ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ: ପାଚେରି ଗଢ଼ି ପ୍ରାକୃତିକ ସମ୍ପତ୍ତି ଜବରଦଖଲ

କଟକ ଅଫିସ, ୩୧ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରାଯାଇ ଖରସୁଆ ନାଳ ଉପରେ ପାଚେରି ତିଆରି ହୋଇଥିବାରୁ ପ୍ରାକୃତିକ ସମ୍ପତ୍ତିକୁ ଜବରଦଖଲ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସେହିପରି ଏହି ପାଚେରୀ ଯୋଗୁ ଖରସୁଆ ନାଳର ପଥ ଅବରୋଧ ହୋଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏଥିଯୋଗୁ ସିଡିଏ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ଚିନ୍ତା ବଢ଼ିଛି। କାଠଯୋଡ଼ି ନଦୀରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରିବାରେ ସହାୟକ ହେଉଥିବା ଖରସୁଆ ଏବେ ପୋତି ହୋଇପଡ଼ିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ର ପାଚେରି ଭଙ୍ଗା ନ ଗଲେ ଆଗାମୀ ଦିନରେ ଏହାର ପ୍ରଭାବ ଏହି ଶିକ୍ଷାନୁଷ୍ଠାନ ସମେତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲୟୁ) ଏବଂ ସାରା ସିଡିଏ ଅଞ୍ଚଳ ଉପରେ ପଡ଼ିବ। ବର୍ଷାଋତୁରେ କାଠଯୋଡ଼ିର ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ହେଲେ ସିଡିଏ ଜଳମଗ୍ନ ହେବ।
ଖରସୁଆ ହେଉଛି ବହୁ ପୁରାତନ ନାଳ। ବର୍ଷର ଅନେକ ଦିନ ଶୁଷ୍କ ରହୁଥିବା ଏହି ନାଳ ମୁଖ୍ୟତଃ କାଠଯୋଡ଼ି ନଦୀରୁ ବନ୍ୟାଜଳ ନିଷ୍କାସନ କରିବାରେ ସହାୟକ ହୋଇଥାଏ। ଏହାର ଲମ୍ବ ପ୍ରାୟ ୨.୫କିମି। ପୂର୍ବରୁ ଅନେକ ଥର କାଠଯୋଡ଼ିରୁ ବନ୍ୟାଜଳ ନିଷ୍କାସନ କରିବାରେ ଖରସୁଆ ନାଳର ଭୂମିକା ରହିଛି। ତେବେ ଏହି ନାଳଟି ସିଡିଏର ସେକ୍ଟର-୧୪ ଓ ସେକ୍ଟର-୧୫ ଅଞ୍ଚଳ ଦେଇଯାଇଛି। ସେକ୍ଟର-୧୪ର ଅର୍ଦ୍ଧାଧିକ ଭାଗରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଓ ସେକ୍ଟର-୧୫ର ଅର୍ଦ୍ଧାଧିକ ଭାଗରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରହିଛି। ଏହାଛଡ଼ା ଗଢ଼ି ଉଠୁଥିବା ସେକ୍ଟର-୧୩ ଅଞ୍ଚଳର ସୀମାରେଖାରେ ରହିଛି ଖରସୁଆ। ଏଣୁ ଖରସୁଆର ପଥ ଅବରୋଧ ହେଲେ ଏହାର ପ୍ରଭାବ ସିଡିଏର ବିଭିନ୍ନ ଅଞ୍ଚଳ ଉପରେ ପଡ଼ିବ ବୋଲି ସିଡିଏ ପକ୍ଷରୁ କୁହାଯାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ବର୍ତ୍ତମାନ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ଶେଷ ହୋଇଛି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସରସ୍ଥ ଉନ୍ନତିରେ ଖର୍ଚ୍ଚ ହେବ। ଏବେ ୨୪କୋଟି ଟଙ୍କା ଅନୁଦାନ ମିଳିଛି। ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେକ୍ଟର-୧୩ ନିର୍ମାଣ ସରିଲେ ଏହି ଅଞ୍ଚଳର ଆବର୍ଜନା ପାଣିକୁ ଉକ୍ତ ନାଳକୁ ଛଡ଼ାଯିବ। ଏ ନେଇ ସିଡିଏର ଯନ୍ତ୍ରୀ ରମେଶ କୁମାର ମହାନ୍ତି କହିଛନ୍ତି, ଖରସୁଆ ଉପରେ ପାଚେରି ନିର୍ମାଣ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି। ବିଶ୍ୱବିଦ୍ୟାଳୟକୁ ଯେଉଁ ପରିମିତ ଜମି ଦିଆଯାଇଛି ସେମାନେ ତାହାକୁ ନେଇ କାର୍ଯ୍ୟ କରିଛନ୍ତି। ହେଲେ ପ୍ରାକୃତିକ ଅବବାହିକାକୁ ଅବରୋଧ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା କରାଯିବ ବୋଲି ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଯନ୍ତ୍ରୀ ସନ୍ତୋଷ କୁମାର ସ୍ବାଇଁ କହିଛନ୍ତି, ଜଳସେଚନ ବିଭାଗ ପକ୍ଷରୁ ସମସ୍ୟା ଉପୁଜିଥିବା ସ୍ଥାନ ସର୍ଭେ କରାଯାଇଛି। ଆଗାମୀ ଦିନରେ ଖରସୁଆର ମହାନଦୀ ପାର୍ଶ୍ୱସ୍ଥ ମଧୁସେତୁ ନିକଟରେ ସ୍ଲୁଇସ ଗେଟ ତିଆରି କରାଯିବାର ଯୋଜନା ରହିଛି। ସିଡିଏ ସେକ୍ଟର-୧୩, ୧୪ ଓ ୧୫ ଅଞ୍ଚଳବାସୀଙ୍କ ପାଇଁ ଖରସୁଆର ଆବଶ୍ୟକତା ବହୁତ ରହିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପାଚେରି ଖରସୁଆର ଦୁଇଟି ସ୍ଥାନକୁ ଅବରୋଧ କରୁଛି। ଏଣୁ ଏହି ସମସ୍ୟା ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବିଶ୍ୱବିଦ୍ୟାଳୟ କୁଳସଚିବ ଅଶୋକ କୁମାର ଦାସଙ୍କୁ ପଚାରିବାରେ କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ। ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରାଯାଇଛି। ସିଡିଏ ଏବଂ ଜଳସେଚନ ବିଭାଗ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି, ମାଷ୍ଟର ପ୍ଲାନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେଉଛି। କୌଣସି ନିୟମକୁ ଉଲ୍ଲଂଘନ କରାଯାଇନାହିଁ। ସରକାରୀ ଜମିରେ ନିର୍ମାଣ କାଯର୍ର୍‌ୟ କରାଯାଉଛି। ସିଡିଏ ଓ ଜଳସେଚନ ବିଭାଗର ଅଭିଯୋଗକୁ ସମ୍ମୁଖୀନ କରାଯିବ। ସେମାନଙ୍କ ସହ ଆଲୋଚନା ହେବ। ସେମାନେ କେବଳ ଅଭିଯୋଗ କରୁଥିବାବେଳେ ଆମକୁ ଏଯାଏ ଆଲୋଚନାରେ ସାମିଲ କରିନାହାନ୍ତି। ସର୍ଭେ ସମୟରେ ମଧ୍ୟ ଆମକୁ ଡାକି ନ ଥିଲେ ବୋଲି କୁଳପତି ପ୍ରକାଶ କରିଛନ୍ତି।

-କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri