ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହେଲା ୪ ମାସ

ମସ୍କୋ/କ୍ୱିଭ,୨୪ ।୬: ଫେବୃୟାରୀ ୨୪, ୨୦୨୨ ସକାଳୁ ସକାଳୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଦେଲା । ବହୁ ବାରଣ ପରେ ବି ରୁଷିଆର ଏଭଳି ଆକ୍ରମଣରେ ସ୍ତବ୍ଧ ହୋଇଗଲା ବିଶ୍ୱ । କେହି କିଛି ବୁଝିବା ପୂର୍ବରୁ ରୁଷିଆ ସେନା ୟୁକ୍ରେନର ବଡ ବଡ ସହର ସମେତ ସେନା ଘାଟି ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏହି ଯୁଦ୍ଧକୁ ଏବେ ୪ ମାସ ପୂରଣ ହୋଇଛି । ହେଲେ ଏବେବି ୟୁକ୍ରେନରେ ଥମିନି ମିଶାଇଲ ମାଡ ଅବା ବୋମା ଫୁଟିବାର ଭୟଙ୍କର ଶବ୍ଦ । ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇଥିବା ବେଳେ ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ପ୍ରାଣ ଗଲାଣି । ଏହାସହ ବହୁ ଆର୍ଥିକ କ୍ଷତି ବି ହୋଇ ସାରିଲାଣି । ଅନୁମାନ କରାଯାଉଥିଲା କି ମେ’ ୯ରେ ରୁଷିଆ ନିଜକୁ ବିଜୟୀ ଘୋଷଣା କରି ଯୁଦ୍ଧରୁ ଓହରି ଯିବ ହେଲେ ସେମିତି କିଛି ହେଲା ନାହିଁ ।
ୟୁକ୍ରେନକୁ ଛୋଟ ଦେଶ ଭାବି ଯୁଦ୍ଧରେ ଖୁବଶୀଘ୍ର ବିଜୟ ଲକ୍ଷ୍ୟ ରଖିଥିବା ରୁଷିଆ ଯେମିତି ଚକ୍ରବ୍ୟୁହରେ ଫସିଗଲା ଭଳି ଆଲୋଚନା ହେଉଛି । ୟୁକ୍ରେନକୁ ଆମେରିକା ଓ କିଛି ୟୁରୋପୀୟ ଦେଶର ସହାୟତା ଯୋଗୁ ଏବେ ପର୍ଯ୍ୟନ୍ତ ସେ ଶକ୍ତିଶାଳୀ ଦେଶ ରୁଷିଆ ସହିତ ଲଢି ଚାଲିଛି । କେବେ ଏହି ଯୁଦ୍ଧର ଅବସାନ ହେବା ତାହା କହିବା ମୁସ୍କିଲ ହୋଇଥିବା ବେଳେ ଅନୁମାନ କରାଯାଉଛି କି ଏହା ଆହୁରି କିଛି ଦିନ ଚାଲିବ । ସେପଟେ ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି କି ଏହା ବର୍ଷ ବର୍ଷ ଧରି ଚାଲିବ । ଯଦି ଏହି ଯୁଦ୍ଧ ଏମିତି ଲାଗି ରହିଲା ତେବେ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ । ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପରିଲକ୍ଷିତ ହୋଇଥିବା ବେଳେ ଆଗକୁ ଅନାହାରରେ ଲୋକଙ୍କର ମୃତ୍ୟୁ ହେବ ବୋଲି ଅନୁମାନ କରାଯାଉଛି । ତେଣୁ କେବଳ ରୁଷିଆ-ୟୁକ୍ରେନ ନୁହେଁ ଏହି ଯୁଦ୍ଧ ସାରା ବିଶ୍ୱ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri