ଆଜି ବିଶ୍ୱ ପରିବେଶ ଦିବସ: ଉତ୍କଟ ହେଉଛି ନଦୀ, ଭୂତଳ ଜଳ ପ୍ରଦୂଷଣ କାର୍ଯ୍ୟକାରୀ ହେଉନି ଯୋଜନା

ଯାଜପୁର ଅଫିସ,୫ା୬- ବିଶ୍ୱ ପରିବେଶ ଦିବସ ଆସିଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସଂଗଠନ ଜଳ ଓ ବାୟୁ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତି। କେତୋଟି ସଭା, ଶୋଭାଯାତ୍ରା ଆଦି ଆୟୋଜନ କରି ଲମ୍ବା ଲମ୍ବା ଭାଷଣ ଦେଇଥାନ୍ତି। ହେଲେ ବାସ୍ତବରେ ନଦୀନାଳ, ଭୂତଳ ଜଳ ଓ ବାୟୁ କେତେ ମାତ୍ରାରେ ପ୍ରଦୂଷିତ ହେଉଛି ତାହାର ଆକଳନ କରି ଉପଯୁକ୍ତ ପଦକ୍ଷେପ କିପରି ନିଆଯାଇ ପାରିବ ସେ ନେଇ କୌଣସି କାର୍ଯ୍ୟପନ୍ଥା ବାହାର କରିବାକୁ କାହାର ପାଖରେ ସମୟ ନ ଥିଲା ଭଳି ମନେ ହେଉଛି । ବିଭିନ୍ନ ସମୟରେ କମିଟି ଗଠନ କରି ଯୋଜନା ପ୍ରସ୍ତୁତ ହେଉଛି ସତ ହେଲେ ତାହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜଳ ପ୍ରଦୂଷଣ ଉକତ୍ଟ ହେବାରେ ଲାଗିଛି।
ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏହାର ପ୍ରଭାବ ଯେ, ପରିବେଶ ଓ ନଦୀ ନାଳ ଉପରେ ପଡ଼ୁଛି ତାକୁ କେହି ଅନୁଶୀଳନ କରୁ ନାହାନ୍ତି। ଏହିକ୍ରମରେ ଯାଜପୁର ଜିଲାର ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ଡମଶାଳା, ଗଣ୍ଡନାଳା ଆଦି ନଦୀନାଳ ଜଳରେ ଅନୁଜ୍ଞେୟ ସୀମିତ (ପରମିସିବୁଲ ଲିମିଟ) ଠାରୁ ଅଧିକ ଫେନୋଲିକ କମ୍ପାଉଣ୍ଡ(କୋଇଲାକ୍ତ ପଦାର୍ଥ), ସାୟାନାଇଡ, ଅମ୍ଲଯୁକ୍ତ ପଦାର୍ଥ (ପିଏଚ୍‌) ସହ ହେକ୍ସାଭେଲେଣ୍ଟ କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଆଦି ବିଷାକ୍ତ ଦ୍ରବ୍ୟ ରହିଛି। ସରକାରୀସ୍ତରରେ ବିଭିନ୍ନ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏହାସହ ଉଦ୍‌ଗମସ୍ଥଳରେ ଖଣି କାର୍ଯ୍ୟ ଯୋଗୁ ମୃତ୍ତିକା ଓ ଜଙ୍ଗଲ କ୍ଷୟ ହୋଇ ନଦୀରେ ଜଳପ୍ରବାହ କମିବାରେ ଲାଗିଛି। କଳିଙ୍ଗନଗରର ଶିଳ୍ପ କାରଖାନା ଓ ସୁକିନ୍ଦା କ୍ରୋମ୍‌ଜୋନର ବିଭିନ୍ନ ଖଣିରୁ ଦୂଷିତ ଜଳ ନିଷ୍କାସିତ ହୋଇ ନଦୀ ବିଷାକ୍ତ ହେବାରେ ଲାଗିଛି। ଏହି କାରଣରୁ ଯାଜପୁର ଜିଲାର ସମସ୍ତ ପ୍ରମୁଖ ନଦୀର ସ୍ବାସ୍ଥ୍ୟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସେଥିରେ ପୁଣି ନଦୀରେ ଯାହା ପାଣି ଅଛି, ତାକୁ ଶିଳ୍ପ କାରଖାନାଗୁଡିକ ବଡ଼ ବଡ଼ ପାଇପ ପକାଇ ଶୋଷି ନେଉଛନ୍ତି। ଶିଳ୍ପ ଓ ଖଣି ପ୍ରଭାବିତ ଏହି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳ ଗତ ପ୍ରାୟ ୧୦/୧୫ ବର୍ଷ ହେଲା ଦ୍ରୁତ ହ୍ରାସ ପାଇଛି। ଭୂତଳ ଜଳସ୍ତର ହ୍ରାସ, ଜଙ୍ଗଲ ଓ ମୃତ୍ତିକା କ୍ଷୟ, ଉତ୍ତାପ ବୃଦ୍ଧି ଇତ୍ୟାଦି କେତେକ କାରଣରୁ ନଦୀଜଳ ହ୍ରାସ ପାଉଥିବା ବେଳେ ନଦୀଶଯ୍ୟାରେ କଂକ୍ରିଟବନ୍ଧ ଦେଇ କାରଖାନାକୁ ଜଳଯୋଗାଣ ଯୋଗୁ ପ୍ରତିବର୍ଷ ମାର୍ଚ୍ଚ ମାସ ବେଳକୁ ନଦୀରେ ଜଳ ସଙ୍କଟ ଦେଖାଯାଉଛି । ଏଭଳି ପରିସ୍ଥିତିରେ ନଦୀକୁ ଉଦ୍ଧାର କରା ନ ଗଲେ ଆଗାମୀ ୬/୭ ବର୍ଷ ମଧ୍ୟରେ ନଦୀର ମୃତ୍ୟୁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାର ତଦନ୍ତ ଓ ପ୍ରତିକାର ପାଇ ଜଙ୍ଗଲ ଓ ପରିବଶେ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ୨୦ା୯ା୨୦୧୮ରେ ଦେଇଥିବା ରାୟରେ ପାରା ୫୦(II) ରେ ନିର୍ଦ୍ଦେଶ ଜାରି କରିଛନ୍ତି। କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ ସାମିଲ ହୋଇ ଏକ ଆକ୍ସନ ପ୍ଲାନ ତିଆରି କରିବାକୁ ଏନ୍‌ଜିଟି ପରାମର୍ଶ ଦେଇଛି। ଏହି କମିଟିକୁ ରିଭର ରେଜୁଭିନେସନ କମିଟି(ଆରଆରସି) ବୋଲି ନାମକରଣ କରାଯାଇଛି। ୧୫ା୪ା୨୦୧୯ ରେ ରାଜୀବ ଭବନ କନ୍‌ଫରେନ୍ସ ହଲ୍‌ରେ ରିଭର ରେଜୁଭିନେସନ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ୫ବର୍ଷ ମଧ୍ୟରେ ଜଳସମ୍ପଦ, ମୃତ୍ତିକା, ପଞ୍ଚାୟତିରାଜ, କୃଷି ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏକ କାର୍ଯ୍ୟନ୍ବୟନ ଯୋଜନା ପ୍ରସ୍ତୁତ ହୋଇଛି । ଏହାସହ ନିଶ୍ଚିତ ବଜେଟ ତିଆରି କରି ଯୋଜନାର ପ୍ରାରମ୍ଭରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ପରାମର୍ଶ ଦିଆଯାଇଛି। ତେବେ ରିଭର ରେଜୁଭିନେସନ କାର୍ଯ୍ୟକାରୀ ହେଲେ ଜଳ ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ସେ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯିବ କି ନାହିଁ ତାହା ସ୍ପଷ୍ଟ କରାଯାଇ ପାରିନାହିଁ ା ଶିଳ୍ପ କାରଖାନା ଓ ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ତାହା ମଧ୍ୟ ଉକ୍ତ ବୈଠକ ବିବରଣୀରେ ଦର୍ଶାଯାଇ ନାହିଁ। ତେଣୁ ପ୍ରଦୂଷଣମୁକ୍ତ ନଦୀ ପାଇଁ ଏକ ମେଗା ଯୋଜନା ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବିଭିନ୍ନ ମହଲରେ ଦାବି ହେଉଛି ା ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜଳ ଗୁରୁତର ଭାବେ ବିଷାକ୍ତ ହେଉଛି ା ବ୍ରାହ୍ମଣୀ ନଦୀଗର୍ଭରେ ସୁନ୍ଦରଗଡ, ଅନୁଗୋଳ, ଯାଜପୁର ଆଦି ଜିଲାରେ ଗଢି ଉଠିଥିବା ଶିଳ୍ପ କାରଖାନାର ବର୍ଜ୍ୟଜଳ ଛଡ଼ା ଯାଉଛି। ଏହାସହ ରନତ୍ଗର୍ଭା ସୁକିନ୍ଦାର ଖଣି ବର୍ଜ୍ୟଜଳ ଡମଶାଳା ନାଳା ଦେଇ ବ୍ରାହ୍ମଣୀରେ ମିଶୁଛି। ହାଇକୋର୍ଟରେ ଏନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଗତ ୫ ବର୍ଷ ହେଲା ନଦୀଜଳକୁ ସ୍ବଚ୍ଛ ଓ ପାନୀୟ ଉପଯୋଗୀ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି ା ମାତ୍ର ଯୋଜନା କାର୍ଯ୍ୟକାରୀ ହେଉ ନ ଥିବାରୁ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଅନ୍ୟପକ୍ଷେ ଗତ ୨୦୧୮ ଅକ୍ଟୋବର ଓ ଏପ୍ରିଲ ମାସରେ ଜିଲାର ଖଣି ଅଞ୍ଚଳ କାଳିଆପାଣି, ଟିସ୍କୋ, ସାରୁଆବିଲ ଓ କମର୍ଦ୍ଦା ନିକଟରୁ ସଂଗୃହିତ ଭୂତଳ ଜଳ ପରୀକ୍ଷାରୁ ଭୂତଳ ଜଳ ଗୁରୁତର ଭାବେ ବିଷାକ୍ତ ହୋଇଥିବା ଜଣାପଡିଛି। ଏସ୍‌ପିସିବିର ସଦସ୍ୟ ସଚିବ ଏହି ମର୍ମରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ ହେବା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଫଟୋ ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri