ଲାଠିମାଡ଼ ପରେ ବି ସୁଧୁରିଲେନି

ଭୁବନେଶ୍ୱର,୮ା୪ (ବ୍ୟୁରୋ): ଘାତକ କରୋନା ଭାଇରସ୍‌ଠାରୁ ରକ୍ଷା ପାଇବାକୁ ହେଲେ ଘରେ ରହିବା ହିଁ ସବୁଠୁ ଓ ଏକମାତ୍ର ଭଲ ବିକଳ୍ପ। ସରକାରଙ୍କଠାରୁ ଆରମ୍ଭ କରି ପୋଲିସ ଓ ବିଭିନ୍ନ ସଂଗଠନ ଲୋକଙ୍କୁ ବାରମ୍ବାର ବୁଝାଉଛନ୍ତି। କଟକଣା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ସୋମବାର କମିଶନରେଟ ପୋଲିସ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଲାଠି ପାହାର ଦେବା ସହ ସେମାନଙ୍କ ବାଇକକୁ ଜବତ କରିଥିଲା। ଗୋଟିଏ ଦିନରେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱରରୁ ୨ ହଜାରରୁ ଉର୍ଦ୍ଧ୍ୱ ବାଇକ ଜବତ କରାଯାଇଥିଲା। ତଥାପି ସୁଧୁରିଲେନି ସେହି ଅମାନିଆ। ମଙ୍ଗଳବାର ନିୟମ ନ ମାନି ଭୁବନେଶ୍ୱର ସହର ଭିତରେ ବୁଲୁଥିବା ୭୨୧ ଜଣଙ୍କୁ ପୋଲିସ ଧରିଛି। ବାଇକ ଜବତ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି। ସେହିପରି କଟକରେ ୭୫୦ ଜଣଙ୍କୁ ଧରି ବାଇକ ଜବତ କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ଅମାନିଆଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ କୋହଳ ହେଉଥିବାରୁ ସେମାନେ ଏପରି ବୁଲୁଛନ୍ତି। ଯଦି ସେମାନଙ୍କ ବିରୋଧରେ ପୋଲିସ ଅଧିକ ଜରିମାନା କରନ୍ତା ଓ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତା, ତେବେ ସେମାନେ ଘରୁ ଗାଡି କାଢିବାକୁ ଡରନ୍ତେ ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷରେ ଗତ ଦୁଇଦିନ ଭିତରେ ରାଜ୍ୟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ୨୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିଭଳି ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗିବାରୁ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ସାଇକେଲରେ ବୁଲିଲେ ଅମାନିଆ
ବାଇକରେ ବୁଲିଲେ ପୋଲିସ ମାଡ଼ ମାରିବା ସହ ବସ୍‌ଉଠ, ଜରିମାନା ଆଦି ଦଣ୍ଡ ଦେଉଥିବାରୁ କେତେଜଣ ଅମାନିଆ ଭିନ୍ନ ଢଙ୍ଗରେ ପୋଲିସକୁ ଚକ୍‌ମା ଦେଖାଇଛନ୍ତି। ଆବଶ୍ୟକ ନ ଥାଇ ସାଇକେଲ ଧରି ଚକ୍କର କାଟିଥିବା ଦେଖିବାକୁ ମିଳିଛି। କେହି ସାଇକେଲରେ ଖାଲି ବୋତଲ ଧରି ତେଲ ଆଣିବା ବାହାନା କରିଥିଲେ ତ ପୁଣି ଆଉ କିଏ ପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନାଁରେ ଘୂରିବୁଲିଥିଲେ। ବିଶେଷକରି ସୋମବାର ଯେଉଁ ସ୍ଥାନରେ ଧରାପଡିଥିଲେ ସେହି ସ୍ଥାନରେ ସାଇକେଲରେ ପହଞ୍ଚତ୍ ପୋଲିସକୁ ଚକ୍‌ମା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?