ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ: ପାଚେରି ଗଢ଼ି ପ୍ରାକୃତିକ ସମ୍ପତ୍ତି ଜବରଦଖଲ

କଟକ ଅଫିସ, ୩୧ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରାଯାଇ ଖରସୁଆ ନାଳ ଉପରେ ପାଚେରି ତିଆରି ହୋଇଥିବାରୁ ପ୍ରାକୃତିକ ସମ୍ପତ୍ତିକୁ ଜବରଦଖଲ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସେହିପରି ଏହି ପାଚେରୀ ଯୋଗୁ ଖରସୁଆ ନାଳର ପଥ ଅବରୋଧ ହୋଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏଥିଯୋଗୁ ସିଡିଏ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ଚିନ୍ତା ବଢ଼ିଛି। କାଠଯୋଡ଼ି ନଦୀରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରିବାରେ ସହାୟକ ହେଉଥିବା ଖରସୁଆ ଏବେ ପୋତି ହୋଇପଡ଼ିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ର ପାଚେରି ଭଙ୍ଗା ନ ଗଲେ ଆଗାମୀ ଦିନରେ ଏହାର ପ୍ରଭାବ ଏହି ଶିକ୍ଷାନୁଷ୍ଠାନ ସମେତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲୟୁ) ଏବଂ ସାରା ସିଡିଏ ଅଞ୍ଚଳ ଉପରେ ପଡ଼ିବ। ବର୍ଷାଋତୁରେ କାଠଯୋଡ଼ିର ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ହେଲେ ସିଡିଏ ଜଳମଗ୍ନ ହେବ।
ଖରସୁଆ ହେଉଛି ବହୁ ପୁରାତନ ନାଳ। ବର୍ଷର ଅନେକ ଦିନ ଶୁଷ୍କ ରହୁଥିବା ଏହି ନାଳ ମୁଖ୍ୟତଃ କାଠଯୋଡ଼ି ନଦୀରୁ ବନ୍ୟାଜଳ ନିଷ୍କାସନ କରିବାରେ ସହାୟକ ହୋଇଥାଏ। ଏହାର ଲମ୍ବ ପ୍ରାୟ ୨.୫କିମି। ପୂର୍ବରୁ ଅନେକ ଥର କାଠଯୋଡ଼ିରୁ ବନ୍ୟାଜଳ ନିଷ୍କାସନ କରିବାରେ ଖରସୁଆ ନାଳର ଭୂମିକା ରହିଛି। ତେବେ ଏହି ନାଳଟି ସିଡିଏର ସେକ୍ଟର-୧୪ ଓ ସେକ୍ଟର-୧୫ ଅଞ୍ଚଳ ଦେଇଯାଇଛି। ସେକ୍ଟର-୧୪ର ଅର୍ଦ୍ଧାଧିକ ଭାଗରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଓ ସେକ୍ଟର-୧୫ର ଅର୍ଦ୍ଧାଧିକ ଭାଗରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରହିଛି। ଏହାଛଡ଼ା ଗଢ଼ି ଉଠୁଥିବା ସେକ୍ଟର-୧୩ ଅଞ୍ଚଳର ସୀମାରେଖାରେ ରହିଛି ଖରସୁଆ। ଏଣୁ ଖରସୁଆର ପଥ ଅବରୋଧ ହେଲେ ଏହାର ପ୍ରଭାବ ସିଡିଏର ବିଭିନ୍ନ ଅଞ୍ଚଳ ଉପରେ ପଡ଼ିବ ବୋଲି ସିଡିଏ ପକ୍ଷରୁ କୁହାଯାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ବର୍ତ୍ତମାନ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ଶେଷ ହୋଇଛି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସରସ୍ଥ ଉନ୍ନତିରେ ଖର୍ଚ୍ଚ ହେବ। ଏବେ ୨୪କୋଟି ଟଙ୍କା ଅନୁଦାନ ମିଳିଛି। ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେକ୍ଟର-୧୩ ନିର୍ମାଣ ସରିଲେ ଏହି ଅଞ୍ଚଳର ଆବର୍ଜନା ପାଣିକୁ ଉକ୍ତ ନାଳକୁ ଛଡ଼ାଯିବ। ଏ ନେଇ ସିଡିଏର ଯନ୍ତ୍ରୀ ରମେଶ କୁମାର ମହାନ୍ତି କହିଛନ୍ତି, ଖରସୁଆ ଉପରେ ପାଚେରି ନିର୍ମାଣ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି। ବିଶ୍ୱବିଦ୍ୟାଳୟକୁ ଯେଉଁ ପରିମିତ ଜମି ଦିଆଯାଇଛି ସେମାନେ ତାହାକୁ ନେଇ କାର୍ଯ୍ୟ କରିଛନ୍ତି। ହେଲେ ପ୍ରାକୃତିକ ଅବବାହିକାକୁ ଅବରୋଧ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା କରାଯିବ ବୋଲି ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଯନ୍ତ୍ରୀ ସନ୍ତୋଷ କୁମାର ସ୍ବାଇଁ କହିଛନ୍ତି, ଜଳସେଚନ ବିଭାଗ ପକ୍ଷରୁ ସମସ୍ୟା ଉପୁଜିଥିବା ସ୍ଥାନ ସର୍ଭେ କରାଯାଇଛି। ଆଗାମୀ ଦିନରେ ଖରସୁଆର ମହାନଦୀ ପାର୍ଶ୍ୱସ୍ଥ ମଧୁସେତୁ ନିକଟରେ ସ୍ଲୁଇସ ଗେଟ ତିଆରି କରାଯିବାର ଯୋଜନା ରହିଛି। ସିଡିଏ ସେକ୍ଟର-୧୩, ୧୪ ଓ ୧୫ ଅଞ୍ଚଳବାସୀଙ୍କ ପାଇଁ ଖରସୁଆର ଆବଶ୍ୟକତା ବହୁତ ରହିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପାଚେରି ଖରସୁଆର ଦୁଇଟି ସ୍ଥାନକୁ ଅବରୋଧ କରୁଛି। ଏଣୁ ଏହି ସମସ୍ୟା ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବିଶ୍ୱବିଦ୍ୟାଳୟ କୁଳସଚିବ ଅଶୋକ କୁମାର ଦାସଙ୍କୁ ପଚାରିବାରେ କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ। ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରାଯାଇଛି। ସିଡିଏ ଏବଂ ଜଳସେଚନ ବିଭାଗ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି, ମାଷ୍ଟର ପ୍ଲାନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେଉଛି। କୌଣସି ନିୟମକୁ ଉଲ୍ଲଂଘନ କରାଯାଇନାହିଁ। ସରକାରୀ ଜମିରେ ନିର୍ମାଣ କାଯର୍ର୍‌ୟ କରାଯାଉଛି। ସିଡିଏ ଓ ଜଳସେଚନ ବିଭାଗର ଅଭିଯୋଗକୁ ସମ୍ମୁଖୀନ କରାଯିବ। ସେମାନଙ୍କ ସହ ଆଲୋଚନା ହେବ। ସେମାନେ କେବଳ ଅଭିଯୋଗ କରୁଥିବାବେଳେ ଆମକୁ ଏଯାଏ ଆଲୋଚନାରେ ସାମିଲ କରିନାହାନ୍ତି। ସର୍ଭେ ସମୟରେ ମଧ୍ୟ ଆମକୁ ଡାକି ନ ଥିଲେ ବୋଲି କୁଳପତି ପ୍ରକାଶ କରିଛନ୍ତି।

-କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri