ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା, ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ଓଡ଼ିଶାର ଶାସନ ଭାର ସମ୍ଭାଳିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ସକାଳ ସାଢେ ୧୦ଟାରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି। ଉତ୍ସବସ୍ଥଳଠାରୁ ଆରମ୍ଭ କରି ପୂରା ରାଜଧାନୀରେ ଟ୍ରାଫିକ କଟକଣା ମଧ୍ୟ ଲାଗୁ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଓ ଯୋଗଦେବାକୁ ଆସୁଥିବା ବିଶିଷ୍ଟ ଅତିଥିଙ୍କ ରୁଟ୍‌ର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ପୋଲିସ ପକ୍ଷରୁ କାର୍‌କେଡ୍‌ ରିହରସାଲ କରାଯାଇଛି।
କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହ ସାଦା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ରହିବେ। ସହରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ସିସିଟିଭି ଲଗାଯାଇଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଥିବା ବଡ଼ କୋଠାଗୁଡିକୁ ପୋଲିସ ନିଜ ଅଧୀନକୁ ନେବ। ବରିଷ୍ଠ ପୋଲିସ ଅଧିକାରୀମାନେ କଣ୍ଟ୍ରୋଲରୁମ୍‌ରେ ରହି ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ସମସ୍ତ ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଛି।
ଉତ୍ସବ ପାଇଁ ଯାତାୟାତ କଟକଣା ଲାଗୁ କରାଯାଇଛି। ରାମମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ (ମଧୁସୂଦନ ମାର୍ଗ) ରାସ୍ତାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। ଯେଉଁ ଯାତ୍ରୀମାନେ ବାଣୀବିହାର ଛକ ଆଡୁ ଆସି ରାମମନ୍ଦିର ଛକ ଦେଇ ହାଉସିଂବୋର୍ଡ ଛକ ଆଡକୁ ଯିବାକୁ ଚାହୁଁଥିବେ ସେମାନେ ମାଷ୍ଟକ୍ୟାଣ୍ଟିନ ଦେଇ ଲୋୟର ପିଏମ୍‌ଜି ବାଟେ ହାଉସିଂ ବୋର୍ଡ ଛକ ଆଡକୁ ଯାଇପାରିବେ। ସେହିପରିି ଆଚାର୍ଯ୍ୟବିହାର ଛକ ଆଡୁ ଆସୁଥିବା ଲୋକେ ହାଉସିଂ ବୋର୍ଡ ଛକ ଦେଇ ରାମମନ୍ଦିର ଆଡକୁ ଯାଇପାରିବେ।
କେଉଁ ପ୍ରବେଶ ପଥରେ କେଉଁମାନେ ଯିବେ
ଶପଥଗ୍ରହଣ ସମାରୋହ ସ୍ଥଳରେ ରହିବ ୩ଟି ପ୍ରବେଶ ପଥ। ଗେଟ୍‌ ନଂ.୩ରେ ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବେ। ଗେଟ୍‌ ନଂ.୨ ଦେଇ ଆସିବେ ନିର୍ବାଚିତ ଏମ୍‌ପି ଓ ବିଧାୟକ। ୧ ନମ୍ବର ଗେଟ୍‌ରେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ପ୍ରବେଶ କରିବେ। ଅନ୍ୟପକ୍ଷରେ ପାସ୍‌ ପାଇଥିବା ଯାନବାହନଗୁଡିକୁ ନିର୍ଦ୍ଧାରିତ ପାର୍କିଂସ୍ଥଳ ପର୍ଯ୍ୟନ୍ତ ଛଡ଼ାଯିବ। ଉତ୍ସବ ସ୍ଥଳକୁ ଯିବା ପାଇଁ ପିଙ୍କ୍‌, ଗ୍ରୀନ୍‌ ଓ ୟେଲୋ ଆଦି ୩ଟି ରଙ୍ଗର ପାସ୍‌ ବ୍ୟବସ୍ଥା କରାଯାଇଛି। ପିଙ୍କ୍‌ ପାସ ଥିବା ବ୍ୟକ୍ତିମାନେ ସଚିବାଳୟ ମାର୍ଗ ଦେଇ ଗେଟ୍‌ ନଂ.୨ ବାଟେ ପଡିଆକୁ ଯିବେ। ଗ୍ରୀନ୍‌ ପାସ୍‌ଧାରୀ ହାଉସିଂବୋର୍ଡ ଛକ ଦେଇ ଗେଟ୍‌ ନଂ.୩ (ଦୃଷ୍ଟିହୀନ ବିଦ୍ୟାଳୟ ସମ୍ମୁଖ)ବାଟେ ଓ ୟେଲୋ ପାସ୍‌ ପାଇଥିବା ବ୍ୟକ୍ତିମାନେ ରାମମନ୍ଦିର ପଟେ ପ୍ରବେଶ କରି କ୍ୟାପିଟାଲ ହାଇସ୍କୁଲ ସମ୍ମୁଖ ଗେଟ୍‌ ନଂ.୪ ଓ ୫ ଦେଇ ପଡିଆକୁ ଯିବେ। ପିଙ୍କ୍‌ ପାସ୍‌ଧାରୀ ୨ ନମ୍ବର ଗେଟ୍‌ ନିକଟ, ଗ୍ରୀନ୍‌ ପାସ୍‌ଧାରୀ ମଧୁସୂଦନ ମାର୍ଗ ଓ ୟୋଲୋ ପାସ୍‌ଧାରୀ କ୍ୟାପିଟାଲ ହାଇସ୍କୁଲ ପଡିଆ ଅସ୍ଥାୟୀ ପାର୍କିଂସ୍ଥଳରେ ଗାଡି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri