ଲକ୍‌ଡାଉନ ବେଳେ ଅନାହାର ସହ ସଂଗ୍ରାମ

ନୂଆଦିଲ୍ଲୀ,୧୭।୪: ଗତ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ ଜୀବନ ବଦଳିଯାଇଛି ବୋଲି କହିବା ବାହୁଲ୍ୟ ହେବ ନାହିଁ। କରୋନା ମହାମାରୀ ସାରା ଦୁନିଆକୁ ଘୋଟିଛି। ଏହାର ସଂକ୍ରମତାଜନିତ ପରିଣାମ ଭୋଗିବାରୁ ପ୍ରାୟତଃ କୌଣସି ଦେଶ ଛାଡ଼ ପାଇନାହିଁ। ତେଣୁ ସଙ୍ଗରୋଧ ହୋଇ ରହିବା ଏବଂ ସାମାଜିକ ଦୂରତ୍ୱ ପାଳନ କରାଯାଉଥିବା ସବୁଠି ଦେଖିବାକୁ ମିଳୁଛି। ଲୋକଙ୍କୁ ଘରେ ରହି କାମ କରିବା ପାଇଁ ପରାମର୍ଶ ଦିଆଯାଉଛି। ଅନେକ କ୍ଷେତ୍ରରେ ଏସବୁକୁ ପାଳନ କରିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ହେଲେ ଏହି ପରାମର୍ଶ ଓ ନୀତି ଲକ୍ଷାଧିକ ଲୋକଙ୍କ ପାଇଁ ବିକଳ୍ପ ନୁହେଁ। ଏହି ମହାମାରୀ ଯଦି କିଛି ପ୍ରମୁଖ ଭାବେ ଦର୍ଶାଉଛି, ତାହାହେଉଛି ବିଶ୍ୱର ଅସମାନତା। ଦେଶଗୁଡ଼ିକ ମଧ୍ୟରେ ସର୍ବଦା ‘ବିକାଶୀଳ ଏବଂ ବିକଶିତ’ ଏକ ବିଷୟବସ୍ତୁ ହୋଇରହିଛି।
ଭାରତରେ ରାତାରାତି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ସୀମାକୁ ବନ୍ଦ କରାଯାଇଛି। ୧୪୦ କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଦେଶ ଏବଂ ପୂର୍ବରୁ ଦୁର୍ବଳ ଥିବା ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଏହି ମହାମାରୀ ଭୂତାଣୁ ଗ୍ରାସିଦେବା ଆଶଙ୍କା ବଢ଼ିବା ସହ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଇଛି। ଅନ୍ୟ ଦେଶଗୁଡ଼ିକରେ ଯାହା କରାଯାଉଛି, ତାହାକୁ ଭାରତରେ ବ୍ୟାପକ ଭାବେ ନକଲ କରାଯାଇଥିବାବେଳେ ସେହି ସମୟରୁ ହିଁ ଲକ୍ଷ ଲକ୍ଷ ଶ୍ରମିକ ଓ ଦିନ ମଜୁରିଆ ଅକଥନୀୟ ଦୁର୍ଦ୍ଦଶା ଭୋଗିବେ ବୋଲି ଜଣାପଡ଼ୁଥିଲା।
ସାରା ଉପ-ମହାଦେଶରେ କୋଟି କୋଟି ଲୋକ ଏକ କ୍ଷଣରେ କାମ ହରାଇଲେ। ନିର୍ମାଣ ସ୍ଥାନଗୁଡ଼ିକ ଅଚଳ ହୋଇଗଲା। ଯେଉଁମାନେ ଗୃହରକ୍ଷୀ ରଖୁଥିଲେ, ସେମାନେ କବାଟ ବନ୍ଦ କରିଦେଲେ। ଏହି ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ରୋଜଗାର ଉପରେ ବଞ୍ଚୁଥିଲେ। ଟଙ୍କା ସଞ୍ଚୟ କରିବାର ସାମର୍ଥ୍ୟ ନ ଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମହାନଗରରୁ ସେମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। କାରଣ ସେମାନେ ଖାଦ୍ୟ କିଣିବାକୁ ଅସମର୍ଥ ହୋଇଥିଲେ। ଭାଇରସ୍‌ ସଂକ୍ରମଣ ଅପେକ୍ଷା ସେମାନେ ଅନାହାରକୁ ଅଧିକ ଭୟ କରୁଥିଲେ। ତେଣୁ ଶହ ଶହ କିଲୋମିଟର ଦୂର ନିଜ ଗଁାକୁ ଚାଲିଯିବାକୁ ଚାହିଁଲେ। ଏହି ପ୍ରବାସୀ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ବିହାର ଓ ଝାଡ଼ଖଣ୍ଡ ଭଳି ଗରିବ ରାଜ୍ୟର। ରୋଜଗାର ସନ୍ଧାନରେ ସେମାନେ ଘର, ପରିବାର ଛାଡ଼ି ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ ଭାରତର କୋଣ ଅନୁକୋଣରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳୁଛି। ଜୀବିକା ହରାଇଥିବା ଶ୍ରମିକ, କର୍ମଚାରୀ ଓ ଦିନ ମଜୁରିଆମାନେ ଏବେ ଲକ୍‌ଡାଉନ ସମୟରେ ଅନାହାରରୁ ବର୍ତ୍ତିବା ପାଇଁ ସଂଗ୍ରାମ କରୁଛନ୍ତି। ଏହି ଦୁର୍ଦ୍ଦିନ ସମୟରେ ସେମାନଙ୍କ ମୁହଁରେ ଆହାର ଦେବାକୁ ଅନେକ ବଦାନ୍ୟ ବ୍ୟକ୍ତି, ସାମାଜିକ କର୍ମୀ ଆଗେଇ ଆସିଛନ୍ତି। ଭୋପାଳରେ ଅନାହାରରେ ଜୁଝୁଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସାମାଜିକ କର୍ମୀ ରବି ମିଶ୍ରା। ସେ ପ୍ରଥମେ ନିଜ ଉଦ୍ୟମରେ ୨୮ଟି ପରିବାର ପାଇଁ ଖାଦ୍ୟ ଯୋଗାଇଥିଲେ। ସେହି ପରିବାରଗୁଡ଼ିକର ଲୋକମାନେ ୨ ଦିନ ଧରି ଖାଦ୍ୟ ନ ପାଇ କେବଳ ପାଣି ପିଇ ବଞ୍ଚତ୍ଥଲେ। ଏ ସମ୍ପର୍କରେ ରବିଙ୍କ ଜଣେ ସାଙ୍ଗ ଜାଣିବା ପରେ ‘ଗୋ ଫଣ୍ଡ ମି’ ନାମକ ଅନ୍‌ଲାଇନ ପାଣ୍ଠି ପୃଷ୍ଠା ତିଆରି କରିଥିଲେ। ଲୋକଙ୍କ ଦୁର୍ଦ୍ଦଶାର କାହାଣୀ ସେଥିରେ ସ୍ଥାନ ପାଇଥିଲା। ଏହାପରେ ଉକ୍ତ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ଅର୍ଥଦାନ କରିଥିଲେ। ସେଥିରେ ରବି ଓ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ୧୪ ଦିନ ପାଇଁ ୨୪୦୦ ଅସହାୟ ଲୋକଙ୍କ ନିମନ୍ତେ ଦିନକୁ ୨ ଓଳା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସହାୟତା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଗଛମୂଳେ ରହିଛନ୍ତି ତ କିଏ ନିଜ ପିଲାଙ୍କୁ ଅଳ୍ପ ଟିକିଏ କ୍ଷୀର ଦେବାକୁ ଅସମର୍ଥ। ଏହି ବ୍ୟକ୍ତିମାନଙ୍କ ପାଇ ରବି ‘ରାଶନବାଲା ଭାଇ’ ପାଲଟିଛନ୍ତି। ଏବେ ଦାନ ଅର୍ଥ କମି ଆସିଥିଲେ ମଧ୍ୟ ରବି ଲୋକଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ ଜାରି ରଖିଛନ୍ତି। ଜୀବନ ସଙ୍କଟରେ ପଡ଼ିଥିବା ଏତେ ସଂଖ୍ୟକ ଲୋକଙ୍କ ଦୁର୍ଦ୍ଦଶା ଦୂର କରାଯାଇପାରିଲା କେବଳ ରବି ଏବଂ ଆର୍ଥିକ ଦୁଃସ୍ଥିତି ସମୟରେ ଅର୍ଥଦାନ କରିଥିବା ବ୍ୟକ୍ତିମାନଙ୍କ ମାନବିକତା ଯୋଗୁ। ହେଲେ ଗତ ଦଶନ୍ଧି ମଧ୍ୟରେ ଉନ୍ନତି ସତ୍ତ୍ୱେ ଭାରତର ପରିସ୍ଥିତି ବ୍ୟାପକ ଅସମାନତାକୁ ପଦାରେ ପକାଇଛି। ଏବେ ଏଭଳି ଦିନ ପହଞ୍ଚତ୍ଛି, ଯେଉଁଠି ଲୋକମାନେ ଖାଦ୍ୟ କିଣିବାକୁ ଅସମର୍ଥ। ଲକ୍ଷ ଲକ୍ଷ ଲୋକଙ୍କୁ ଅନାହାରରେ ରହିବାକୁ ପଡ଼ୁଛି। ସେହିପରି ଲକ୍‌ଡାଉନ ଏକ କଟୂ ସତ୍ୟକୁ ଉନ୍ମୋଚନ କରିଛି। ତାହା ହେଉଛି ଗରିବ ରାଜ୍ୟଗୁଡ଼ିକରେ କମ୍‌ ମୂଲ୍ୟରେ ଉପଲବ୍ଧ ଶ୍ରମ ଉପରେ ଭାରତର ବିକାଶ କେତେ ନିର୍ଭରଶୀଳ। କିନ୍ତୁ ସେହି ଶ୍ରମଜୀବୀଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇପାରି ନାହିଁ। ଏପରି କି ଖାଦ୍ୟ ସୁରକ୍ଷା ଭଳି ମୌଳିକ ମାନବିକ ଅଧିକାର ସେମାନଙ୍କୁ ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri