ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ, କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ପୂର୍ବାହ୍ନରେ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଗୃହ, ଗ୍ୟାଲେରୀ ଓ ପରିସର ବୁଲି ଦେଖିଥିଲେ। ଏଥିସହ ସେ ପଦାଧିକାରୀଙ୍କଠାରୁ କ୍ଷୟକ୍ଷତି ତଥ୍ୟ ସଂଗ୍ରହ କରିଥିଲେ। ସଂଗ୍ରହାଳୟ ପରିସରରେ ବ୍ୟାପକ ଗଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଛି। ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି। ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି। ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ା ତେବେ ମରାମତି କାର୍ଯ୍ୟ ଓ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ କହିଛନ୍ତି। ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ ସମେତ କର୍ମଚାରୀ ଏବଂ କ୍ୟୁରେଟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ…

ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତେ ଅପରାଧିକ ମାମଲା

ଭୁବନେଶ୍ୱର, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri