ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ

ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ ଶିକ୍ଷୟିତ୍ରୀଙ୍କୁ ବିବାହ ପାଇଁ ଯାଉଥିବା କନ୍ୟାଙ୍କୁ ସଜାଇବା ଦାୟିତ୍ୱ ମିଳିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗରରେ ହେବାକୁ ଥିବା ଏକ ସାମୁହିକ ବିବାହରେ କନ୍ୟାମାନଙ୍କୁ ସଜାଇବାର ଦାୟିତ୍ୱ ଶିକ୍ଷୟିତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି। ସିଦ୍ଧାର୍ଥନଗର ଜିଲାର ନୌଗଡ ବ୍ଲକରେ ମଙ୍ଗଳବାର ହେବାକୁ ଥିବା ସାମୁହିକ ବିବାହରେ ପ୍ରାୟ ୧୮୪ କନ୍ୟାଙ୍କୁ ସଜାଇବାର ଦାୟିତ୍ୱ ୨୦ ଶିକ୍ଷୟତ୍ରୀଙ୍କୁ ଦିଆଯାଇଛି। ସେଠାକାର ଶିକ୍ଷା ଅଧିକାରୀ ଧ୍ରୁବ ପ୍ରସାଦ ତୋଗଲକି ଶାସନ ଢାଞ୍ଚାରେ ଏହି ଆଦେଶ ଜାରି କରିଥିବା କୁହାଯାଉଛି। ଏହି ୨୦ ଜଣିଆ ଶିକ୍ଷୟିତ୍ରୀଙ୍କ ତାଲିକାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା ସହାୟିକାଙ୍କ ନାଁ ରହିଛି। ଏହି ତାଲିକା ଜାରି ହେବା ପରେ ଶିକ୍ଷକଙ୍କ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଏହା ଭାଇରାଲ ହେବାରେ ଲାଗିଲା। ଏହାପରେ କେତେଜଣ ୟୁଜର୍ସ ପ୍ରଶ୍ନ କଲେ, ତେବେ ବରଙ୍କୁ ସଜାଇବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି ନା ନାହିଁ। ଅନ୍ୟ କେତେଜଣ ଲେଖିଛନ୍ତି ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଶିକ୍ଷା ଅଧିକାରୀ ତୁରନ୍ତ ଏହି ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶ ପ୍ରାଥମିକ ଶିକ୍ଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ସୁଶୀଲ ପାଣ୍ଡେ କହିଛନ୍ତି ଶିକ୍ଷକଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ଏହାପରେ ଯଦି କେହି ଶିକ୍ଷକ ସ୍କୁଲ ନ ଯାଆନ୍ତି ତେବେ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ଆସିବ। ଏହି ଘଟଣାକୁ ନେଇ ଅନ୍ୟ ଜଣେ ଶିକ୍ଷକ କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri