ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର ବିଭିନ୍ନ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରିଥାନ୍ତି। ଗ୍ରାହକଙ୍କ ଚାହିଦା ଅନୁଯାୟୀ ସହରରେ ରହିଥିବା ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ବିଭିନ୍ନ ନୂତନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ପର୍ଯ୍ୟଟକ ତଥା ବାହାରୁ ଆସୁଥିବା ଗ୍ରାହକଙ୍କ ମନପସନ୍ଦ ମୁତାବକ ଓଡିଆ ଖାଦ୍ୟ ସମେତ ଅନ୍ୟ ରାଜ୍ୟ ତଥା ଦେଶର ଖାଦ୍ୟକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ତଥା ଅନ୍ୟ ଦେଶର ସ୍ବତନ୍ତ୍ର କାରିଗରଙ୍କ ଦ୍ୱାରା ଉଭୟ ଅମିଷ ଓ ନିରାମିଷର ବିଭିନ୍ନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ଏଭଳି ଏକ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁରର ଟାଟାବେଞ୍ଜ ଛକ ନିକଟସ୍ଥ ଏସ୍‌ବିଆଇ ହାଇଟେକ ବ୍ରାଞ୍ଚ ପାର୍ଶ୍ୱରେ ରହିଥିବା ବ୍ରୋକୋଲି ରେଷ୍ଟୁରାଣ୍ଟ। ନିରାମିଷ ତଥା ଆମିଷର ବିଭିନ୍ନ ଦେଶୀୟ ଓ ବିଦେଶୀ ଡିଶ୍‌ ପାଇଁ ଏହି ରେଷ୍ଟୁରାଣ୍ଟ ସହରରେ ସ୍ବଳ୍ପ ସମୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ଚାହିଦାଯୁକ୍ତ ଖାଦ୍ୟ ତଥା ଡିଶ୍‌ ମଧ୍ୟରୁ ଲେମନ ଗାର୍ଲିିକ ଫିଶ୍‌୍‌ ଡିଶ୍‌କୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଏହି ଡଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ ଟଙ୍କା ରହିଛି। ଏହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟର କୁକ୍‌ ମୌସମ୍‌ ଥାପା କହନ୍ତି…..

ଆବଶ୍ୟକ ସାମଗ୍ରୀ
ବାସା ଫିଶ୍‌ (କଣ୍ଟା ନ ଥିବା ଏକ ସାମୁଦ୍ରିକ ମାଛ)- ୬ ଖଣ୍ଡ
ରସୁୁଣ -୨୦ ଗ୍ରାମ
ଲେମ୍ବୁ ଜୁସ୍‌-ଏକ ଚାମଚ
ରେଡ୍‌ ୟେଲୋ କ୍ୟାପ୍‌ସିକମ-୧୦ ଗ୍ରାମ
ପିଆଜ-୨୦ ଗ୍ରାମ
ଗ୍ରିନ୍‌ କ୍ୟାପ୍‌ସିକମ- ୫ ଗ୍ରାମ
ଲୁଣ-ଅଧା ଚାମଚ
ଧଳା ସୋରିଷ – ଅଧା ଚାମଚ
ଚିନି-ଏକ ଚାମଚ
ତେଲ-ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାସା ଫିଶ୍‌କୁ ଭଲ ଭାବେ ଧୋଇ ଛୋଟ ଛୋଟ ପିସ୍‌ କରିରଖିବେ। ଚୁଲା ଉପରେ କଡେଇ ବସାଇ ଏକ ଚାମଚ ତେଲ ପକାଇବେ। ତେଲ ଗରମ ହେବା ପରେ ରସୁୁଣ, କଟା ପିଆଜ, ରେଡ୍‌ ୟେଲୋ କ୍ୟାପ୍‌ସିକମକୁ ପକାଇ କିଛି ସମୟ ଫ୍ରାଏ କରିବେ। ଭଲଭାବେ ଫ୍ରାଏ ହେବା ପରେ ସେଥିରେ ଆବଶ୍ୟକ ପରମାଣର ଚିନି, ଲୁଣ, ଧଳା ସୋରିଷ ପକାଇ ଫ୍ରାଏ କରିବେ। ଏହାପରେ ସେଥିରେ ଲେମ୍ବୁ ଜୁସକୁ ପକାଇବେ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାସା ଫିଶ୍‌କୁ ପକାଇ ଫ୍ରାଏ କରିବେ। ଏକ ମିନିଟ ପରେ ତାହାକୁ ପ୍ଳେଟକୁ ବାହାର କରି ସବୁଜ କ୍ୟାପ୍‌ସିକମ୍‌ ଓ ପିଆଜ ସଜାଇ ଖାଇବାକୁ ପରଷିିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri