Posted inଜାତୀୟ

ରାହୁଲଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାହୁଲ ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ବୋଲି ଶନିବାର ଭାଜପା ପକ୍ଷରୁ ଦାବି କରାଯାଇଛି। ରାହୁଲଙ୍କ ନାଗରିକତ୍ୱ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅମେଠିର ରିଟନର୍ିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଏର ହୋଇଛି। ଏହାର ଶୁଣାଣି ଆସନ୍ତା ସୋମବାର ହେବ। ତେବେ ରାହୁଲଙ୍କ ଓକିଲ ଜବାବ ଦାଖଲ କରିବା ଲାଗି ସମୟ ମାଗିବା ଆଶ୍ଚର୍ଯ୍ୟଜନକ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି।
ରାହୁଲଙ୍କ ସତ୍ୟପାଠକୁ ନେଇ ରିଟର୍ନିଂ ଅଫିସର ରାମମନୋହର ମିଶ୍ରଙ୍କ ନିକଟରେ ୪ ଜଣ ଅଭିଯୋଗ କରିଥିଲେ। ଫଳରେ ଶନିବାର ସେ ରାହୁଲଙ୍କ ନାମାଙ୍କନପତ୍ର ଯାଞ୍ଚ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ଏହା ଉପରେ ଜବାବ ମାଗିଛନ୍ତି। ଏହା ଅତି ଗୁରୁତର ଅଭିଯୋଗ। ରାହୁଲ ଭାରତୀୟ ନା ବ୍ରିଟିଶ ନାଗରିକ ତାହା ସେ ସ୍ପଷ୍ଟ କରିବା ଉଚିତ ବୋଲି ଭାଜପା ମୁଖପାତ୍ର କହିଛନ୍ତି। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ରିଟର୍ନିଂ ଅଫିସର ଚୂଡାନ୍ତ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ ନିର୍ବାଚନ ସତ୍ୟପାଠରେ ଦିଆଯାଇଥିବା ତଥ୍ୟର ସତ୍ୟତାକୁ ଯାଞ୍ଚକରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ ସୂତ୍ରରୁ କୁହାଯାଇଛି।
ଅଭିଯୋଗ ଅନୁଯାୟୀ ୨୦୦୪ରେ ରାହୁଲ ବ୍ରିଟେନର ଏକ କମ୍ପାନୀରେ ପୁଞ୍ଜିନିବେଶ କଲାବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ଦସ୍ତାବିଜ୍‌ରେ ନିଜକୁ ବ୍ରିଟିଶ୍‌ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ତେବେ ୨୦୦୪ରୁ ୨୦୧୪ ବିଭିନ୍ନ ନିର୍ବାଚନବେଳେ ସେ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡେଭେଲପ୍‌ମେଣ୍ଟ ଇକୋନୋମିକ୍ସରେ ଏମ୍‌.ଫିଲ୍‌ କରିଥିବା ପୂର୍ବରୁ କହିଥିବାବେଳେ ପରେ ସେ ଡେଭେଲପ୍‌ମେଣ୍ଟ ଷ୍ଟଡିଜ୍‌ରେ ଏମ୍‌.ଫିଲ୍‌ କରିଥିବା ଦାବି କରିଥିଲେ। ସେହିବର୍ଷ ରାହୁଲ ଗାନ୍ଧୀ ନୁହନ୍ତି ରାଉଲ ଭିନ୍ସି ଉକ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ତଦନ୍ତରୁ ଜଣାପଡିଛି। ବିଭିନ୍ନ ଦେଶରେ ରାହୁଲ ଭିନ୍ନ ନାମରେ ନାମିତ କି ବୋଲି ରାଓ ପ୍ରଶ୍ନ ଉଠାଇଛନ୍ତି। ପ୍ରତି ୫ ବର୍ଷରେ କଂଗ୍ରେସର ଇସ୍ତାହାର ବଦଳିବା ଭଳି ରାହୁଲଙ୍କ ଯୋଗ୍ୟତା ବଦଳୁଥିବା ଭାଜପା ମୁଖପାତ୍ର କହିଛନ୍ତି।
ଅମେଠିର ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍‌ ଉପରୋକ୍ତ ଅଭିଯୋଗ ଆଣି ରାହୁଲଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବା ଲାଗି ଦାବି କରିଛନ୍ତି। ତାଙ୍କ ଓକିଲ ରବି ପ୍ରକାଶ କରିଥିବା ଅଭିଯୋଗ ଅନୁଯାୟୀ ବ୍ରିଟେନରେ ପଞ୍ଜୀକୃତ କମ୍ପାନୀର ଇନ୍‌କର୍ପୋରେଶନ ସାର୍ଟିଫିକେଟ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଯିଏ ଭାରତର ନାଗରିକ ନୁହନ୍ତି ସେ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରକାଶ କହିଛନ୍ତି। ସେ କିପରି ବ୍ରିଟିଶ ନାଗରିକ ହେଲେ ଏବଂ ଏବେ ଭାରତୀୟ ନାଗରିକତ୍ୱ ପାଇଛନ୍ତି, ତାହା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମାଙ୍କନପତ୍ର ଗ୍ରହଣ ନ କରିବାକୁ ସେ ରିଟର୍ନିଂ ଅଫିସରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ୨୦୦୩ରୁ ୨୦୦୯ ମଧ୍ୟରେ ବ୍ରିଟେନ କମ୍ପାନୀରେ ଥିବା ରାହୁଲଙ୍କ ସମ୍ପତ୍ତି ସମ୍ପର୍କରେ ସେ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ସେ କଲେଜରେ ତାଙ୍କ ନାଁ ରାଉଲ ଭିନ୍ସି ଲେଖିଛନ୍ତି। ରାହୁଲ ଗାନ୍ଧୀ ନାମରେ କୌଣସି ସାର୍ଟିଫିକେଟ ନାହିଁ। ରାଉଲ ଭିନି୍ସ ଓ ରାହୁଲ ଗାନ୍ଧୀ ସମାନ ବ୍ୟକ୍ତି କି ବୋଲି ପ୍ରକାଶ ପ୍ରଶ୍ନ କରିବା ସହ ଯଦି ସେମାନେ ସମାନ ନୁହନ୍ତି ତେବେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ପ୍ରକାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri