ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ବିନା କାରଣରେ ଲୋକେ ଗାଡ଼ି ଧରି ବୁଲୁଛନ୍ତି। ଏ ନେଇ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବିନା କାରଣରେ ବୁଲୁଥିବା ୨ଚକିଆ ୩୨ ଓ ୪ଚକିଆ ୪ଟି ଯାନକୁ ଜବତ କରାଯାଇଥିଲା। ସମସ୍ତ ଯାନରୁ ଆର୍‌ଟିଓ ପକ୍ଷରୁ ୫୩,୫୦୦ଟଙ୍କା ଜରିମାନା ଆଦାୟ ହୋଇଥିଲା। ସହରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା, ମାଛ, ମାଂସ ଓ ଅଣ୍ଡା ସମେତ ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ, ଔଷଧ, ଓମ୍‌ଫେଡ୍‌ କାଉଣ୍ଟର ଆଦି ଖୋଲା ରହିଥିବା ବେଳେ ଶପିଂ ମଲ୍‌, ହୋଟେଲ, ଅଟୋମୋବାଇଲ ଦୋକାନ ଆଦିରେ ତାଲା ଝୁଲୁଛି। ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ନାକାବନ୍ଦୀ କରାଯାଇଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି। ଅଯଥା ସହରରେ ଗହଳି ନ କରି ଘରେ ରହିବା ଲାଗି ଜନତାଙ୍କୁ ଅନୁରୋଧ କରାଯାଉଛି। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri