ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ୧୪୫ ଗ୍ରାମ୍‌କୁ ବୃଦ୍ଧି

ଭୁବନେଶ୍ୱର,୧।୬: ଦେଶ ସ୍ବାଧୀନ ହେବା ସମୟରେ ଓଡ଼ିଶାରେ ହାରାହାରି ଦୈନିକ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ଗ୍ରାମ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାକରି ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୯-୨୦ ସୁଦ୍ଧା ୧୪୫ ଗ୍ରାମରେ ପହଞ୍ଚତ୍ପାରିଛି। ଜଣେ ବ୍ୟକ୍ତିର ଦୈନିକ ସର୍ବନିମ୍ନ ଆବଶ୍ୟକତା ୨୫୦ ଗ୍ରାମ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ସ୍ତରରେ ପହଞ୍ଚତ୍ବା ପାଇଁ ମିଳିତ ଉଦ୍ୟମ ଲୋଡ଼ା। ସରକାର, ଚାଷୀ, ଦୁଗ୍ଧ ସମବାୟ ସଂଗଠନ ଓ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ଘରୋଇ ଉଦ୍ୟୋଗ ଏକ୍ଷେତ୍ରରେ ଯୋଗଦାନ ରଖୁଛନ୍ତି। ଲାଭଜନକ ଗୋପାଳନ ପାଇଁ ସୀମିତ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଓ ପ୍ରତିଦିନ ଉଚିତ ମୂଲ୍ୟରେ ଦୁଗ୍ଧ ବିକ୍ରୟ ସୁବିଧା ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ କେବଳ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ, ଓମ୍‌ଫେଡ୍‌ ଓ ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଦୁଗ୍ଧ ସଂଗୃହୀତ ହୋଇପାରୁଥିବା ବେଳେ ଖାଉଟିଙ୍କ ଆବଶ୍ୟକତାକୁ ଅନୁଭବକରି ୧୯୯୯ ମସିହାରେ ପ୍ରଥମ ଘରୋଇ ଉଦ୍ୟୋଗ ନିଜସ୍ବ ଉଦ୍ୟମରେ ଆରମ୍ଭ ହୋଇଥିଲା। ପରେ ପରେ ଅନେକ ଘରୋଇ ଉଦ୍ୟୋଗ ଆରମ୍ଭ ହୋଇଥିଲେ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଓ ଚାହିଦାରେ ଋତୁକାଳୀନ ତାରତମ୍ୟ ଯୋଗୁ ସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବା ସମ୍ଭବ ହୋଇନାହିଁ। ମଧ୍ୟମ ହାରରେ ଦୈନିକ ଏକଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ରକ୍ରିୟାକରଣ ଘରୋଇ ଉଦ୍ୟୋଗ ଭାବରେ ‘ପ୍ରଗତି ମିଲ୍କ ପ୍ରଡକ୍ସନ’ ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ୟାକେଟ୍‌ରେ ଟୋନ୍ଡ ଦୁଗ୍ଧ ଓ ଘିଅ, ଦହି, ସୁବାସିତ ଦୁଗ୍ଧ ଇତ୍ୟାଦି ପ୍ରସ୍ତୁତକରି ବିକ୍ରୟ କରୁଥିଲା। ପରେ ଅନ୍ୟ ଏକ ଘରୋଇ ଉଦ୍ୟୋଗ ‘ମିଲ୍କ ମନ୍ତ୍ର’ ରାଜ୍ୟର ଦୁଗ୍ଧ ଉଦ୍ୟୋଗରେ ସାମିଲ ହୋଇଛି। ପ୍ରଗତି ପକ୍ଷରୁ ପ୍ରିମିୟମ ଦୁଗ୍ଧ (୩% ଲହୁଣି,) ଗୋଲ୍ଡ ଦୁଗ୍ଧ(୪% ଲହୁଣି) ଓ ଷ୍ଟାଣ୍ଡାର୍ଡାଇଜଡ୍‌ ଦୁଗ୍ଧ(୪.୫% ଲହୁଣି) ସହିତ ଘିଅ, ସୁବାସିତ ଦୁଗ୍ଧ, ମିଠା ଓ ସାଦା ଓ ବସାଦହି, ପନିର, ଲସି ଓ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ ସାରା ରାଜ୍ୟରେ ବିତରଣ କରାଯାଉଛି। ଆରମ୍ଭରୁ କମ୍ପନୀ ସୀମିତ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କୁ ନେଇ ନିରବଚ୍ଛିନ୍ନ ସେବା ଯୋଗାଇ ଦେଉଥିଲା। ବର୍ତ୍ତମାନ ଛଅଟି ଜିଲାର ୪ ହଜାର ଗ୍ରାମରେ ପ୍ରାୟ ୮୦,୦୦୦ ଚାଷୀଙ୍କ ପରିବାରକୁ ନିୟମିତ ଦୁଗ୍ଧ ବିକ୍ରୟ ସୁବିଧା ଯୋଗାଇ ଦେଉଛି। କମ୍ପାନୀ ଶ୍ୱେତ ବିପ୍ଳବରେ ନିଜକୁ ସକ୍ରିୟ ଭାବେ ସାମିଲ କରିପାରିଛି। ରାଜ୍ୟର ଖାଉଟିମାନଙ୍କୁ ଉଚ୍ଚମାନର ଦୁଗ୍ଧ ପଦାର୍ଥ ଯୋଗାଇବା ଲକ୍ଷ୍ୟ ନେଇ ଚାଷୀଙ୍କଠାରୁ ପ୍ରତିଦିନ ସ୍ବାଦ ଓ ମାନ ପରୀକ୍ଷା କରାଯାଇ ସଂଗୃହୀତ ଦୁଗ୍ଧକୁ ଜୀବାଣୁ ସଂକ୍ରମଣ ରୋକିବା ପାଇଁ ତତ୍‌କ୍ଷଣାତ୍‌ ଥଣ୍ଡା (Instant Chilling) କରାଯାଉଛି। ଫଳରେ ସର୍ବୋତ୍ତମ ମାନର ଦୁଗ୍ଧ ଭାବେ ପ୍ରଗତି ଦୁଗ୍ଧର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି ବୋଲି ଏହା ସୂଚନା ଦେଇଛି। ଦୈନିକ ପ୍ରାୟ ୩ ଲକ୍ଷ ଲିଟର ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଥିବା ରାଜ୍ୟର ଏହି ଅଗ୍ରଣୀ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପ୍ରକ୍ରିୟାକରଣ କାରଖାନାରେ ଦୈନିକ ଛଅ ଲକ୍ଷ ଲିଟର ଦୁଗ୍ଧ ବିତରଣ ପାଇଁ ଯୋଜନା ରଖିଛି। କରୋନା ଭଳି ମହାମାରୀ ସମୟରେ ବଜାର ବନ୍ଦ ରହିବା ଫଳରେ ଦେଶରେ ଅନେକ ଘରୋଇ ଦୁଗ୍ଧ ଉଦ୍ୟୋଗ ରୁଗ୍‌ଣ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି। ସମସ୍ତ ଅସୁବିଧା ଓ କ୍ଷତି ସତ୍ତ୍ୱେ ପ୍ରଗତି ତରଫରୁ ନିଜର ଦୁଗ୍ଧଚାଷୀଙ୍କୁ ଦୁଗ୍ଧ ଯୋଗାଣରେ କୌଣସି ଅବହେଳା କରିନାହିଁ।
ଦୁଗ୍ଧରେ ସନ୍ତୁଳିତ ମାନର ଲହୁଣି ଓ ଏସ୍‌ଏନ୍‌ଏଫ୍‌(Protein, Lactose, Vitamins & Minerals) ଉତ୍ତମ ସ୍ବାସ୍ଥ୍ୟ ଓ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଣୁ ଓଡ଼ିଶାବାସୀଙ୍କୁ ଏକ ଅଧିକ ପୁଷ୍ଟିକର ଦୁଗ୍ଧ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଗତି ଦ୍ୱାରା ଖାଦ୍ୟ ସୁରକ୍ଷା ଆଇନ ସ୍ବୀକୃତ ଷ୍ଟାଣ୍ଡାର୍ଡାଇଜ ଦୁଗ୍ଧ (୪.୫% ଲହୁଣି ଓ ୮.୮ ଏସ୍‌ଏନ୍‌ଏଫ୍‌ ) ଯୋଗାଇ ଦିଆଯାଉଛି। ଖାଉଟିମାନଙ୍କ ବ୍ୟବହାର ଓ ତୁଳନାତ୍ମକ ଅନୁଭୂତି ପାଇଁ ଜୁନ୍‌ ୧ ତାରିଖଠାରୁ ପ୍ରତି ୫୦୦ ମି.ଲି. ଷ୍ଟାଣ୍ଡାର୍ଡାଇଜଡ ଦୁଗ୍ଧ ସାଙ୍ଗରେ ୫୦ ମି.ଲି. ମାଗଣାରେ ଦିଆଯାଉଛି। ଖାଉଟିମାନେ ଏହାର ସୁଯୋଗ ନେଇ ସର୍ବୋତ୍ତମ ମାନର ଏହି ଦୁଗ୍ଧ ବ୍ୟବହାର କରିବା ନେଇ ଆଶା ଓ ବିଶ୍ୱାସ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?