ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦଳେ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ରାସ୍ତା ମଝିରେ ଥିବା ଫଳ ଟ୍ରେ ଗୁଡିକୁ ଦେଖି ଦଳଦଳ ମାଙ୍କଡ଼ ଧାଇଁ ଆସୁଛନ୍ତି । ପରେ ସେଗୁଡ଼ିକୁ ଦେଖି ଲୋଭରେ ଖାଇ ଯାଉଛନ୍ତି। ଗୋଟେ ଗୋଟେ ଖାଉଥିବା ବେଳେ ଅନ୍ୟ ହାତରେ ଆଉ ଗୋଟେ ଧରୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
How not to feed the wild & spoil them for ever pic.twitter.com/HPSVF6mGcS
— Susanta Nanda IFS (Retd) (@susantananda3) May 27, 2022

