ଲକ୍‌ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲା। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା। ଛାତ୍ରୀଛାତ୍ରମାନେ ପାଠପଢ଼ା ଛାଡ଼ି ଘରେ ରହିବାରୁ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା। ହେଲେ ଏହି ସମୟର ସଦୁପଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଓଡ଼ିଆ ଝିଅ। ସେ ହେଲେ ଡାକ୍ତର ସୁଧନ୍ୟା ନାଥ। ୩ଶହରୁ ଊର୍ଦ୍ଧ୍ୱ ଜାତୀୟ ତଥା ଅନ୍ତର୍ଜାତୀୟ ସାର୍ଟିଫିକେଟ ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ସୁଧନ୍ୟାଙ୍କ ଘର ଭୁବନେଶ୍ୱରରେ। ୨୦୧୭ରେ ଓୟୁଏଟିରୁ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ସ୍ନାତକ ସାରିବା ପରେ ୨୦୧୯ରେ ଆସାମ କୃଷି ବିଶ୍ୱବିଦ୍ୟାଳୟରୁ ଆନିମଲ ନ୍ୟୁଟ୍ରିଶନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ପ୍ରାଣୀ ଏବଂ ମତ୍ସ୍ୟ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ସ୍କଲାର। ତେବେ ଦେଶବ୍ୟାପୀ କରୋନା କଟକଣା ଲାଗୁ ହେବା ପରଠୁ ସେ ନିଜ ଘରେ ମା’ ବାପାଙ୍କ ସହ ରହୁଛନ୍ତି। ଲକ୍‌ଡାଉନର ପ୍ରଥମ କିଛିଦିନ ସାଧାରଣ ଝିଅଙ୍କ ପରି ଲାପ୍‌ଟପ୍‌ରେ ଫିଲ୍ମ ଦେଖିବାରେ ସମୟ ଗଲା। କିନ୍ତୁ ସେଥିରେ ସୁଧନ୍ୟାଙ୍କ ମନ ମାନିଲା ନାହିଁ। ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଏକ ୱେବିନାରରେ ଭାଗ ନେଇ ସାର୍ଟିଫିକେଟ ପାଇଲେ। ଏହାପରେ ସମୟର ଠିକ୍‌ ଉପଯୋଗ ପାଇଁ ବିଭିନ୍ନ ୱେବିନାର, ଅନ୍‌ଲାଇନ କମ୍ପିଟିଶନ, ୱାର୍କଶପରେ ଭାଗ ନେଇ ଚାଲିଲେ। ନୂଆ ନୂଆ କଥା ଜାଣିବାକୁ ଶତାଧିକ ଇଭେଣ୍ଟରେ ଭାଗନେଇ ସାର୍ଟିଫିକେଟ ସହ ପୁରସ୍କାର ମଧ୍ୟ ପାଇଲେ। ଏସବୁ ଇଭେଣ୍ଟ ମଧ୍ୟରେ ଭେଟେରିନାରି ବିଜ୍ଞାନର ବିଷୟକୁ ନେଇ ୱେବିନାର, ଟ୍ରେନିଂ, ୱାର୍କଶପ୍‌, କନଫରେନ୍ସ, କୁଇଜ ସମେତ ଅନ୍ୟ ବିଷୟ ଯଥା ଫଟୋଗ୍ରାଫି, ଭିଡିଓଗ୍ରାଫି, ରୋଷେଇ, ଚିତ୍ରକଳା, ସଙ୍ଗୀତ, ଟ୍ରେଜର ହଣ୍ଟ, କ୍ରାକିଂ କ୍ରସ ୱାର୍ଡ, ରିଡିଲ ଇତ୍ୟାଦି ରହିଛି। ଏଯାବତ୍‌ ସୁଧନ୍ୟା ଦେଶ ବିଦେଶରୁ ୩୧୭ଟି ସାର୍ଟିଫିକେଟ ହାସଲ କରିଥିବାବେଳେ ଏହା ଏକ ରେକର୍ଡ ବୋଲି କୁହାଯାଉଛି। ଏହାଛଡା ‘ପଶୁଧନ ପ୍ରହରୀ’ ଓ ‘ବିଜ୍ଞାନ ମିତ୍ର’ ଭଳି ଅନ୍ତର୍ଜାତୀୟ ପତ୍ରିକାରେ ୧୧ଟି ଲେଖା ପ୍ରକାଶିତ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ଏନେଇ ସୁଧନ୍ୟା କୁହନ୍ତି, ରେକର୍ଡ ତାଲିକାରେ ସ୍ଥାନ ପାଇବା ମୋର ଲକ୍ଷ୍ୟ ନ ଥିଲା। ସମୟକୁ ମୂଲ୍ୟଯୁକ୍ତ କରିବା ପାଇଁ ଏହା ଏକ ଉଦ୍ୟମ ଥିଲା। ଏବେ ମୋର ଜୁନିୟରମାନେ ମୋ ଦ୍ୱାରା ଅନୁପ୍ରାଣିତ ହୋଇ ୱେବିନାର ଓ କମ୍ପିଟିଶନ ଆଦିରେ ଭାଗ ନେଉଥିବାରୁ ମୋତେ ଆତ୍ମତୃପ୍ତି ଦେଇଛି। ସୂଚନାଯୋଗ୍ୟ, ସୁଧନ୍ୟା ହେଉଛନ୍ତି ଓୟୁଏଟି ଭେଟେରିନାରି କଲେଜର ସର୍ଜରି ଓ ରେଡିଓଲୋଜି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ ଓ ମାତା କମଳା ନେହେରୁ କଲେଜର ଓଡ଼ିଆ ବିଭାଗର ରିଡର ଡ. ଶାଶ୍ୱତୀ ସୌମ୍ୟା ସାହୁଙ୍କ ଜ୍ୟେଷ୍ଠା କନ୍ୟା। ସେ ଏଥିପାଇଁ ମା’ଙ୍କୁ ଅଧିକ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?