ଶିଳ୍ପୀ ଅଶୋକ ମହାନ୍ତିଙ୍କୁ ସୃଜନ ସମ୍ମାନ

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ କଳା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଜୀବନବ୍ୟାପୀ ଚିତ୍ର ଶିଳ୍ପୀ ଭାବେ ସାଧନା କ୍ଷେତ୍ରରେ ଅଶୋକ କୁମାର ମହାନ୍ତିଙ୍କୁ ଚଳିତବର୍ଷର ସୃଜନ ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ମୁଖ୍ୟଅତିଥି ଓଡ଼ିଶା ଲଳିତକଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଲଳିତକଳା ଏକାଡ଼େମୀର ପୂର୍ବତନ ସମ୍ପାଦକ ରବିନାରାୟଣ ରଥ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ, ମହାବିଦ୍ୟାଳୟର ସଦସ୍ୟା କମଳିନୀ ରଥ ପ୍ରମୁଖ ଯୋଗଦେଇ ପୁରସ୍କୃତ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ନିରବଚ୍ଛିନ୍ନ କଳା ସାଧନା ଶିଳ୍ପୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ବୋଲି ମତପ୍ରକାଶ କରିଥିଲେ। ଉତ୍ସବ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ, ଇଷ୍ଟର୍ଣ୍ଣ ଫାଉଣ୍ଡେଶନର ସଭାପତି ଓ ସମ୍ପାଦକ ଫାଉଣ୍ଡେଶନର କାର୍ଯ୍ୟଧାରା ଶିଳ୍ପୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ରହିବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଦିଲ୍ଲୀର ମହମ୍ମଦ ନସିମ ଓ ଭୁବନେଶ୍ୱରର କେଶବ ଖାରାଙ୍କ ଶ୍ରେଷ୍ଠ ଚିତ୍ର ମାନ୍ୟତା ସହ ଉଭୟଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ଶ୍ରେଷ୍ଠ ଚିତ୍ର ଓ ଭାସ୍କର୍ଯ୍ୟ ମଧ୍ୟରେ ଓଡ଼ିଶାରୁ ସୁଶାନ୍ତ କୁମାର ସିଂସାମନ୍ତ, ସମରେନ୍ଦ୍ର ବେହେରା, ଅନିରୁଦ୍ଧ ଦାସ, ଦେବୀପ୍ରସାଦ ରାଉତ, ପବିତ୍ର ଦତ୍ତ, ଜୟଦ୍ରଥ ମଣ୍ଡଳ, ରାକେଶ ସିଂ, ନାଇଣ୍ଟିୱାନ ସରଫ, ପଶ୍ଚିମବଙ୍ଗରୁ ଭରତ ଦାସ, ସବିତା ବରୁଆ, ଦିଲୀପ ପାଲ, ବିପ୍ଲବ କର, ସୋମନାଥ ତାମ୍‌ଲି, ଚଣ୍ଡିଗଡ଼ରୁ ଲକ୍ଷ୍ମୀଧର ସିଂ, ଅଭିଶେକ ତିୱାରୀ, ଛତିଶଗଡ଼ରୁ ଅନୁପମା ଦେ, ଚିକାଙ୍ଗୁଲାରୁ ଲିଙ୍ଗାରାଜୁ ଏମ୍‌ଏସ୍‌, ଇନ୍ଦୋରରୁ ପରଭେଜ ଅହମ୍ମଦ, ସ୍ବପ୍ନିଲ ଜୈନ୍‌, ରାଜପାଲରୁ ଦୀକ୍ଷାନ୍ତ ରାଜପାଲ, ବିଶାଖାପାଟଣାରୁ କୋଟାରାଜ ସୁରେନ୍ଦ୍ର ପ୍ରମୁଖଙ୍କୁ କଳା କ୍ଷେତ୍ରରେ ଚତୁର୍ଥ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ‘ଲାଇନ୍ସ ଇଣ୍ଟରନାଲ’ ଶୀର୍ଷକ ଡ୍ରଇଁ କର୍ମଶାଳାରେ ଅନ୍ୟ ଶିଳ୍ପୀମାନଙ୍କ ସହ ଧଉଳି ଚାରୁକଳା ମହାବିଦ୍ୟାଳୟର ୫୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ସମସାମୟିକ ଡ୍ରଇଁର ଉତ୍କର୍ଷତା ପ୍ରତିପାଦିତ କରିଥିଲେ। ଅଧ୍ୟାପକ ଚନ୍ଦନ କୁମାର ସାମଲ, ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ ଓ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସମ୍ପାଦକ ଦିଲୀପ କୁମାର ମଲ୍ଲିକ, ନୃସିଂହ ଚରଣ ଓଝା, ଦେବଦତ୍ତ ସାହୁ ଓ ଦେବବ୍ରତ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?