ଶିଳ୍ପ କଲେ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରାଯିବ। ଏଭଳି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍‌ ଡିଜାଇନ୍‌ ଓ ମାନୁଫାକ୍ଚରିଂ (ଇଏସ୍‌ଡିଏମ୍‌) ଶିଳ୍ପକୁ ତ୍ୱରାନ୍ବିତ କରିବା ଦିଗରେ ଏହା ସହାୟକ ହେବ। ରାଜ୍ୟରେ ଶିଳ୍ପ ଉପଯୋଗୀ ବାତାବରଣ ସୃଷ୍ଟି ସହ ଉତ୍ତମ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଏହି ନୀତି ଜରିଆରେ ସହାୟତା ପ୍ରଦାନ କରାଯିବ। ଇଏସ୍‌ଡିଏମ୍‌ ୟୁନିଟ୍‌ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ପ୍ରଦାନ ଲାଗି ଏଥିରେ ବ୍ୟବସ୍ଥା କରାଯାଇଛି।
କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଇଲେକ୍ଟ୍ରୋନିକ୍ସ ନୀତିରେ ଶିଳ୍ପ ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସମ୍ପ୍ରସାରଣକୁ ଉତ୍ପାଦନଭିତ୍ତିିକ ସହାୟତା ବାବଦରେ ବାର୍ଷିକ କାରବାରର ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ୧ ପ୍ରତିଶତ ପ୍ରଡକ୍ସନ ଲିଙ୍କଡ୍‌ ଇନ୍‌ସେଣ୍ଟିଭ୍‌ (ପିଏଲ୍‌ଆଇ) ଯୋଗାଇ ଦିଆଯିବ। ଇଏସ୍‌ଡିଏମ୍‌ ୟୁନିଟ୍‌ଗୁଡ଼ିକୁ ସେମାନଙ୍କ ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍‌ ଶୁଳ୍କ, ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ଉପରେ ୩୦% ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ଜମି କ୍ରୟ ସମୟରେ ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ଏବଂ ଦ୍ୱିତୀୟଥର ପାଇଁ ୫୦% ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଯୋଗାଇ ଦିଆଯିବ। ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଲିଜ୍‌ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫% ସର୍ବାଧିକ ୧୦ ଲକ୍ଷ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।
ଏହି ନୀତିରେ ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି। ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଓଡ଼ିଶାର ଲୋକମାନଙ୍କ ସକାଶେ ସର୍ବନିମ୍ନ ୮୦୦୦ ଟଙ୍କାରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ୩ ବର୍ଷ ପାଇଁ ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ମହିଳା, ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୨୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପୋଦ୍ୟୋଗୀମାନେ ଦୀର୍ଘମିଆଦୀ ସୂତ୍ରରେ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରୁ ଋଣକରି ଠିକ୍‌ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟିକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ଏସ୍‌ଜିଏସ୍‌ଟି ଛାଡ଼ କରାଯିବ।
ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଥାପନ ହୋଇଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ ବର୍ଷ ପାଇଁ ୧୦୦% ମ୍ୟୁନିସିପାଲିଟି ଟ୍ୟାକ୍ସ ଛାଡ଼ କରାଯିବ। ଏହି ନୀତି ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏକ ଉଚ୍ଚସମ୍ପନ୍ନ କମିଟି ତଦାରଖ କରାଯିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଓକାକ୍‌ ନୋଡାଲ ଏଜେନ୍ସି ଭାବେ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟର ତଦାରଖ କରାଯିବ। ଏହି ନୂତନ ନୀତି ୨୦୨୬ ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri