Posted inରାଜ୍ୟ

ରାସ୍ତା ସାରା ପଡୁଛି ପାଉଁଶ:ଗାଡ଼ି ଅଟକ, ଉତ୍ତେଜନା

ପରଜଙ୍ଗ,୨୧।୫(ଡି.ଏନ.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଉଡି ପରିବେଶ ବିଷାକ୍ତ ହେଉଛି। ଏଥିଯୋଗୁ ଯାତାୟାତକାରୀଙ୍କ ସହ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାର ମନମୁଖି କାମ ଯୋଗୁ ଜନସାଧାରଣ ହଇରାଣ ହେଉଥିବାରୁ ସୋମବାର ପରଜଙ୍ଗ ବ୍ୟବସାୟୀ ସଂଘ ପକ୍ଷରୁ ପାଉଁଶ ଗାଡ଼ି ଅଟକାଇ ପରିବହନ ବନ୍ଦ କରାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ସଂଘର ଅଭିଯୋଗ ମୁତାବକ, ରାସ୍ତା ନିର୍ମାଣରେ ବିଷାକ୍ତ ପାଉଁଶ ଗୁଣ୍ଡ ବ୍ୟବହାର କରାଯାଉଛି। ହାଇଓ୍ବା ଆଦି ଭାରିଯାନରେ ଏହା ପରିବହନ ହେଉଛି। ହେଲେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧା ହେଉ ନ ଥିବାରୁ ରାସ୍ତା ସାରା ପାଉଁଶ ଉଡୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର ମଧ୍ୟ କରିପାରୁ ନାହାନ୍ତି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବଜାର ମଧ୍ୟରେ ଯାଇଥିବା ରାସ୍ତାରେ ପାଣି ପକାଯାଉ ନ ଥିଲା। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ରାସ୍ତାରେ ପାଣି ଛିଞ୍ଚିବା ଓ ପାଲ ଭିଡି ଗାଡି ଚଳାଚଳ କରିବାକୁ ବ୍ୟବସାୟୀ ସଂଘ ଦାବି କରିଆସୁଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଭ୍ରୁକ୍ଷେପ କରାଯାଇ ନ ଥିଲା। ସୋମବାର ବଜାର ମଧ୍ୟରେ ଏକ ପାଉଁଶ ଗାଡିରୁ ପ୍ରବଳ ମାତ୍ରାରେ ପାଉଁଶ ରାସ୍ତାରେ ଖସି ଉଡିବାକୁ ଲାଗିଥିଲା। ବ୍ୟବସାୟୀମାନେ ଉତ୍ତ୍ୟକ୍ତ ହୋଇ ପାଉଁଶ ବୋଝେଇ ହାଇଓ୍ବା ଗାଡ଼ିଗୁଡିକୁ ଅଟକାଇ ଥିଲେ। ପ୍ରତିଦିନ ରାସ୍ତାରେ ପାଣି ପକାଇବା ସହ ପାଉଁଶ ଉଠାଇବା ଓ ଓଭର ଲୋଡ଼ିଂ କରି ନ ଆଣିବାକୁ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ପରେ କମ୍ପାନୀ କର୍ତ୍ତୃପକ୍ଷ ବୁଝାଶୁଝା କରିବା ସହ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣି ପକାଇବା ଓ ଓଭର ଲୋଡ଼ିଂ କରି ପାଉଁଶ ନ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri