ବାଚିତ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ, କୃଷି ହେଉଛି ବରୀ ଅଞ୍ଚଳର ଜୀବନଜୀବିକା। ଏଠାରେ ନିଶ୍ଚିତ ଭାବେ ଏକ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ସରକାରୀସ୍ତରରେ ଚେଷ୍ଟା କରି ନିଶ୍ଚୟ ଶୀତଳ ଭଣ୍ଡାର ସ୍ଥାପନ ହେବ ବୋଲି ଦାସ କହିଛନ୍ତି। କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ, ବରୀରେ ଶୀତଳଭଣ୍ଡାର ନିତାନ୍ତ ଜରୁରୀ। ସରକାର ଚାହଁିଲେ ଏଠାରେ ନିଶ୍ଚୟ ଶୀତଳ ଭଣ୍ଡାର ଖୋଲିପାରିବେ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri