ଶରୀର, ମନ ଓ ଆତ୍ମାକୁ ଯୋଡ଼େ ଯୋଗ

ନୂଆଦିଲ୍ଲୀ,୨୧।୬: ସଂସ୍କୃତର ‘ଯୁଜ୍‌’ ଧାତୁରୁ ଯୋଗର ଉତ୍ପତି; ଯାହାର ଅର୍ଥ ‘ଯୋଡ଼ିବା’। ଅର୍ଥାତ୍‌ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା। ସ୍ପଷ୍ଟ ଶବ୍ଦରେ କହିଲେ, ଯୋଗର ଅର୍ଥ ଶାରୀରିକ ବ୍ୟାୟାମ, ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ମୋଡ଼ିଥାନ୍ତି, ଟାଣିଥାନ୍ତି, ସମ୍ପ୍ରସାରିତ କରିଥାନ୍ତି ଓ ଶ୍ୱାସ ନେବାର ଜଟିଳ ତରିକା ଆପଣେଇଥାନ୍ତି। ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ଏହା ମଧ୍ୟ ଜଣେ ବ୍ୟକ୍ତିର ଦିନଚର୍ଯ୍ୟାକୁ ସୁନ୍ଦର କରିଥାଏ। ଐତିହାସିକଙ୍କ କହିବାନୁସାରେ, ସଭ୍ୟତା ଆରମ୍ଭ ହେବା ଦିନଠୁ ଯୋଗ କରାଯାଇ ଆସୁଛି। ଯୋଗ ପାଞ୍ଚ ହଜାର ବର୍ଷ ବା ତା’ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା। ଏହା ମଧ୍ୟ କୁହାଯାଉଛି ଯେ, ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଭଗବାନ ଶିବ। ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ଭାଗବତ ଗୀତା ଓ ମହାଭାରତର ଶାନ୍ତିପର୍ବରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ଦେଖିବାକୁ ମିଳେ। ଆଦିଗୁରୁ ଭଗବାନ ଶିବଙ୍କ ପରେ ସାଧୁ, ମୁନି, ଋଷିମାନଙ୍କଠାରୁ ଯୋଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଭଗବାନ ଶ୍ରୀକୃଷ୍ଣ, ମହାବୀର ଜୈନ ଓ ଗୌତମ ବୁଦ୍ଧ ମଧ୍ୟ ନିଜ ନିଜ ଶୈଳୀରେ ଯୋଗର ପ୍ରସାର କରିଛନ୍ତି। ଏହାପରେ ଋଷି ପତଞ୍ଜଳି ଯୋଗକୁ ଏକ ନୂଆ ପରିଚୟ ଦେଇଥିଲେ। ସେହି କାରଣରୁ ପତଞ୍ଜଳିଙ୍କୁ ଯୋଗର ଜନକ କୁହାଯାଏ।

ଜୁନ୍‌ ୨୧ କାହିଁକି?
ଜୁନ୍‌ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ବା ବିଶ୍ୱ ଯୋଗ ଦିବସ ଭାବେ ବାଛିବା ପଛରେ ଉଭୟ ବୈଜ୍ଞାନିକ ଓ ପାରମ୍ପରିକ କାରଣ ରହିଛି। ଜ୍ୟୋତିର୍ବିଦ୍‌ଙ୍କ ମତରେ, ସୂର୍ଯ୍ୟଙ୍କ ଗତି ଦୁଇ ପ୍ରକାର -ଉତ୍ତରାୟଣ ଏବଂ ଦକ୍ଷିଣାୟନ। ଜୁନ୍‌ ୨୧ ତାରିଖରେ ସୂର୍ଯ୍ୟ ନିଜର ଗତି ପରିବର୍ତ୍ତନ କରନ୍ତି। ଅର୍ଥାତ୍‌ ଏହି ଦିନ ସେ ଉରାୟଣରୁ ଦକ୍ଷିଣାୟନକୁ ଯାଆନ୍ତି। ଫଳରେ ସୂର୍ଯ୍ୟଙ୍କ ତେଜ ଓ ତାପ କମ୍‌ ହୁଏ। ଅର୍ଥାତ୍‌ ଅଚାନକ ପାଗ ପରିବର୍ତ୍ତନ ହୁଏ। ଫଳରେ ପୃଥିବୀର ଗୋଟିଏ ଭାଗରେ ଅନେକ ପ୍ରକାର ରୋଗ ଜୀବାଣୁ ସକ୍ରିୟ ହୋଇଉଠନ୍ତି ଏବଂ ଲୋକମାନେ ନାନା ରୋଗରେ ପଡ଼ିବାର ଆଶଙ୍କା ଉପୁଜେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଯୋଗ ଅଭ୍ୟାସ ନିହାତି ଜରୁରୀ। ଏହି କାରଣରୁ ଜୁନ୍‌ ୨୧କୁ ଯୋଗ ଦିବସ ଭାବେ ଚୟନ କରାଯାଇ ଯୋଗାଭ୍ୟାସ ପାଇଁ ଲୋକଙ୍କୁ ପ୍ରେରିତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ସମ୍ମୁଖରେ ଅସହାୟ ପାକିସ୍ତାନ: ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ, ର‘କୁ କଲା ଦାୟୀ…

ଇସଲାମାବାଦ,୧।୧୦ : ବାଲଚିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନ ଏବେ ଭାରତୀୟ ଗୁପ୍ତଚର ସଂସ୍ଥା ର‘କୁ ଦାୟୀ କରିଛି। ବିସ୍ଫୋରଣର ୨ ଦିନ ବିତିଥିଲେ...

କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ନେଇ ବଢ଼ୁଛି ଗୁଜବ

ସିଓଲ,୨୭ା୪: ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଦୀର୍ଘଦିନ ଅନୁପସ୍ଥିତ ରହିବା ଏବଂ ଏ ସମ୍ପର୍କରେ ଦେଶ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ସହ ଯୋଗ କଲା ଡଗ୍‌ ସ୍କ୍ବାଡ

ଶ୍ରୀନଗର,୨୧।୬: ଅନ୍ତର୍ଜାତୀୟ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ଜନସାଧାରଣଙ୍କ ସହ ଯୋଗ କରିଛନ୍ତି। ଯୋଗ...

ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ...

ମୋଦିଙ୍କ ସହ ଯୋଗ କଲେ ମୋଟୁ ପତଲୁ: ଭିଡିଓ ଭାଇରାଲ

ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍‌ କଳାକାର...

ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର...

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri