ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ତୀର୍ଥଯାତ୍ରା ପ୍ୟାକେଜ: ସବୁ ଶନିବାର ଭୁବନେଶ୍ୱରରୁ ତିରୁମାଲା

ଭୁବନେଶ୍ୱର, ୩।୯(ବ୍ୟୁରୋ): ଓ୍ବିକେଣ୍ଡକୁ ଧାର୍ମିକ ପରିବେଶରେ କାଟିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଆଣିଛି ତିରୁମାଲା ସ୍ବତନ୍ତ୍ର ଦର୍ଶନ ପ୍ୟାକେଜ। ୩ ଦିନ ୪ ରାତି ବିଶିଷ୍ଟ ଏହି ଟୁର ପ୍ୟାକେଜରେ ତିରୁମାଲା ପର୍ବତ ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ରହିଛି। ସବୁ ସପ୍ତାହର ଶନିବାର ମଧ୍ୟାହ୍ନ ୧୨ଟାରୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଛି ଏହି ସ୍ବତନ୍ତ୍ର ଟୁର ପ୍ୟାକେଜ ବଶିଷ୍ଟ ଟ୍ରେନ୍‌। ଯାତ୍ରାକୁ ଅଧିକ ସୁନ୍ଦର କରିବା ସକାଶେ ଡ୍ରେସକୋଡ କରାଯାଇଛି। ପୁରୁଷମାନଙ୍କ ଲାଗି ଧଳା ଧୋତି, କୁର୍ତ୍ତା ଓ ମହିଳାମାନେ ଶାଢ଼ି, ସାଲଓ୍ବାର କମିଜ, ଦୁପଟ୍ଟା ବାଧ୍ୟତାମୂଳକ ରଖାଯାଇଛି। ଜିନ୍ସ, ଟି-ଶାର୍ଟ ପିନ୍ଧିବାକୁ ଆଇଆରସିଟିସି ପକ୍ଷରୁ ବାରଣ କରାଯାଇଛି। ରବିବାର ତିରୁପତି ଷ୍ଟେଶନରେ ପହଞ୍ଚତ୍ବା ପରେ ଯାତ୍ରୀମାନେ କାନିପକମ୍‌ ଓ ଶ୍ରୀପୁରମ୍‌ ବୁଲିବେ। ତୃତୀୟ ଦିନରେ ତିରୁମାଲା ପର୍ବତ, ଭେଙ୍କଟେଶ୍ୱରଙ୍କ ଦର୍ଶନ, ତିରୁଚନୌର ମନ୍ଦିର, ଶ୍ରୀ କଳାହସ୍ତୀ ପ୍ରଭୃତି ମନ୍ଦିର ଆଇଆରସିଟିସି ଯାତ୍ରୀମାନଙ୍କୁ ବୁଲାଇବ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଟ୍ରେନଟି ପ୍ରତ୍ୟାବର୍ତ୍ତନ କରିବ। ଯାତ୍ରାରେ ତୃତୀୟ ଶ୍ରେଣୀ ଏସି ଓ ଶୟନଯାନ କୋଚ ରହିଛି। ପୂରା ପ୍ୟାକେଜର ଭଡ଼ା ୪୮୨୭ ଟଙ୍କାରୁ ନେଇ ୧୭୩୦୪ ଟଙ୍କା ଯାଏ ରହିଛି। ଯାତ୍ରା ସମ୍ବନ୍ଧରେ ଅଧିକ ସୂଚନା ପାଇବା ସକାଶେ ଆଇଆରସିଟିସି ଓ୍ବେବସାଇଟ(www.irctctourism.com)ଦେଖିପାରିବେ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଦୁଇମାସ ହେବ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଟୁର ପ୍ୟାକେଜ ସଫଳ ହେବାରୁ ଆଗକୁ ଏହା ବଢ଼ାଇବାକୁ ଯୋଜନା କରାଯାଉଛି ବୋଲି ଆଇଆରସିଟିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri