ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଆଜି ସନ୍ଧ୍ୟା ୮ଟାରୁ ୪୮ ଘଣ୍ଟା ଯାଏ ଭୁବନେଶ୍ୱର, ଭଦ୍ରକ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ରାଜଧାନୀରେ ୫ମ କରୋନା ରୋଗୀ ସଂକ୍ରମିତ ହେବାର କାରଣ ଜଣାପଡ଼ୁନଥିବାରୁ ଆଗାମୀ ୪୮ଘଣ୍ଟା ପାଇଁ ଭୁବନେଶ୍ୱରକୁ ସଟ୍‌ ଡାଉନ୍‌ କରାଯିବ। ସେହିଭଳି ଭଦ୍ରକରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ହେତୁ ଏଠାରେ ମଧ୍ୟ ସଟ୍‌ ଡାଉନ୍‌ କରିବା ନେଇ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନା ମୁକାବିଲା ଦିଗରେ ଓଡ଼ିଶାର ଜନସାଧାରଣ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଲାଣି। ଏଥିଲାଗି ରାଜ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଓଡ଼ିଶାର ପଜିଟିଭ୍‌ ଭିତରୁ ୮୦% ଭୁବନେଶ୍ୱରରେ ଥିବା ବେଳେ ୨୦% ଭଦ୍ରକରେ ମିଳିଛି। ଓଡ଼ିଶାର ବାହାରକୁ ଯାଇଥିଲେ। ହେଲେ ସୂର୍ଯ୍ୟନଗର ମାମଲା ଚିନ୍ତା ବଢ଼ାଇଛି। ରୋଗୀ ବାହାରକୁ ଯାଇନଥିବା ଯୋଗୁ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଫଳରେ କେଉଁଠାରୁ ତାଙ୍କୁ ସଂକ୍ରମଣ ହେଲା ତାହାକୁ ତର୍ଜମା କରାଯାଉଛି। ସଂକ୍ରମଣ ଅଧିକ ହେବା ଆଶଙ୍କା ଥିବାରୁ ସୂର୍ଯ୍ୟନଗରର ପ୍ରତ୍ୟେକ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି। ତେବେ ଚଳିତ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୧ ଦିନ ଲକ୍‌ଡାଉନ୍‌ରେ ଅତ୍ୟାବଶକୀୟ ସେବା ପାଇଁ ସ୍ବତନ୍ତ୍ର ଛାଡ଼ ରହିଛି। ହେଲେ ଆଗାମୀ ୪୮ ଘଣ୍ଟା ସନ୍ଧ୍ୟା ୮ଟାରୁ ରବିବାର ୮ ପର୍ଯ୍ୟନ୍ତ ଭୁବନେଶ୍ୱର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ କରାଯାଉଛି। ଏହାଛଡ଼ା ଭଦ୍ରକ ସହରକୁ ମଧ୍ୟ ସଟ୍‌ ଡାଉନ୍‌ କରାଯିବ। ଆମେ ଜନସାଧାରଣଙ୍କଠାରୁ ବହୁତ ସମର୍ଥନ ପାଇଛୁ। ହେଲେ ଯେଉଁମାନେ ସଟ୍‌ଡାଉନ୍‌ ପାଳନ କରିବେ ନାହିଁ ସେମାନଙ୍କୁ ପୋଲିସ ଏବଂ ଅନ୍ୟାନ୍ୟ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ପାଇଁ ରଖାଯିବ। ଏହାଛଡ଼ା ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାମଲା ରୁଜୁ ସହ ଜରିମାନା ଆଦାୟ କରାଯିବ। ତେବେ ସରକାରଙ୍କ ଏହି ଘୋଷଣାକୁ ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri