Odisha Elections 2024

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ମଙ୍ଗଳବାର ଘେରାଉ କରିଥିଲା ଭାଜପା। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଜୟଶ୍ରୀ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଘେରାଉ କରିଥିଲେ l ବ୍ଲକ କାର୍ଯ୍ୟାଳୟ ଗେଟ ସମୁଖରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଖଣି, ପାଣି ଓ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ହିସାବ ରାଜ୍ୟ ସରକାର ଦେବାକୁ ପଡିବ ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ୧୮ ଲକ୍ଷ ୮୩ ହଜାର କୋଟିର ହିସାବ ଅପରାଗ ସରକାର ଦେଇ ପାରୁନି ବୋଲି ମନମୋହନ କଟାକ୍ଷ କରିଥିଲେ। ଏଥିସହ ଚିଟଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ସରକାର ୪୦ ଲକ୍ଷ ପରିବାରଙ୍କୁ ଠକି ଚାଲିଥିବା କଥା ସେ ଦୋହରାଇ ଥିଲେ।
ରାଜ୍ୟରେ ବର୍ତ୍ତମାନ ତାମିଲ ସରକାର ଚାଲିଛି ବୋଲି କହି ୫ଟି ଅଧକ୍ଷଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମନମୋହନ। ଅଙ୍ଗନବାଡିରେ ଛୋଟ ଶିଶୁ ମାନଙ୍କୁ ନିମ୍ନମାନର ଖାଦ୍ୟ ଦେଇ ସେମାନଙ୍କ ଟଙ୍କା ମଧ୍ୟ ସରକାରୀ ବାବୁମାନେ ଖାଇଯାଉଛନ୍ତି। ବିକାଶ ନାମରେ ବିନାଶ ଚାଲିଛି ଏବଂ ଶତକଡା ଦଶ ପରସେଣ୍ଟ ପିସି ନେତା ଠାରୁ ମନ୍ତ୍ରୀ ମାନେ ନେଉଥିବା ସେ ଅଭିଯୋଗ କରିଥିଲେ। ଭାଜପା ନେତା ଓ କର୍ମୀ ରାସନ କାର୍ଡ, ଭତ୍ତା ଏବଂ ପାଇଖାନା ଦୁର୍ନୀତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ।
ଭାଜପା ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଭାପତି ସୁବାଷ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ଜିଲାପରିଷଦ କୀର୍ତ୍ତନ ଦାସ, ଛତ୍ରପୁର ବ୍ଲକ ଅଧକ୍ଷା, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି କାନ୍ତାରୀ ଦଳାଇ, କୃଷ୍ଣ ଚନ୍ଦ୍ର ନାୟକ, ରଞ୍ଜନ ବେହେରା, ହୁମା ସମିତି ମେମ୍ବର ଧ୍ରୁବ ଚରଣ ପଲାଇ,ନିରାକାର ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ...

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର

ପୁରୁଷୋତ୍ତମପୁର, ୧୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି।...

ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ରେକର୍ଡପତ୍ର ଜଳିପୋଡ଼ି ପାଉଁଶ

ବାଲେଶର ଅଫିସ,୧୭।୫: ବାଲେଶ୍ୱର ଜିଲାର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri