ରିସର୍ଚ୍ଚ ସେଣ୍ଟର କରିବ ସ୍ୟାକ୍‌ ରୋବଟିକ୍ସ ସ୍କୁଲ

ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ସ୍ଥାନୀୟ ସ୍ଟାର୍ଟଅପ୍‌ କମ୍ପାନୀ ସ୍ୟାକ୍‌ ରୋବଟିକ୍ସ ସ୍କୁଲ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିବା ନେଇ ଘୋଷଣା କରିଛି। ସ୍ୟାକ ରୋବଟିକ୍ସ ରୋବଟିକ୍‌ ଶିକ୍ଷା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବା ସହ ରୋବର୍ଟ ଖେଳନା, ରୋବର୍ଟ ଡିଆଇୱାଇ କିକ୍‌ ଏବଂ ରୋବର୍ଟ ଡିଜାଇନ୍‌, ଡେଭଲପ, ରିସର୍ଚ୍ଚ କରିବା ସହ ବିକ୍ରୟ ମଧ୍ୟ କରିଥାଏ। ଗୁରୁବାର ଏ ବିଷୟ ଘୋଷଣା କରି ସ୍ୟାକ୍‌ ରୋବଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ସାକ୍ୟସିଂହ ମହାପାତ୍ର କହିଥିଲେ, ସ୍ୟାକ୍‌ ରୋବଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ଟାର୍ଟଅପ୍‌ ଓଡିଶା ଏବଂ ସ୍ଟାର୍ଟଅପ୍‌ ଇଣ୍ଡିଆର ରେଜିଷ୍ଟ୍ରିଭୁକ୍ତ କମ୍ପାନୀ। ଯାହାକି ରୋବଟିକ୍‌ ରିସର୍ଚ୍ଚ ଏବଂ ଶିକ୍ଷା ସହ ଯୁକ୍ତ। ସାରା ଭାରତରେ ଏକ ଲକ୍ଷ୍ୟରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ରୋବଟିକ୍ସ ଶିକ୍ଷା ପ୍ରଦାନ କରୁଛୁ। ଏହି ମର୍ମରେ ଆମେ ସ୍ୟାକ୍‌ ରୋବଟିକ୍ସ ରିସର୍ଚ୍ଚ ସ୍ୟାକ୍‌, ରୋବଟିକ୍ସ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିବା ବିଷୟ ଘୋଷଣା କରିଛୁ ବୋଲି କହିଥିଲେ। ବିଗତଦିନର ଅଭିଜ୍ଞତାରୁ ଆମେ ଲକ୍ଷ୍ୟ କରିଛୁ ଯେ, ଭାରତରେ ରୋବଟିକ୍ସ ଶିକ୍ଷା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ଆମେ ଏହି ରୋବଟିକ୍ସ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଅନେକ ଦିନ ଧରି ରିସର୍ଚ୍ଚ କରି ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ଅତୁଳନୀୟ ରୋବଟିକ୍ସ ପାଠ୍ୟକ୍ରମ ପ୍ରସ୍ତୁତ କରିଛୁ ସେ ସକାଶେ ଏକ ରିସର୍ଚ୍ଚ ସେଣ୍ଟର ଖୋଲିବା ଲାଗି ଘୋଷଣା ହୋଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଚଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri