ରେଲ୍‌ୱେର ଆଭ୍ୟନ୍ତରୀଣ ସଙ୍କଟ

ମହାନଗରଗୁଡିକରୁ ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ରେଳଯାତ୍ରାକୁ କେନ୍ଦ୍ରକରି ସୃଷ୍ଟି ହାଇଥିବା ବିଭ୍ରାଟ ଯୋଗୁ ଭାରତୀୟ ରେଲ୍‌ଓ୍ବେ ଏବେ ରୋଷର ଶିକାର ହୋଇଛି । ଟ୍ରାଫିକ ଜାମ୍‌ ଏଡ଼ାଇବା ଲାଗି ଟ୍ରେନରୁଟ୍‌ ଜାଣିଶୁଣି ପରିବର୍ତ୍ତନ କରାଯାଇଥିବାରୁ ପ୍ରବାସୀ ଶ୍ରମିକମାନଙ୍କ ଯାତ୍ରାରେ ବିଳମ୍ବ ହୋଇଥିବା ଦର୍ଶାଇ ଏହା ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ପ୍ରୟାସ କରିଛି। ଏହାକୁ ହୁଏତ କେହି ସହଜରେ ଗ୍ରହଣ କରି ନ ପାରନ୍ତି। କିନ୍ତୁ ଏପଟେ ସଂସ୍ଥାରେ ଅଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଥିବା ଜଣାପଡିଛି। ଅଧିକାରୀମାନଙ୍କ ପଦୋନ୍ନତିରେ ହୋଇଥିବା ପାତରଅନ୍ତର ଏହି ଅସନ୍ତୋଷର କାରଣ ପାଲଟିଛି। କୋଭିଡ୍‌ ସଂକ୍ରମଣ ଯୋଗୁ ଲକ୍‌ଡାଉନରେ ଅନେକ ବରିଷ୍ଠ ଅଧିକାରୀ ସେମାନଙ୍କ ମାମଲା ଉଚ୍ଚପଦାଧିକାରୀଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଯାଇପାରିନାହାନ୍ତି। ଏହାକୁ ନେଇ ରେଲଓ୍ବେ ବୋର୍ଡରେ ତୀବ୍ର ଅସନ୍ତୋଷ ବି ପ୍ରକାଶ ପାଇଛି। ରେଳବିଭାଗ ବାବୁମାନଙ୍କ ମଧ୍ୟରେ ଘଟିଥିବା ମାମଲା ମଧ୍ୟରୁ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)ର ପ୍ରମୁଖ ଚିଫ୍‌ ମେକାନିକାଲ ଇଞ୍ଜିନିୟର ଏ. କେ. କଥପାଲଙ୍କ ମାମଲା ସବୁଠୁ ବେଶି ଚର୍ଚ୍ଚିତ। ନିକଟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି ସମିତି ୪ ଜଣ ମେକାନିକାଲ ଇଞ୍ଜିନିୟରଙ୍କୁ ମହାନିର୍ଦ୍ଦେଶକ ପଦ ସମକକ୍ଷ ଅତିରିକ୍ତ ସଦସ୍ୟ ପଦକୁ ପଦୋନ୍ନତି ପାଇଁ ଅନୁମୋଦନ କରିଛି। କଥପାଲ ଏହି ପଦ ଲାଗି ଉପଯୁକ୍ତ ଥିଲେ। କିନ୍ତୁ ତାଙ୍କ ବିରୋଧରେ ଭିଜିଲାନ୍ସ କେସ୍‌ ରହିଥିବାରୁ ତାଙ୍କୁ ପଦୋନ୍ନତି ଦିଆଗଲାନାହିଁ। ଯେଉର୍ଁମାନେ ପଦୋନ୍ନତି ସମ୍ପର୍କରେ କଥପାଲଙ୍କ ଦାବିକୁ ସମର୍ଥନ କରୁଛନ୍ତି ସେମାନେ ଯୁକ୍ତି ବାଢିଛନ୍ତି ଯେ, ଏହି ଆଇସିଏଫ ଅଧିକାରୀଙ୍କର ଭିଜିଲାନ୍ସ କେସର ଟ୍ରେନ ୧୮ ପ୍ରୋଜେକ୍ଟ ସହ ସମ୍ବନ୍ଧ ରହିଛି ତାହା ନିକଟରେ ନିଷ୍କର୍ଷରେ ପହଞ୍ଚିବାର ସମ୍ଭାବନା ନାହିଁ। ଏଣୁ ଏହାକୁ ଆଳକୁ ଉପଯୋଗ କରି ଏହି ବରିଷ୍ଠ ଅଧିକାରୀଙ୍କୁ ପଦୋନ୍ନତି ଦେବାକୁ ମନା କରିବା ଠିକ୍‌ ନୁହେଁ। ସ୍ପଷ୍ଟଭାବେ ନିୟମ ରହିଛି ଯେ, ଯେ ପର୍ଯ୍ୟନ୍ତ ଗୋଟିଏ ଭିଜିଲାନ୍ସ କେସ୍‌ ଶେଷ ନ ହୋଇଛି ଏବଂ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ( ସିଭିସି) ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ ନ କରିଛନ୍ତି ସେ ଯାଏ କେହି ପଦୋନ୍ନତିକୁ ମନାକରିପାରିବେ ନାହିଁ। କଥପାଲଙ୍କ ବିରୋଧରେ ଅଭିଯୋଗ ମଧ୍ୟ ୬ ମାସରୁ ଅଧିକ ପୁରୁଣା ହେଲାଣି, ଯାହା ଉପରେ ଧ୍ୟାନ ଦିଆଯାଇନାହିଁ। ଅନେକେ ବିଶ୍ୱାସ କରନ୍ତି ଯେ, ଆଉ ଜଣେ ମେକାନିକାଲ ଅଫିିସରଙ୍କୁ ଅତିରିକ୍ତ ସଦସ୍ୟ କିମ୍ବା ରେଲଓ୍ବେ ବୋର୍ଡ ସଚିବ ପଦକୁ ପଦୋନ୍ନତି ନ ଦେବା ଲାଗି କଥପାଲଙ୍କୁ ପଦୋନ୍ନତି ଦେବାକୁ ମନା କରଯାଇ ଏକ ଉଦାହରଣ ସୃଷ୍ଟି କରାଗଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ରେଲଓ୍ବେରେ ପରସ୍ପର ମଧ୍ୟରେ ସାଂଘାତିିକ କ୍ଷମତା ଲଢେଇ ଚାଲିଛି, ଯାହା ରେଲଓ୍ବେର ଭବିଷ୍ୟତ କାର୍ଯ୍ୟଧାରା ନିମନ୍ତେ ଶୁଭଙ୍କର ନୁହେଁ। ପ୍ରବାସୀ ଶ୍ରମିକଙ୍କ ଯାତ୍ରାକୁ ନେଇ ଏହାର ବିଫଳତାରୁ ରେଲଓ୍ବେର ଆଭ୍ୟନ୍ତରୀଣ ବିବାଦ ଭଲ ଭାବେ ବୁଝାପଡୁଛି।
ପୋଲିସ ବନାମ ପୋଲିସ
ବିଭିନ୍ନ ପୋଲିସ ସେବା ମଧ୍ୟରେ ତୀବ୍ର ଲଢ଼େଇ ହେବା ପ୍ରାୟତଃ ଏକ ମାମୁଲି କଥା। କିନ୍ତୁ ବିଳମ୍ବରେ ହେଲେ ବି ଏହି ଲଢେଇ ଏବେ ଗଣମାଧ୍ୟମରେ ଶୀର୍ଷକ ପାଲଟିଛିି। ଏବେ ଘଟିଥିବା ତିନୋଟି ଘଟଣା ସେଣ୍ଟ୍ରାଲ ପୋଲିସ ଫୋର୍ସ ବା କେନ୍ଦ୍ରୀୟ ସୁରକ୍ଷା ବଳର ଅଶୋଭନୀୟ ପକ୍ଷକୁ ପ୍ରଦିପାଦିତ କରିଛି। ଜମ୍ମୁକଶ୍ମୀରର ଇନ୍ସପେକ୍ଟର ଜେନେରାଲ (ମହାନିରୀକ୍ଷକ) ପଦର ଜଣେ ଆଇପିଏସ୍‌ ଅଧିକାରୀଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିଥିଲା। ସେ କହିଥିଲେ,ଯେ ସିଆର୍‌ପିଏଫ୍‌ର କାର୍ଯ୍ୟଧାରା ସନ୍ତୋଷଜନକ ନୁହେଁ’। ଏଭଳି ମନ୍ତବ୍ୟ ସେ ସିଆର୍‌ପିଏଫ୍‌ ଅଧିକାରୀଙ୍କ ଉପସ୍ଥିତିରେ ଦେଇଥିଲେ। ସେମାନେ ତାଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ତାହା ତଥ୍ୟ ଆଧାରିତ ନୁହେଁ ବୋଲି ପ୍ରକାଶ କରିଥିଲେ। ଜମ୍ମୁକଶ୍କୀର ପୋଲିସ ଏବଂ ସିଆରପିଏଫ୍‌ ମଧ୍ୟରେ ଏକ ସାଂଘାତିକ ଫାଟ ଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏହା ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (ସିଏପିଏଫ୍‌)ପ୍ରତି ଆଇପିଏସ ଅଧିକାରୀମାନଙ୍କ ଘୃଣା ଭାବକୁ ପ୍ରକାଶକରୁଛି ବୋଲି କେତେକ ସିଆର୍‌ପିଏଫ୍‌ ଅଧିକାରୀ କହିଛନ୍ତି।
ଆଉ ଏକ ଘଟଣାକ୍ରମରେ ସିଆର୍‌ପିଏଫ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅତି ସାଧାରଣ ଜଣାପଡୁଥିବା ଏହି ନିର୍ଦ୍ଦେଶନାମାରେ ଅବସରପ୍ରାପ୍ତ କିମ୍ବା ପ୍ରତ୍ୟାବର୍ତ୍ତିତ ସିଆରପିଏଫ୍‌ ଅଧିକାରୀ ଯେଉଁମାନେ ବାସ୍ତବରେ ଆଇପିଏସ ଅଧିକାରୀ ସେମାନଙ୍କ ପାଖରେ ଥିବା ଚପରାସୀମାନଙ୍କୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସେମାନଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଛି। ପୁନଶ୍ଚ ଆଶ୍ଚର୍ଯ୍ୟଜନକ ଭାବେ ଏକ ନିର୍ଦ୍ଦେଶନାମା ବଳରେ ସରକାର ୮ ଜଣ ଶୀର୍ଷ ସିଆରପିଏଫ୍‌ ଅଧିକାରୀଙ୍କୁ ବଦଳି କରି ପରଦିନ ସକାଳେ ପଦ ଛାଡିବା ଲାଗି କହିଛନ୍ତି। ଏହାକୁ ଏକ ଅପ୍ରତ୍ୟାଶିତ ଆଚରଣ ଏବଂ ବରିଷ୍ଠ ଅଧିକାରୀମାନଙ୍କ ପ୍ରତି ଏକ ଅପମାନଜନକ ପଦକ୍ଷେପ ବୋଲି ବିବେଚନା କରିଛି ସିଆର୍‌ପିଏଫ୍‌। ଏହି ଲଢ଼େଇର ଚେର ବହୁ ଅତୀତ (ତଳ) ଯାଏ ଲମ୍ବିଛି। ସିଆର୍‌ପିଏଫ୍‌ ଅଧିକାରୀଙ୍କ ସମେତ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (ସିଏପିଏଫ୍‌)ର ଅଧିକାରୀମାନେ ଏହା ମଧ୍ୟକୁ ଡେପୁଟେଶନରେ ଆସିଥିବା ଆଇପିଏସ୍‌ ଅଧିକାରୀମାନଙ୍କୁ ବହୁଦିନ ହେବ ବିରୋଧ କରିଆସୁଛନ୍ତି । ସେମାନେ ନିଜ ଫୋର୍ସରେ ଭଲ ଓ ମୂଲ୍ୟବାନ ପଦ ରଖୁଛନ୍ତି ଏବଂ କ୍ୟାଡର ଅଧିକାରୀମାନଙ୍କୁ ନିକୃଷ୍ଟ ପଦକୁ ବିଦା କରିଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଆଇପିଏସ ଅଧିକାରୀମାନେ ଏ୍ୟତିହାସିକ କାରଣ ଦର୍ଶାଇ ସିଏପିଏଫ୍‌ କ୍ୟାଡରର ପ୍ରଭୁତ୍ୱ ଜାହିର କରୁଛନ୍ତି। ସେମାନେ କହୁଛନ୍ତି ଯେ, ବିଭିନ୍ନ ପାରାମିଲିଟାରୀ ଫୋର୍ସ ଗଠନ କରି ତାହାର ସଂଗଠନ ଓ ଦକ୍ଷତାକୁ ଏହି ସ୍ତରଯାଏ ଆଣିଛନ୍ତି । ଏହା ସମ୍ମାନର ଲଢେଇ ବୋଲି ସ୍ପଷ୍ଟ ଜଣାପଡୁଛି। କ୍ୟାଡର ଅଧିକାରୀମାନଙ୍କ ପାଇଁ ପଦୋନ୍ନତିର କମ୍‌ ସୁଯୋଗ ରଖି ସିଏପିଏଫ୍‌ର ମୁଖ୍ୟ ପଦରେ ଆଇପିଏସ୍‌ ଅଧିକାରୀମାନେ ରହିଛନ୍ତି। ଜଣେ ସିଏପିଏଫ୍‌ ଅଧିକାରୀ ଗ୍ରୁପ୍‌ ଏ ପଦ ଭାବେ ଜଣାଶୁଣା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ରୁ ତାଙ୍କ କ୍ୟାରିୟର ଆରମ୍ଭ କରି ଅତିରିକ୍ତ ମହାନିର୍ଦ୍ଦେଶକ କି ମହାନିର୍ଦ୍ଦେଶକ ପଦରେ ପହଞ୍ଚିବା କ୍ୱଚିତ ଦେଖାଯାଏ। ଏହି ପଦଗୁଡିକ ଆଇପିଏସ୍‌ ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ପାଳିକୁ ଅପେକ୍ଷା କରି ଅନେକ ଅବସର ଗ୍ରହଣ କରନ୍ତି। ସୁପ୍ରିମକୋର୍ଟ ୨୦୧୯ରେ ସିଏପିଏଫ ଅଧିକାରୀମାନେ ସେମାନଙ୍କ ପ୍ରତିପକ୍ଷ ଆଇପିଏସ୍‌ ଅଧିକାରୀମାନଙ୍କ ସହ ସମକକ୍ଷ ବୋଲି ନିର୍ଦ୍ଦେଶ ଦେଇଥିତ୍ଲେ ମଧ୍ୟ ଏଯାବତ ସରକାର ତାହାକୁ କାର୍ଯ୍ୟକାରୀ କରିପାରିନାହାନ୍ତି। ଏହି ବିଳମ୍ବ ଘଟଣାକୁ ଆହୁରି ଜଟିଳ କରିଦେଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri