ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ସହ ପିକ୍‌ଅପ ଜବତ

ପାଟଣା,୧୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସଦର ବ୍ଲକ ଡୁମୁରିଆରୁ ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନ ଯୋଗେ ୧୩୧ ଖଣ୍ଡ ଚୋରା ଶାଳ ଚୌକାଠ ଚାଲାଣ ହେଉଥିବାବେଳେ ପାଟଣା ବନ କର୍ମଚାରୀ ଓ କେନ୍ଦୁଝର ମୋବାଇଲ ସ୍କ୍ବାଡ ମିଳିତ ଚଢ଼ାଉ କରି ଶାଳକାଠ ବୋଝେଇ ଗାଡ଼ିକୁ ପିପିଳିଆ ନିକଟରୁ ଜବତ କରିଛନ୍ତି। ତେବେ ଚୋରାକାଠ ଚାଲାଣରେ ସମ୍ପୃକ୍ତ ମାଫିଆମାନେ କୌଶଳ କ୍ରମେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଟଣା ରେଞ୍ଜ କର୍ମଚାରୀ ଓ କେନ୍ଦୁଝର ମୋବାଇଲ ସ୍କ୍ବାଡ କୌଣସି ସୂତ୍ରରୁ ଖବର ପାଇ ସଦର ବ୍ଲକ ଡୁମୁରିଆରୁ ଚୋରା ଶାଳକାଠ ନେଇ ଯାଉଥିବା ଗାଡ଼ିର ପିଛା କରିଥିଲେ। ପୋଇପାଣି ଦେଇ ପିପିଳିଆ ଅଭିମୁଖେ ଯାଉଥିବା ଏହି କାଠ ବୋଝେଇ ଗାଡ଼ିର ପିଛା କରିବା ସମୟରେ ପାଟଣା ରେଞ୍ଜ ଅଫିସର ଓଆର-୦୨-ଏଜେ-୮୪୧୩ ନମ୍ବର ବିଶିଷ୍ଟ ଗାଡ଼ିକୁ କାଠ ବୋଝେଇ ଗାଡ଼ିଟି ବାରମ୍ବାର ସାଇଡ୍‌ ମାରି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲେ ହେଁ ବନ ବିଭାଗ ପିପିଳିଆ ନିକଟ ୨୦ ନମ୍ବର ଜାତୀୟ ରାଜପଥରୁ କାଠ ବୋଝେଇ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ, ବନପାଳ ସନ୍ତୋଷ କୁମାର ପୋହି, କେନ୍ଦୁଝର ମୋବାଇଲ ସ୍କ୍ବାଡ ଓ ପାଟଣା ପାରା ସ୍କ୍ବାଡ ସାମିଲ ହୋଇଥିଲେ। ରେଞ୍ଜର ପବିତ୍ରମୋହନଙ୍କ ସୂଚନା ମୁତାବକ ଜବତ ହୋଇଥିବା ଶାଳ ଚୌକାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉଦ୍ଧର୍‌ବ ହେବ। ଏଥିନେଇ ପାଟଣା ରେଞ୍ଜରେ ୪/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri