ଚାଲ ଫେରିଯିବା ଗାଁକୁ

ମାତ୍ର କିଛିଦିନ ହୋଇଛି, କୋଭିଡ୍‌-୧୯ ଯୋଗୁ ଭାରତର ସବୁ ରାଜ୍ୟକୁ ଲକ୍‌ଡାଉନ୍‌ କରିଦେବାରୁ ହଇରାଣ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ନିଜର ଗାଁକୁ ଯିବାପାଇଁ ଅସ୍ତବ୍ୟସ୍ତ। ପାଖରେ ନା ଖାଇବାକୁ ରାଶନ ଅଛି, ନା ପଇସା ଅଛି ରାଶନ କିଣିବାକୁ। ବଡ କଷ୍ଟ ଦାୟକ ସେ ଦୃଶ୍ୟ। ଏହା ହେଉଛି ବର୍ତ୍ତମାନ ସମୟରେ ସାରା ଭାରତର ଗରିବ ପ୍ରବାସୀ ଶ୍ରମିକମାନଙ୍କର ପ୍ରକୃତ ଚିତ୍ର। ଭାରତରେ ଅଧିକାଂଶ ପ୍ରବାସୀ ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରିଥାନ୍ତି, ସେମାନଙ୍କ ଜୀବନ ଅତି ଯନ୍ତ୍ରଣା ଦାୟକ। ଲକ୍‌ଡାଉନ୍‌ ହେତୁ ବର୍ତ୍ତମାନ ସେମାନେ ନିଜର ଚାକିରି ଏବଂ କାମ ହରାଇ ସାରିଛନ୍ତି ।
ବହୁ ପ୍ରବାସୀ ଶ୍ରମିକ ସହରରେ ନିଜ ଭଡ଼ାଘରେ ଥିଲାବେଳେ, ଅନେକ ଅସ୍ଥାୟୀ ରିଲିଫ କ୍ୟାମ୍ପରେ ମଧ୍ୟ ଅଟକି ରହିଛନ୍ତି। କେତେକ ରାଜ୍ୟ ସରକାର ନିଜ ଲୋକଙ୍କୁ ଘରକୁ ଆଣିବାରେ ସକ୍ଷମ ହେଲାବେଳେ ଅନେକେ ପାଦରେ ଚାଲି ଚାଲି ଛୋଟ ଛୋଟ ଶିଶୁଙ୍କୁ ସାଥିରେ ଧରି ନ ଖାଇ ନ ପିଇ ଘରମୁଖା ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ତିନି ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇ ସାରିଲେଣି ଏବଂ ଭାରତରେ ପାଖାପାଖି ୪୭୦୦ ଲୋକଙ୍କ ଜୀବନ ଯାଇ ସାରିଲାଣି। ଆହୁରି କେତେ ଲୋକଙ୍କ ଜୀବନ ଯିବ, ତାହା ମଧ୍ୟ ଆକଳନ କରିବା ବର୍ତ୍ତମାନ ସମ୍ଭବପର ନୁହେଁ। ଏହି ମହାମାରୀ ରୋଗ ନ ବଢ଼ିବା ପାଇଁ କରାଯାଉଥିବା ଲକ୍‌ଡାଉନ୍‌ ହେତୁ କେବଳ ଭାରତ କାହିଁକି ସାରା ବିଶ୍ୱର ଆର୍ଥିକ ସ୍ଥିତି ଠପ୍‌ ହୋଇଯାଇଛି ।
ସାରା ଦୁନିଆ ଯେମିତି କି ହଠାତ ଅଟକି ଯାଇଛି। ବର୍ତ୍ତମାନ ଲୋକମାନଙ୍କ ଜୀବନ ବଞ୍ଚାଇବା ଯେପରି କି ସମସ୍ତଙ୍କର ପ୍ରାଥମିକ ଉଦ୍ଦେଶ୍ୟ ପାଲଟି ସାରିଛି।
ମଣିଷ ହିଁ ତା’ର ପରିବେଶକୁ ଧ୍ବଂସ କରିବାର ମୁଖ୍ୟ କାରଣ, ପ୍ରକୃତି କ’ଣ ତା’ର ପ୍ରତିଶୋଧ ଏହି କୋଭିଡ୍‌-୧୯ ମାଧ୍ୟମରେ ନେଉଅଛି କି ? ପରିବେଶ ନଷ୍ଟ ହେବା ଏବଂ କୋଭିଡ୍‌-୧୯ ମଧ୍ୟରେ କି ସମ୍ପର୍କ ରହିଛି ତାହା ଏ ଯାଏ ଠିକ ଭାବେ ଜଣାପଡି ନାହିଁ। କିନ୍ତୁ ପରିବେଶ ପ୍ରଦୂଷଣ ଅନେକଗୁଡ଼ିଏ ସଂକ୍ରମିତ ରୋଗକୁ ପ୍ରୋତ୍ସାହନ ଦେଇଥାଏ। ଆଜି ଏହି ପରିସ୍ଥିତିରେ ବଡ ବଡ ବିଶେଷଜ୍ଞ ଏବଂ ପରିବେଶବିତ୍‌ମାନେ କହିଥିବା କଥା ଯେପରି କି, ପ୍ରତ୍ୟେକ ମଣିଷ ଏକ ସ୍ଥାୟୀ ଜୀବନଯାପନ କରିବା ସହ ଭବିଷ୍ୟତ ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ମଧ୍ୟ କରିବା ଉଚିତ, ଏହି କଥାର ମାନ୍ୟ ଏଠାରେ ଯୁକ୍ତିଯୁକ୍ତ। ଆଉ ସେଇ ପ୍ରକୃତି କଥା କହିଲେ ଲାଗେ ଯେପରି ଗରିବ ଲୋକମାନେ ହିଁ ତା’ର କେବଳ ରକ୍ଷକ। କାରଣ ପରିବେଶକୁ ଦୂଷିତ କରିବାରେ ସେମାନଙ୍କର ଅବଦାନ ବହୁତ କମ୍‌, ଯେହେତୁ ସେମାନେ ଏହାର ଉପଭୋଗ ବହୁତ କମ୍‌ କରିଥାନ୍ତି। କିନ୍ତୁ ରାଜନୈତିକ ନେତାମାନେ ବଡ ବଡ କମ୍ପାନୀଙ୍କ ପ୍ରରୋଚନାରେ ଏଭଳି ନୀତି ଆଣିଛନ୍ତି, ଯାହା କି କେବେ ହେଲେ ପ୍ରକୃତି ଓ ଗରିବ ଲୋକଙ୍କ ଜୀବନକୁ ଧ୍ୟାନ ଦେଇ ନ ଥାଏ। କେବଳ ସେତିକି ନୁହେଁ, ଏହା ଧନୀ ଆଉ ଗରିବଙ୍କ ମଧ୍ୟରେ ଥିବା ଅସମାନତା ମଧ୍ୟ ବଢାଇଛି। ସରକାରଙ୍କ ବଜାରଭିତ୍ତିକ ଉଦାରୀକରଣ ଯୋଗୁ ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମୀଣ ଅର୍ଥନୀତି ନଷ୍ଟ ହୋଇଯାଇଛି, ଯାହାଦ୍ୱାରା ସେମାନେ ନିଜର ପାରମ୍ପରିକ ପେସାକୁ ଛାଡି ସହରାଭିମୁଖୀ ହୋଇଛନ୍ତି। ବିଗତ ଦୁଇ ତିନି ଦଶନ୍ଧି ଭିତରେ ସହରକୁ ଶ୍ରମିକ ଭାବରେ ଯାଉଥିବା ଲୋକମାନଙ୍କର ସଂଖ୍ୟା ବହୁତ ବଢିଯାଇଛି। ତେବେ ଭାରତରେ ୪୦ କୋଟି ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୧୦ କୋଟି ଋତୁକାଳୀନ ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି। ସାଧାରଣରେ ଯେଭଳିଭାବେ ପ୍ରବାସୀ ବା ସ୍ଥାନାନ୍ତରିତ ହେଉଥିବା ଶ୍ରମିକଙ୍କ ବିଷୟରେ ଉଲ୍ଲେଖ କରାଯାଉଛି ତାହାର ପ୍ରକୃତ ତଥ୍ୟ ପାଇବା କଷ୍ଟକର। ଉଦାହରଣ ଭାବେ ନେବା ଓଡ଼ିଶା ଭଳି ଏକ ରାଜ୍ୟକୁ। ସେଠୁ ପ୍ରାୟ ଦଶ ଲକ୍ଷରୁ ଅଧିକ ଲୋକ ଯାଇ ବାହାର ରାଜ୍ୟରେ କମ୍ପାନୀ, ଇଟାଭାଟି କିମ୍ବା କୋଠାବାଡି କାମରେ ନିଯୁକ୍ତ ଅଛନ୍ତି। ଏହା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଥାଏ, କିନ୍ତୁ ପ୍ରକୃତରେ ଏହାର ସଂଖ୍ୟା ଆହୁରି ଅଧିକ ହୋଇପାରେ। ନା ସେମାନଙ୍କର ଜୀବନର କିଛି ସୁନିଶ୍ଚିତତା ଅଛି, ନା ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ହୋଇପାରୁଛି। ସତରେ କ’ଣ ସହରରେ ସେମାନେ ଯଥେଷ୍ଟ ଖାଇବାକୁ ଆଉ ପିନ୍ଧିବାକୁ ପାଇପାରୁଛନ୍ତି, ଏକ ଭଲ ଜୀବନଯାପନ ସ୍ବପ୍ନ ଦେଖି ସେମାନେ ଯାଇଥିଲେ ସହରକୁ, ତାହା କେତେଦୂର ହାସଲ କରିପାରୁଛନ୍ତି ସେହି ପ୍ରବାସୀ ଶ୍ରମିକମାନେ।
ବର୍ତ୍ତମାନ ସାରା ବିଶ୍ୱରେ ଯେଉଁଭଳି ଅଭିବୃଦ୍ଧି ହ୍ରାସ ପାଉଛି, ତାହା ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଲକ୍‌ଡାଉନ୍‌ ସମୟରେ କମ୍‌ ଉତ୍ପାଦନ ଏବଂ କମ୍‌ ସେବନ ହେଉଥିଲେ ମଧ୍ୟ ଏହାଦ୍ବାରା ବାୟୁମଣ୍ଡଳରେ ଏକ ସକାରାତ୍ମକ ପ୍ରଭାବ ଦେଖାଦେଇଛି । ଯେପରି କି ଅଙ୍ଗାରକାମ୍ଳର ମାତ୍ରା କମିଚାଲିଛି, ଯାହା କି ପରିବେଶକୁ ବିଶୁଦ୍ଧ କରିବାରେ ସହାୟକ ହୋଇପାରିଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଆକଳନ କରିବାକୁ ପଡିବ ଯେ, ଲକ୍‌ଡାଉନ୍‌ ପରେ ଅର୍ଥନୀତିକୁ କିପରି ଠିକ୍‌ ଭାବେ ପରିଚାଳନା କରିହେବ, ଯେପରି କି ଲୋକମାନେ ହଇରାଣ ନ ହୁଅନ୍ତି।
ଆମେ ଅତ୍ୟଧିକ ବିକଶିତ ପଦ୍ଧତି ଦ୍ୱାରା ତିଆରି ହୋଇଥିବା ବିକାଶର ପଥରେ ରହିଅଛୁ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଅଭିବୃଦ୍ଧି-କୈନ୍ଦ୍ରିକ ମଡେଲରୁ ନିଜକୁ ବିଚ୍ଛିନ୍ନ କରିବାର। ପ୍ରକୃତିର ସମ୍ପଦଗୁଡ଼ିକର ବଣ୍ଟନ ଏକ ସମାନତାର ପଥ ନେବା ଉଚିତ। ଉପଯୁକ୍ତ ରାଜ୍ୟ ହସ୍ତକ୍ଷେପ, ସମ୍ବଳ ସଂରକ୍ଷଣ ଏବଂ ବିକାଶ ଲାଭର ସମାନ ବଣ୍ଟନ ପାଇଁ ବାଟ ଖୋଲିବା ଉଚିତ। ଚାକିରି ହ୍ରାସକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ କ୍ଷେତ୍ର ଯାହା ଏକ ବିକଳ୍ପ ପ୍ରଦାନ କରିପାରିବ ତାହା ହେଉଛି କୃଷି ଏବଂ କ୍ଷୁଦ୍ର ଉଦ୍ୟୋଗ, ଯାହା କି ଦେଶର ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବନ କରାଇପାରିବାର କ୍ଷମତା ରଖିଥାଏ। ଗାନ୍ଧିଜୀଙ୍କର ଗ୍ରାମୀଣ ଅର୍ଥନୀତି ଏଠାରେ ଅନେକାଂଶରେ ପ୍ରଯୁଜ୍ୟ। ଏପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଆତ୍ମନିର୍ଭରଶୀଳ ଅର୍ଥନୀତି ମଧ୍ୟ ସମାଜର ଏକ ମୁଖ୍ୟ ମାନଦଣ୍ଡ ହେବା ଉଚିତ।
ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କୁ କୃଷି କ୍ଷେତ୍ରରେ ଅଧିକ ମାତ୍ରାରେ ଅର୍ଥ ନିବେଶ କରିବାର ନିହାତି ଆବଶ୍ୟକତା ରହିଛି। ସରକାର ଚାଷକୁ ଆଧୁନିକ କିନ୍ତୁ ସ୍ଥାୟୀ ଚାଷ ପ୍ରଣାଳୀ ଏବଂ କୃଷକମାନଙ୍କୁ କ୍ଷୁଦ୍ର ଋଣ ଯୋଗାଇଦେବା ଉଚିତ, ଯାହାଦ୍ୱାରା ଲୋକମାନେ ରୋଜଗାରର ଉପଯୁକ୍ତ ଉପାୟ ପାଇପାରିବେ। ଖାଦ୍ୟ ସଂରକ୍ଷଣ ନିମନ୍ତେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶୀତଳଭଣ୍ଡାର ପ୍ରସ୍ତୁତ କରିବା ଦରକାର। ଏଥି ସହିତ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ବଢ଼ାଇବାର ଆବଶ୍ୟକତା ମଧ୍ୟ ରହିଛି। ସରକାର ଆଉ ଟିକେ ଆଗକୁ ଯାଇ ଅନ୍ୟାନ୍ୟ ପାରମ୍ପରିକ ଫସଲ ଏବଂ ତା’ର ଖରିଦି ବିଷୟରେ ଭାବିପାରନ୍ତେ। ଏଥିସହିତ ସରକାର ଏହାକୁ କିଣିବାର ଠିକ ଏକ ସପ୍ତାହ ଭିତରେ ଲୋକମାନଙ୍କୁ କିପରି ସେମାନଙ୍କ ପଇସା ଦିଆଯାଇପାରିବ ତାହାର ବ୍ୟବସ୍ଥା ମଧ୍ୟ ସୁନିଶ୍ଚିତ କରିପାରନ୍ତେ। କେବଳ ସେତିକି ନୁହେଁ, ତା’ସହିତ ଯଦି ଛୋଟ ଛୋଟ ବ୍ୟବସାୟ ପାଇଁ ଚେଷ୍ଟା କରାଯାଏ ଯେପରି କି କୁମ୍ଭାର, ବଢେଇ, ମାଛ ଚାଷୀ ଏବଂ ବିଭିନ୍ନ ପ୍ରକାର ହସ୍ତ କାରିଗରଙ୍କୁ ସେମାନଙ୍କ ଜୀବିକା ନିର୍ବାହ ଲାଗି ପ୍ରୋତ୍ସାହନ ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ, ତେବେ ଆଗକୁ ହେବାକୁ ଥିବା ଜୀବନଜୀବିକାର ଅଭାବର ମାତ୍ରା ଅନେକାଂଶରେ କମ୍‌ ଦେଖାଦିଅନ୍ତା। ଏଥିରୁ ଅନେକ ବ୍ୟବସ୍ଥା ବିଷୟରେ ଅର୍ଥ ମନ୍ତ୍ରୀ କହିଛନ୍ତି, କିନ୍ତୁ ମୁଖ୍ୟ କଥା ହେଉଛି ଯେ ଏହି ବ୍ୟବସ୍ଥା ଗୁଡିକ ପ୍ରକୃତରେ କେତେଦୂର କାର୍ଯ୍ୟକାରୀ ହୋଇପାରିବ, ତାହାର ପ୍ରଣାଳୀ କିପରି ହେବ, ଆଉ ଦୁର୍ନୀତି ନ ଥାଇ କିପରି କାର୍ଯ୍ୟକାରୀ ହେବ ଏବଂ ଠିକ ଲୋକଙ୍କ ପାଖରେ ପହଞ୍ଚିବ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ।

ପ୍ରଦୀପ ବୈଶାଖ

ଜି.ସି.ଏ.ପି ଏସିଆ ସଂଯୋଜକ

ବିଜୟିନୀ ମହାନ୍ତି

ସାମାଜିକ କର୍ମୀ

 

ମୋ:୮୪୪୭୪୫୯୫୪୯
Email Id- 2006pradeep@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri