ଲକ୍‌ଡାଉନ୍‌ ନିୟମକୁ ଫୁ: ମାଛ ମାର୍କେଟରେ ଭିଡ଼

ପୁରୀ ଅଫିସ,୩୦ା୩: ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କରୋନା ଭାଇରସ୍‌ ମୁକାବିଲା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ପୁରୀ ଜିଲା ପ୍ରଶାସନ ଲକ୍‌ଡାଉନ କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି। କିନ୍ତୁ ରବିବାର ମାଛ ମାର୍କେଟରେ ଲକ୍‌ଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ମାଛ ବ୍ୟବସାୟୀ ଓ ଗ୍ରାହକ। ସାମାଜିକ ଦୂରତାକୁ ଭୁଲି ଗୋଟିଏ ଦୋକାନରେ ଲାଗିଥିଲା ଗହଳି। ମାଛ ନେବା ପାଇଁ ମୁହଁକୁ ମୁହଁ ଯୋଡ଼ିି ଛିଡା ହୋଇଥିଲେ ଗ୍ରାହକ।
କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କେଉଁଠି ଯେପରି ଲୋକଙ୍କ ଗହଳି ନ ହେବ ସେଥିପାଇଁ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଏଥିପାଇଁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଥିବାବେଳେ ଅନେକେ ଏହାର ଫାଇଦା ନେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ଦୋକାନରେ ଭିଡ଼ ଜମାଉଛନ୍ତି। ତେଣୁ ପରିବା ହାଟ, ଦୋକାନ ସମ୍ମୁଖରେ ଗ୍ରାହକ ଛିଡ଼ା ହେବା ପାଇଁ ଚିହ୍ନ ଦିଆଯାଇଛି। ମାତ୍ର ମାଛ ମାର୍କେଟରେ ଏପରି କରାଯାଇ ନାହିଁ। ରବିବାର ସହରର ବିଭିନ୍ନ ମାଛ ମାର୍କେଟରେ ପୂର୍ବଭଳି ଭିଡ଼ ଦେଖିବାକୁ ମିଳିଥିଲା। ବ୍ୟବସାୟୀ ନା ଗ୍ରାହକ କେହି ବି ସାମାଜିକ ଦୂରତାକୁ ରକ୍ଷା କରି ନ ଥିଲେ। ଲକ୍‌ଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଗୋଟିଏ ମାଛ ଦୋକାନ ସମ୍ମୁଖରେ ୧୦/୧୫ ଜଣ ଗହଳି କରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଜଣେ ମାଛ ବ୍ୟବସାୟୀ କହିଛନ୍ତି, ଆମେ ଗ୍ରାହକଙ୍କୁ ଗୋଟିଏ ମିଟର ଦୂରତା ରକ୍ଷା କରିବା ଲାଗି କହୁଛୁ। ମାତ୍ର ସେମାନେ ଶୁଣୁନାହାନ୍ତି। ଆମେ କ’ଣ କରିବୁ ବୋଲି ସେ କହିଥିଲେ। ତେବେ ମାଛ ମାର୍କେଟ ଉପରେ ପ୍ରଶାସନ ପକ୍ଷରୁ ନଜର ଦିଆଯିବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri