ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସ୍କୁଲଗୁଡିକରେ ପାଇଖାନା, ପାନୀୟ ଜଳ, ପ୍ରଧାନଶିକ୍ଷକ ରୁମ୍‌ ନିହାତି ଆବଶ୍ୟକ। ଏଥିସହ ସ୍କୁଲକୁ ସଫା ରଖିବା ସହ ଆକର୍ଷଣୀୟ କରିବା, ଶିକ୍ଷାର ମାନ ବୃଦ୍ଧି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ପ୍ରତିଷ୍ଠା କରିବାକୁ କୁହାଯାଇଛି ା ଏହି ବଗିଚାରେ ଫଳ , ଫୁଲ ସହ ପନିପରିବା ଲଗାଇବାକୁ ଜିଲାପାଳ କହିଥିଲେ। ତେଜପତ୍ର, ଅମୃତଭଣ୍ଡା, ଶଜନା ଓ ପିଜୁଳି ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଇଓ ଅଫିସ ଓ ସ୍କୁଲମାନଙ୍କରେ ରେଜିଷ୍ଟର ରହୁନି। କେଉଁମାନେ କେଉଁଠିକୁ ଯାଇଛନ୍ତି ଏବଂ କ’ଣ ପାଇଁ ଯାଉଛନ୍ତି ସେ ସମ୍ପର୍କରେ ରେଜିଷ୍ଟରରେ ଉଲ୍ଲେଖ ରଖିବା ବାଧ୍ୟତାମୂଳକ। ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ହାଇସ୍କୁଲକୁ ଏକ ମଡେଲ ସ୍କୁଲ କରାଯିବ। କ’ଣ ସବୁ ଆବଶ୍ୟକ ତାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। କ୍ଲାସ ରୁମ୍‌ରେ ମୋବାଇଲ ଫୋନ ବ୍ୟବହାର ଏବଂ ପାନ ଓ ସିଗାରେଟ୍‌ ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଇଓମାନେ ନିୟମିତ ସ୍କୁଲ ପରିଦର୍ଶନ କରିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୨୨ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ବର୍ତ୍ତମାନ ୭ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଚାଲିଛି, ଆହୁରି ୬ଟିରେ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ସେଥିରୁ ୫ ଟିରେ ଖୁବ୍‌ ଶୀଘ୍ର ହଷ୍ଟେଲ ଖୋଲିବ ବୋଲି ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଥିଲେ ା ଉକ୍ତ ହଷ୍ଟେଲ ଗୁଡିକରେ ରହୁଥିବା ପ୍ରତି ଛାତ୍ରୀଛାତ୍ରଙ୍କ ପାଇଁ ୧୫ କିଗ୍ରା ଚାଉଳ ୧ ଟଙ୍କାରେ ଜିଲା ଯୋଗାଣ ଅଧିକାରୀ ଦେବେ। ଏହାକୁ ତୁରନ୍ତ ଉଠାଇବାକୁ କୁହାଯାଇଥିଲା। ପରିମଳ ବିଦ୍ୟାଳୟ ପାଇଁ ଜିଲାସ୍ତରରେ ୩ ଓ ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏ ଶ୍ରେଷ୍ଠ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସମ୍ମାନିତ କରାଯିବ। ଏଥିସହ ଜିଲାସ୍ତରରେ ୩ ଜଣ ଶ୍ରେଷ୍ଠ ଶିକ୍ଷକ ଏବଂ ପ୍ରତି ବ୍ଲକସ୍ତରରେ ଜଣେ ଲେଖାଏ ଶିକ୍ଷକଙ୍କୁ ସମ୍ମାନିତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଗୁରୁଦିବସ ଦିନ ଏହି ସମ୍ମାନିତ କାର୍ଯ୍ୟକ୍ରମର ଆୟୋଜନ ହେବ। ବୈଠକରେ ପ୍ରୋବେସନ ଆଇଏଏସ୍‌, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ବିନୀତା ସେନାପତିଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଏମ୍‌ଆଇଏସ୍‌, ଆବାସ ଯୋଜନା ବିଲ୍‌ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ

ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ…

ପାକିସ୍ତାନ ଗସ୍ତ ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରଶଂସା କଲେ ମୁସାଦିକ ମଲିକ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଲାଗି ରହିଥିବା ବେଳେ, ଦିଲ୍ଲୀରେ ଦିଆଯାଇଥିବା ଏକ ବିବୃତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଏସସିଓ ସିଭିଲାଇଜେସନାଲ…

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ…

ଭାରତ ନା ପାକିସ୍ତାନ, ଏସିଆ କପର ‘ରାଇଜିଂ ଷ୍ଟାର୍ସ’ଙ୍କ ମଧ୍ୟରେ କେଉଁ ଦଳ ଅଧିକ ଶକ୍ତିଶାଳୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନେପାଳ ବିପକ୍ଷରେ ୩୦୬ ରନର ବିଶାଳ ବିଜୟ ହାସଲ…

‘ଖ୍ରୀଷ୍ଟିଆନଙ୍କଠାରୁ ବଢ଼ିଯିବେ ମୁସଲମାନ’, ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ଅଫିସରଙ୍କ ବଡ଼ ବୟାନ, ଶୀଘ୍ର ବିବାହ କରି ଆମେରିକୀୟମାନେ ଅଧିକ ପିଲା ଜନ୍ମ କରନ୍ତୁ…

ଓ଼୍ବାଶିଂଟନ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଦୈନନ୍ଦିନ ଜୀବନ, କାର୍ଯ୍ୟଧାରାରେ ପରିବର୍ତ୍ତନ ଦରକାର: ଅଭିନେତ୍ରୀ ଅର୍ଚ୍ଚିତା

ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍‌କୁ କମ୍‌…

ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ,…

୨.୩ କିମି ଖାଲି ପାଦରେ ଚାଲି ପ୍ରୋଟକଲ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: ବିଧାୟକଙ୍କ କୋକେଇରେ ଦେଲେ କାନ୍ଧ, ପ୍ରଶଂସକଙ୍କ ଆଖିରେ ଲୁହ

ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?