ରୋଗ ଯନ୍ତ୍ରଣା ଅସହ୍ୟ ହେଲା: ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର,୧୪।୧୨(ଡି.ଏନ୍‌.ଏ.) – ରୋଗ ଯନ୍ତ୍ରଣା ଅସହ୍ୟ ହେଲା। ଶେଷରେ ଜୀବନ ହାରି ଦେବାକୁ କଠୋର ନିଷ୍ପତ୍ତି ନେଲେ ଯୁବକ। ନିଜକୁ ଜାଳି ଦେଇ ସବୁଦିନ ପାଇଁ ନିଃଶେଷ ହୋଇଗଲେ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ସୁନାପୋଷି ଗ୍ରାମରେ। ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସୁନାପୋଷି ଗ୍ରାମର ରବୀନ୍ଦ୍ର ତାମୁଡିଆ(୪୦) ଦୀର୍ଘଦିନ ହେବ ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରିବାରରେ ଅନ୍ୟ କେହି ନ ଥିବାରୁ ସେ ଗାଁ ମୁଣ୍ଡ ଏକ କୁଡ଼ିଆ ଘରେ ଏକାକୀ ରହୁଥିଲେ। ଶୁକ୍ରବାର ଅପରାହ୍ନ ୩ଟାରେ ଘର ଭିତରେ ସେ ପୋଡ଼ିି ହୋଇ ଗୁରୁତର ହୋଇ ପଡ଼ିଥିବା ପଡ଼ୋଶୀ ଲୋକେ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତିି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେ କେଉଁ ରୋଗରେ ପୀଡ଼ିତ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ତିରିଂ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା(ନଂ.୨୩/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri