Posted inବୌଦ୍ଧ

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ ଓ ପନିପରିବା ଚାଷ ଲୋକଙ୍କ ମୁଖ୍ୟ ଆୟକାରୀ ଫସଲ । ସେମାନେ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷୀମାନେ ଧାନ ବିକ୍ରି କରିବାକୁ ମଣ୍ଡିରେ ରଖିଥିଲେ । ହେଲେ ଅଦିନିଆ ବର୍ଷାରେ ତାହା ନଷ୍ଟ ହୋଇଗଲା । ଏହି କ୍ଷତିକୁ ଚାଷୀମାନେ ଭରଣ କରି ନ ଥିବା ବେଳେ ବର୍ତ୍ତମାନ କରୋନା କଟକଣା ପରିବା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଲକ୍‌ଡାଉନ ଯୋଗୁ ଚାଷଙ୍କ ପରିବା ଚାଷ ଏକ ପ୍ରକାର ଉଜୁଡି ଯାଇଛି । ଜମିରେ ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ , କଲରା, ଜହ୍ନି ଆଦି ପରିବା ଗଛରେ ରହି ପଚି ଯାଉଛି । ଗାଡି ଚଳାଚଳ ବନ୍ଦ ଯୋଗୁ ସେହି ପରିବା କିଣିବାକୁ କୌଣସି ବ୍ୟବସାୟୀ ଆସି ପାରୁ ନାହାନ୍ତି । ଏଣେ ଚାଷୀ ବି ନିଜ ଜମିର ପରିବା ତୋଳି ହାଟ ବଜାରକୁ ନେଇପାରୁନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ବୌଦ୍ଧ ସହର ନିକଟ ଗିରସିଙ୍ଗା, ମର୍ଯ୍ୟାଜିପୁର, ମୁର୍ଷୁଣ୍ଡି, ବଢିଙ୍ଗା ଆଦି ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏକର ଏକର ଜମିରେ ଫଳିଥିବା ପନିପରିବା ପଚି ନଷ୍ଟ ହୋଇଛି । ଯାହାକିଛି ଚାଷୀ ବିକ୍ରି ପାଇଁ ସ୍ଥାନୀୟ ବଜାରକୁ ଆଣୁଥିଲେ ତାହା ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି । କେତେକ କ୍ଷେତ୍ରରେ ଚାଷୀ ନିଜ ପରିବାକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏପରି ପରିସ୍ଥିତିରେ ପରିବା ଚାଷୀମାନେ ସେମାନଙ୍କ ଋଣ କିପରି ଶୁଝିବେ ତାହା ଚିନ୍ତା କରିପାରୁନାହାନ୍ତି । ଜିଲା ପ୍ରଶାସନ ଏହି ପରିବା ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ବିଜେଡିର ମହୀଧର

କଣ୍ଟାମାଳ, ୧୭ା୩(ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ-ବୌଦ୍ଧ ଓ କଣ୍ଟାମାଳ ା କଣ୍ଟାମାଳ ବିଧାନସଭା କ୍ଷେତ୍ର ୨୦୦୯ ମସିହାରୁ ଗଠିତ ହେବାଠାରୁ ବିଜେଡି ପ୍ରାର୍ଥୀ...

ହକମତିଙ୍କୁ ଏଯାଏ ଭତ୍ତା ମିଳୁନି

ଖୁଣ୍ଟିଗୋରା,୨୯।୨(ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ମଧୁବାବୁ ପେନସନ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି।...

ସରକାରୀ ଘରେ ଝୁଲି ପଡିଲେ କନିଷ୍ଠ ଯନ୍ତ୍ରୀ

ବୌଦ୍ଧ,୨୯।୨: ସରକାରୀ କ୍ୱାର୍ଟର୍ସରୁ ମିଳିଛି କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ବୌଦ୍ଧ ଜିଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ...

ଏନ୍‌ଏସି ମାନ୍ୟତା ନ ମିଳିବାରୁ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର,୨୫।୨: ବୌଦ୍ଧ ଜିଲା ପୁରୁଣାକଟକକୁ ଏନ୍‌ଏସି ମାନ୍ୟତା ନ ମିଳିବାରୁ ରବିବାର ପ୍ରତିବାଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ପୁରୁଣାକଟକ ବନ୍ଦ ଡାକରା...

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା...

ବୌଦ୍ଧ ଆର୍‌ଟିଓଙ୍କଠୁ ମିଳିଲାଣି ୧୯ କୋଟିର ସମ୍ପତ୍ତି, ଭୁବନେଶ୍ୱର, ବୌଦ୍ଧ, ଗଞ୍ଜାମର ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବୌଦ୍ଧ, (ଅଜିତ କୁମାର ବାରିକ)/ ଭୁବନେଶ୍ୱର,୧୬ା୨(ସତ୍ୟଜିତ୍‌ ରାଉତ): ବଡ଼ ଶପିଂ ମଲ୍‌ରେ କମର୍ସିଆଲ୍‌ ଆଉଟଲେଟ୍‌ ଓ ଏକାଧିକ ଆପାର୍ଟମେଣ୍ଟରେ ଦାମୀ ଫ୍ଲାଟ୍‌। ଏପରିକି ରାଜ୍ୟ ବାହାରେ...

ଦୁଇ ଯବାନଙ୍କୁ ଏୟାରଲିଫ୍ଟ

ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ। ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ତେବେ...

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅନେକ ଯବାନ ଆହତ

ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ। ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri