ବରୀ,୫ା୬(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ୪୭ ପଞ୍ଚାୟତକୁ ନେଇ ଗଠିତ। ଏଠାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ଥିିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ନିର୍ବାଚନମଣ୍ଡଳୀର କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ଏଠାରେ ଚାଷ ଓ ଚାଷୀର ଭାଗ୍ୟକୁ ବଦଳାଇବା ପାଇଁ ଶୀତଳ ଭଣ୍ଡାର ଖୋଲିବା ଜରୁରୀ ବୋଲି ଶତାଧିକ କୃଷକ ରାଜ୍ୟ ସରକାର, କୃଷି ମନ୍ତ୍ରୀ, ଜିଲା ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି। ଏହି ଅଞ୍ଚଳରେ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ରହିଥିଲାବେଳେ ୫ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡ଼ିଛି। ବିଶେଷକରି ପୋଟଳ, ଟମାଟୋ, କାକୁଡ଼ି, କୋବି, ଆଳୁ, ଝୁଡ଼ଙ୍ଗ, ବିନ୍୍ ଆଦି ବିଭିନ୍ନ ରବି ଜାତୀୟ ଶସ୍ୟ ଉପତ୍ାଦିତ ହୋଇଥାଏ। ଏ ସବୁର ସଦୁପଯୋଗ ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଏସବୁ ଶସ୍ୟ ଉପତ୍ାଦିତ କରୁଥିଲାବେଳେ ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି। ଯାହାଫଳରେ ଚାଷୀ ବହୁ କ୍ଷତି ସହିବାକୁ ପଡ଼ୁଛି। ଏହି ଅଞ୍ଚଳର ମୃତ୍ତିକା ଅନୁକୂଳ ଓ ଉର୍ବର ହୋଇଥିବାରୁ ବିଶେଷକରି କୋବି, ଟମୋଟା, ଆଳୁ ବାର୍ଷିକ ୧୦ ଟନ୍ ଉପତ୍ାଦିତ ହେଉଛି। ଏସବୁକୁ ସୁରକ୍ଷିତ ରଖିବା ପାଇଁ କୌଣସି ସୁବିଧା ନାହିଁ। ଚାଷୀ ବାଧ୍ୟ ହୋଇ ଉଚିତ ମୂଲ୍ୟରେ ବିକ୍ରି ନ କରି କ୍ଷତି ସହୁଛନ୍ତି। ଫନୀରେ ଲକ୍ଷାଧିକ ଟଙ୍କାର ପନିପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ସର୍ଭେ କରାଯାଇ ସରକାରୀଭାବେ ଯଦି ଶୀତଳ ଭଣ୍ଡାର ଖୋଲା ଯାଇପାରନ୍ତା, ଏହି ନିର୍ବାଚନମଣ୍ଡଳୀର ୮୦ଭାଗ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ନବନିର୍ବାଚିତ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ, କୃଷି ହେଉଛି ବରୀ ଅଞ୍ଚଳର ଜୀବନଜୀବିକା। ଏଠାରେ ନିଶ୍ଚିତ ଭାବେ ଏକ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ସରକାରୀସ୍ତରରେ ଚେଷ୍ଟା କରି ନିଶ୍ଚୟ ଶୀତଳ ଭଣ୍ଡାର ସ୍ଥାପନ ହେବ ବୋଲି ଦାସ କହିଛନ୍ତି। କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ, ବରୀରେ ଶୀତଳଭଣ୍ଡାର ନିତାନ୍ତ ଜରୁରୀ। ସରକାର ଚାହଁିଲେ ଏଠାରେ ନିଶ୍ଚୟ ଶୀତଳ ଭଣ୍ଡାର ଖୋଲିପାରିବେ ବୋଲି ସାହୁ କହିଛନ୍ତି।
Posted inଆମ ଜିଲା ଖବର View All
ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର
ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…
୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ
ଟେନ୍ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…
ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ
ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…
ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା
ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…
ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ
କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…
ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା
ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…
ଚେକ୍ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…
ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍ଏଫ୍ସି କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

