ଲଘୁ ଖଣିଜ ଚୋରି ରୋକିବାକୁ ଆସିବ ନୂଆ ନିୟମ

ଭୁବନେଶ୍ୱର,୫ା୧୨ (ବ୍ୟୁରୋ): କେବଳ ବଡ଼ ବଡ଼ ଖଣି ନୁହେଁ, ଲଘୁ ଖଣିଜ ପଦାର୍ଥ ଚୋରି ମଧ୍ୟ ରାଜ୍ୟରେ ଅତିମାତ୍ରାରେ ବୃଦ୍ଧି ପାଉଛି। ଏହାକୁ ନେଇ ଅନେକ ସମୟରେ ବିରୋଧୀ ଦଳ ସଦସ୍ୟମାନେ ବିଧାନଭାରେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ରାଜ୍ୟ ସରକାର ଏହି ଖଣିଜ ପଦାର୍ଥକୁ ଅତି ହାଲୁକା ଭାବେ ନେଉଥିବାରୁ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ଚୋରି ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡ଼ିଶା ଲଘୁ ଖଣିଜ ଚୋରି ଓ ଚୋରାଚାଲାଣ ରୁଲ୍‌-୨୦୧୯ (ଓଏମ୍‌ଏମ୍‌ପିଟିସିି) ଆଣିବାକୁ ଯାଉଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଚିଠା(ଡ୍ରାଫ୍ଟ) ରୁଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଚିଠା ରୁଲ୍‌ରେ ଚୋରି ରୋକିବାକୁ ତହସିଲ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସେଲ୍‌ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ତତ୍ତ୍ୱାବଧାନରେ ଏହି ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟ କରିବ। ବୃହତ୍‌ ଖଣିଜ ପଦାର୍ଥ ଭଳି ରାଜ୍ୟର ସମସ୍ତ ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରତ୍ୟକ ଜିଲା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଲଘୁ ଖଣିଜ ପାଇଁ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରାଯିବ। ସଚିବାଳୟରେ ଏହି ଖଣି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଲଘୁ ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ୧୦ ଜଣ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ୩୦ଟି ଜିଲା ଦାୟିତ୍ୱରେ ରହିବେ। ଅବସର ନେଇଥିବା ଖଣି ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ସେମାନେ ନିୟମିତ ଜିଲା ପରିଦର୍ଶନ କରି ଲଘୁ ଖଣିଜ ପଦାର୍ଥ ଉପରେ ନଜର ରଖିବେ। ଲଘୁ ଖଣିଜ ପଦାର୍ଥ ତାଲିକାରେ ୩୧ଟି ଖଣିଜ ପଦାର୍ଥ ରହିଛି। ତେବେ ଓଡ଼ିଶାରେ ବାଲି, ମାଟି, ମୋରମ ଭଳି ୧୦ ପ୍ରକାରର ଲଘୁ ଖଣିଜ ପଦାର୍ଥ ଉପଲବ୍ଧ ହେଉଛି। ଖଣିଜ ପଦାର୍ଥ ଲିଜ୍‌ ନେବାକୁ ସରକାରୀ ଉଦ୍ୟୋଗଗୁଡିକୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କୁ ଲଘୁ ଖଣିଜ ପଦାର୍ଥ ସହଜରେ ମିିଳି ପାରିବ। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲଘୁ ଖଣିଜ ପଦାର୍ଥ ଚୋରିକୁ ଯେପରି ସମ୍ପୂର୍ଣ୍ଣ ପ୍ରତିହତ କରାଯାଇପାରିବ ସେ ନେଇ ନୂତନ ନିୟମରେ ବ୍ୟବସ୍ଥା କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri