ରେଭେନ୍‌ଶା ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌

କଟକ ଅଫିସ,୨୮।୫: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌। ଏଠାରେ ଉପଲବ୍ଧ ରହିବ ଅନେକ କ୍ରୀଡ଼ାର ଅତ୍ୟାଧୁନିକ ଭିତ୍ତିଭୂମି। ପୂର୍ବରୁ ଏଠାରେ ଅନେକ କ୍ରୀଡ଼ାର ଭିତ୍ତିଭୂମି ଉପଲବ୍ଧ ଥିବାବେଳେ ଆଗାମୀ ଦିନରେ ଏଥିରେ ଯୋଡ଼ି ହେବ ହକି କୋର୍ଟ, ସୁଇମିଂ ପୁଲ୍‌ ଓ ଆଥ୍‌ଲେଟିକ ଟ୍ରାକ। ରାଜ୍ୟରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ଏଭଳି କ୍ରୀଡ଼ାର ଭିତ୍ତିଭୂମି ଉପଲବ୍ଧ ନାହିଁ।
ନରାଜସ୍ଥିତ ବ୍ରଜବିହାରୀପୁର ଠାରେ ନିର୍ମାଣ ଚାଲିଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଏହାର ନାମ ମହାନଦୀ କ୍ୟାମ୍ପସ ଭାବେ ନାମକରଣ କରାଯାଇଛି। ଏଠାରେ ହକି କୋର୍ଟ, ସୁଇମିଂ ପୁଲ ଓ ଆଥ୍‌ଲେଟିକ ଟ୍ରାକ ନିର୍ମାଣ ନେଇ ଯୋଜନା ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ଶେଷ ହେଲାଣି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସର ଭିତରର ଉନ୍ନତିରେ ଖର୍ଚ୍ଚ ହେବ। ଏବେ ୨୪କୋଟି ଟଙ୍କା ଅନୁଦାନ ମିଳିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କହିଛନ୍ତି। ଏବେ ଦ୍ୱିତୀୟ କ୍ୟାମ୍ପସରେ ପ୍ରଥମେ ଏକାଡେମିକ ବ୍ଲକ, ହଷ୍ଟେଲ ଓ ପାଠାଗାର ନିର୍ମାଣ କରାଯିବ। ଏହାପରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି କୁଳପତି କହିଥିଲେ। ହକି କୋର୍ଟ ନିମନ୍ତେ ବଜେଟ ପ୍ରାୟ ୮କୋଟି ଟଙ୍କା ରହିଛି। ଅନ୍ତର୍ଜାତୀୟ ସ୍ତରର ଟର୍ଫ ଏଠାରେ ବିଛାଯିବ। ଏହାଛଡ଼ା ଗ୍ୟାଲେରି ବ୍ୟବସ୍ଥା ମଧ୍ୟ କରାଯିବ। ସେହିପରି ଦ୍ୱିତୀୟ କ୍ୟାମ୍ପସରେ ରହିବ ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ। ଯାହାର ବଜେଟ ରହିଛି ପ୍ରାୟ ୬ କୋଟି ଟଙ୍କା। ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ ରାଜ୍ୟରେ ହାତଗଣତି ସ୍ଥାନରେ ଥିବାବେଳେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ନାହିଁ। ଏଣୁ ଏହା ବିଶ୍ୱବିଦ୍ୟାଳୟର ଆଥଲେଟମାନଙ୍କ ନିମନ୍ତେ ଉତ୍ସାହଜନକ ରହିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସୁଇମିଂ ପୁଲ। ଏହି ୩ଟି ନୂତନ କ୍ରୀଡ଼ାର ଭିତ୍ତିଭୂମି ତିଆରି ହେବା ପରେ ରେଭେନ୍‌ଶା ରାଜ୍ୟର ସର୍ବବୃହତ ସ୍ପୋର୍ଟସ ହବ୍‌ର ମାନ୍ୟତା ପାଇବ ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ବିଶ୍ୱବିଦ୍ୟାଳୟରେ ୨ଟି ଗ୍ରାଉଣ୍ଡ ରହିଛି। ଯେଉଁଠାରେ ଜାତୀୟ ସ୍ତରର କ୍ରିକେଟ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହେଉଛି। ଏହାଛଡ଼ା ଫୁଟବଲ ଗ୍ରାଉଣ୍ଡ, ବାସ୍କେଟବଲ କୋର୍ଟ, ଟେନିସ କୋର୍ଟ, ଭଲିବଲ ଫିଲ୍ଡ ରହିଛି। ଇନଡୋର ଗେମ୍‌ ମଧ୍ୟରେ ଅତ୍ୟାଧୁନିକ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ କୋର୍ଟ ମଧ୍ୟ ରହିଛି। ଉଭୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଅତ୍ୟାଧୁନିକ ଜିମ୍‌ ମଧ୍ୟ ବିଶ୍ୱବିଦ୍ୟାଳୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri