ରେଭେନ୍‌ଶା ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌

କଟକ ଅଫିସ,୨୮।୫: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌। ଏଠାରେ ଉପଲବ୍ଧ ରହିବ ଅନେକ କ୍ରୀଡ଼ାର ଅତ୍ୟାଧୁନିକ ଭିତ୍ତିଭୂମି। ପୂର୍ବରୁ ଏଠାରେ ଅନେକ କ୍ରୀଡ଼ାର ଭିତ୍ତିଭୂମି ଉପଲବ୍ଧ ଥିବାବେଳେ ଆଗାମୀ ଦିନରେ ଏଥିରେ ଯୋଡ଼ି ହେବ ହକି କୋର୍ଟ, ସୁଇମିଂ ପୁଲ୍‌ ଓ ଆଥ୍‌ଲେଟିକ ଟ୍ରାକ। ରାଜ୍ୟରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ଏଭଳି କ୍ରୀଡ଼ାର ଭିତ୍ତିଭୂମି ଉପଲବ୍ଧ ନାହିଁ।
ନରାଜସ୍ଥିତ ବ୍ରଜବିହାରୀପୁର ଠାରେ ନିର୍ମାଣ ଚାଲିଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଏହାର ନାମ ମହାନଦୀ କ୍ୟାମ୍ପସ ଭାବେ ନାମକରଣ କରାଯାଇଛି। ଏଠାରେ ହକି କୋର୍ଟ, ସୁଇମିଂ ପୁଲ ଓ ଆଥ୍‌ଲେଟିକ ଟ୍ରାକ ନିର୍ମାଣ ନେଇ ଯୋଜନା ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ଶେଷ ହେଲାଣି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସର ଭିତରର ଉନ୍ନତିରେ ଖର୍ଚ୍ଚ ହେବ। ଏବେ ୨୪କୋଟି ଟଙ୍କା ଅନୁଦାନ ମିଳିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କହିଛନ୍ତି। ଏବେ ଦ୍ୱିତୀୟ କ୍ୟାମ୍ପସରେ ପ୍ରଥମେ ଏକାଡେମିକ ବ୍ଲକ, ହଷ୍ଟେଲ ଓ ପାଠାଗାର ନିର୍ମାଣ କରାଯିବ। ଏହାପରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି କୁଳପତି କହିଥିଲେ। ହକି କୋର୍ଟ ନିମନ୍ତେ ବଜେଟ ପ୍ରାୟ ୮କୋଟି ଟଙ୍କା ରହିଛି। ଅନ୍ତର୍ଜାତୀୟ ସ୍ତରର ଟର୍ଫ ଏଠାରେ ବିଛାଯିବ। ଏହାଛଡ଼ା ଗ୍ୟାଲେରି ବ୍ୟବସ୍ଥା ମଧ୍ୟ କରାଯିବ। ସେହିପରି ଦ୍ୱିତୀୟ କ୍ୟାମ୍ପସରେ ରହିବ ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ। ଯାହାର ବଜେଟ ରହିଛି ପ୍ରାୟ ୬ କୋଟି ଟଙ୍କା। ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ ରାଜ୍ୟରେ ହାତଗଣତି ସ୍ଥାନରେ ଥିବାବେଳେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ନାହିଁ। ଏଣୁ ଏହା ବିଶ୍ୱବିଦ୍ୟାଳୟର ଆଥଲେଟମାନଙ୍କ ନିମନ୍ତେ ଉତ୍ସାହଜନକ ରହିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସୁଇମିଂ ପୁଲ। ଏହି ୩ଟି ନୂତନ କ୍ରୀଡ଼ାର ଭିତ୍ତିଭୂମି ତିଆରି ହେବା ପରେ ରେଭେନ୍‌ଶା ରାଜ୍ୟର ସର୍ବବୃହତ ସ୍ପୋର୍ଟସ ହବ୍‌ର ମାନ୍ୟତା ପାଇବ ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ବିଶ୍ୱବିଦ୍ୟାଳୟରେ ୨ଟି ଗ୍ରାଉଣ୍ଡ ରହିଛି। ଯେଉଁଠାରେ ଜାତୀୟ ସ୍ତରର କ୍ରିକେଟ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହେଉଛି। ଏହାଛଡ଼ା ଫୁଟବଲ ଗ୍ରାଉଣ୍ଡ, ବାସ୍କେଟବଲ କୋର୍ଟ, ଟେନିସ କୋର୍ଟ, ଭଲିବଲ ଫିଲ୍ଡ ରହିଛି। ଇନଡୋର ଗେମ୍‌ ମଧ୍ୟରେ ଅତ୍ୟାଧୁନିକ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ କୋର୍ଟ ମଧ୍ୟ ରହିଛି। ଉଭୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଅତ୍ୟାଧୁନିକ ଜିମ୍‌ ମଧ୍ୟ ବିଶ୍ୱବିଦ୍ୟାଳୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?