ରାଜ୍ୟ ବିଦ୍ୟୁତ୍‌ କଣ୍ଟ୍ରାକ୍ଟରଙ୍କ କ୍ଷୋଭ: ବିପଦ ବେଳେ ଆମେ…

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ବାତ୍ୟା ‘ଫନୀ’କୁ ଦେଢମାସ ପୂରିଗଲାଣି। ଏବେ ବି ପୁରୀ ଜିଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ସହରାଞ୍ଚଳକୁ ବାଦ୍‌ ଦେଲେ ଗାଁ ଗଣ୍ଡା ଅବସ୍ଥା କହିଲେ ନ ସରେ । ପୁରୀ ଜିଲାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଆହୁରି ୬ ମାସ ଲାଗିଯିବ ବୋଲି କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟରମାନେ କହୁଛନ୍ତି। ରାଜ୍ୟର କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଲାଇସେନ୍ସ ଚାଲିଯିବା ଭୟରେ ସେମାନେ ଅଣକୁଶଳୀ ଶ୍ରମିକମାନଙ୍କୁ ନେଇ କାମରେ ଲଗାଉଛନ୍ତି। ଫଳରେ ଉତ୍ତମ ବିଦ୍ୟୁତ୍‌ କାର୍ଯ୍ୟ ହୋଇପାରୁନାହିଁ। ଏଥିସହିତ ଅନେକ ଦୁର୍ଘଟଣା ଘଟି ପ୍ରାଣହାନି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୩୩୦୦ ଲାଇସେନ୍ସପ୍ରାପ୍ତ ବିଦ୍ୟୁତ୍‌ କଣ୍ଟ୍ରାକ୍ଟର ଅଛନ୍ତି। ସେଥିରୁ ୮୮୦ ହାଇ ଟେନସନ(ଏଚଟି) ଲାଇସେନ୍ସପ୍ରାପ୍ତ କଣ୍ଟ୍ରାକ୍ଟର ଥିବା ବେଳେ ୫୦୦ ମିଡିୟମ ଭୋଲଟେଜ(ଏମ୍‌ଭି), ୧୦୦ରୁ ଊର୍ଦ୍ଧ୍ୱ ଏକ୍ସଟ୍ରା ହାଇ ଟେନସନ(ଇଏଚ୍‌ଟି) ଏବଂ ଅନ୍ୟାନ୍ୟ କଣ୍ଟ୍ରାକ୍ଟର ଅଛନ୍ତି। ଏହି କଣ୍ଟ୍ରାକ୍ଟରମାନଙ୍କୁ ସରକାରୀ ସହଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ରଦ୍ଦ ହୋଇ ଗଲାଣି। ରାଜ୍ୟରେ କାମଧନ୍ଦା ମିଳୁ ନ ଥିବାରୁ ଆର୍ଥିକ ଦୁରବସ୍ଥା ଯୋଗୁ ଅନେକ କଣ୍ଟ୍ରାକ୍ଟର ସେମାନଙ୍କର ବେଉସା ହରାଇ ସାରିଲେଣି। ଆଉ ଯେଉଁ କେତେକ ଅଛନ୍ତି ସେମାନେ ଭୟଙ୍କର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ନିୟମିତ କାମ ନ ମିଳିବା ଯୋଗୁ କଣ୍ଟ୍ରାକ୍ଟରମାନେ ନିଜ ଅଧୀନରେ କୁଶଳୀ ଶ୍ରମିକ ରଖିପାରୁ ନାହାନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ ରାଜ୍ୟର କଣ୍ଟ୍ରାକ୍ଟରମାନେ ଆଉ ଅଣ୍ଟା ସଳଖି ଛିଡା ହେବା ଭଳି ଅବସ୍ଥାରେ ନାହାନ୍ତି। ତେବେ ବାତ୍ୟା ଫନୀ ପାଇଁ ପ୍ରସ୍ତୁତ ନ ଥିବା ଶକ୍ତି ବିଭାଗ ରାଜ୍ୟର କଣ୍ଟ୍ରାକ୍ଟରମାନଙ୍କୁ ଡରାଇ ଧମକାଇ କାର୍ଯ୍ୟରେ ନିୟୋଜିତ କରିଛି। ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ଚେତାବନୀ ଦିଆଗଲା। ଫଳରେ ବାତ୍ୟା ପରଦିନ ଅର୍ଥାତ୍‌ ମେ ୪ ତାରିଖରୁ ରାଜ୍ୟର ଲାଇସେନ୍ସ ପ୍ରାପ୍ତ କଣ୍ଟ୍ରାକ୍ଟରମାନେ ବାଧ୍ୟହୋଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗାଁ ଗଣ୍ଡାରୁ ଅଣ କୁଶଳୀ ଲୋକଙ୍କୁ ଆଣି କାର୍ଯ୍ୟରେ ଲଗାଇଛନ୍ତି। ଏଥିଯୋଗୁ ୩ ଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ସରଞ୍ଜାମ ଠିକ୍‌ ସମୟରେ ଯୋଗାଇ ଦିଆଯାଉ ନାହିଁ। ଫଳରେ ପୁନରୁଦ୍ଧାର କାର୍ଯ୍ୟରେ ସେତେଟା ଅଗ୍ରଗତି ହୋଇ ପାରୁ ନାହିଁ। ଏହାଛଡା ଅନେକ ସ୍ଥାନରେ ଲୋକମାନେ ଠିକା କର୍ମଚାରୀମାନଙ୍କୁ ମାଡ ମାରିବା ସହ ବିଭିନ୍ନ ସ୍ଥାନରେ ଅଟକ ରଖୁଛନ୍ତି। ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା କେତେକ କଣ୍ଟ୍ରାକ୍ଟର ଅଭିଯୋଗ କରିଛନ୍ତି। ବିଦ୍ୟୁତ୍‌ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୪୦ ଜଣ ଏଚଟି ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ୫୦୦ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟରେ ଯଥେଷ୍ଟ କାରଣ ଦର୍ଶାଇ ନ ପାରିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ୩୩ କେ୍‌ଭି ଉପରକୁ ଥିବା ଏକ୍ସଟ୍ରା ହାଇ ଟେନସନ ଟାଓ୍ବାର କାର୍ଯ୍ୟ ରାଜ୍ୟର କୌଣସି କଣ୍ଟ୍ରାକ୍ଟରମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ବଡ ବଡ କଣ୍ଟ୍ରାକ୍ଟରମାନଙ୍କୁ ଓଡିଶାରେ ଟେଣ୍ଡର ଦିଆଯାଉଛି। ଶକ୍ତି ବିଭାଗ ଜାଣିଶୁଣି ଟେଣ୍ଡର ମୂଲ୍ୟ ବୃଦ୍ଧି କରିବାରୁ ସ୍ଥାନୀୟ କଣ୍ଟ୍ରାକ୍ଟରମାନେ ଇଏଚଟି ଟାଓ୍ବାର କାମ ପାଉ ନାହାନ୍ତି। ଫଳରେ ରାଜ୍ୟର କଣ୍ଟ୍ରାକ୍ଟରମାନେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଏ ସମ୍ପର୍କରେ ଅଲ୍‌ ଓଡିଶା ବିଦ୍ୟୁତ କଣ୍ଟ୍ରାକ୍ଟର ସଂଘ ସାଧାରଣ ସମ୍ପାଦକ ଭଗବାନ ବିଶ୍ୱାଳ କହିଛନ୍ତି ଯେ ରାଜ୍ୟରେ କାମ ମିଳୁ ନ ଥିବାରୁ ୧୦୦ରୁ ଉର୍ଦ୍ଧ୍ୱ କଣ୍ଟ୍ରାକ୍ଟର ଲାଇସେନ୍ସ ହରାଇ ଘରେ ବସିଛନ୍ତି। ଲାଇସେନ୍ସ ପ୍ରଦାନ ନୀତିରେ ପରିବର୍ତ୍ତନ ନ ହେବାରୁ ନୂତନ ଲାଇସେନ୍ସ ମିଳିବା ସମ୍ଭବ ହେଉ ନାହିଁ। ଏ ନେଇ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶକ୍ତି ସଚିବଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟରେ କୌଣସି ବିପତ୍ତି ଆସିଲେ ଆମେ ଆଗେ କାର୍ଯ୍ୟରେ ଯୋଗ ଦେଉଛୁ। ନାଁ ନେଉଛନ୍ତି ଅନ୍ୟ ରାଜ୍ୟର କଣ୍ଟ୍ରାକ୍ଟର। ଟେଣ୍ଡର ମୂଲ୍ୟ ବୃଦ୍ଧି କରାଯାଉଥିବାରୁ ଓଡିଶା କଣ୍ଟ୍ରାକ୍ଟରମାନେ ବଡ ବଡ ଟାଓ୍ବାର ନିର୍ମାଣ ପାଇଁ ଟେଣ୍ଡର ପକାଇବାକୁ ଯୋଗ୍ୟ ହୋଇପାରୁ ନାହାନ୍ତି। ଜାଣି ଶୁଣି ଏଭଳି କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି। ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀମାନେ ଠିକ୍‌ ସମୟରେ ପଇସା ପାଇପାରୁ ନାହାନ୍ତି। ବିଦ୍ୟୁତ୍‌ ଉପକରଣ ମିଳୁ ନ ଥିବାରୁ କାର୍ଯ୍ୟ ମାନ୍ଦା ହେଉଛି। ପ୍ରବଳ ଗରମରେ କର୍ମଚାରୀମାନେ ଦିନ ରାତି ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ବୋଲି ସେ କହିଛନ୍ତି। ସେସୁ ସିଜିଏମ୍‌ (ଟେକ୍ନିକାଲ) ସୁକାନ୍ତ ସ୍ବାଇଁ କହିଛନ୍ତି ଯେ ପୁରୀରେ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ହୋଇଗଲାଣି। ଅବଶିଷ୍ଟ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଛି। କଣ୍ଟ୍ରାକ୍ଟରମାନଙ୍କୁ ପଇସା ମିଳିବାରେ ପ୍ରଥମେ ଅସୁବିଧା ହେଉଥିଲା। ଏବେ ଠିକ୍‌ ହୋଇଯାଇଛି। ନିୟମିତ ପେମେଣ୍ଟ କରାଯିବା ସହ ଆବଶ୍ୟକ ବିଦ୍ୟୁତ୍‌ ସରଞ୍ଜାମ ଯୋଗାଇ ଦିଆଯାଉଛି। ତେବେ କାହାକୁ ଟେଣ୍ଡର ଦିଆଯାଉଛି ନ ଦିଆଯାଉଛି ସେ ବିଷୟରେ କିଛି କହି ପାରିବେ ନାହିଁ ବୋଲି ସ୍ବାଇଁ କହିଛନ୍ତି। ତେବେ ଓଡ଼ିଶା କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri