ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍‌ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍‌ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍‌ଡ଼ାଉନ“ ଉଠାଇଲେ ବିପଦଜନକ ବୋଲି ସ୍ପଷ୍ଟ ମତ ରହିଛି । ତେଣୁ ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କେତେ କରୋନା ନମୁନା ଟେଷ୍ଟ କିଟ୍‌ ରାଜ୍ୟରେ ଉପଲବ୍ଧ ରହିଛି, ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥିସହିତ ଜେନା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖି ୩ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି।
ଚିଠି ମାଧ୍ୟମରେ ଶ୍ରୀକାନ୍ତ କହିଛନ୍ତି ଯେ, ପ୍ରାୟ ୨୬ ଦିନର ଲକ୍‌ଡାଉନ ଅବଧିରେ ରାଜ୍ୟରେ ୯ ହଜାରରୁ ସାମାନ୍ୟ ଅଧିକ ନମୁନା ପରୀକ୍ଷା ହୋଇଛି। ଯାହା ଜନସଂଖ୍ୟା ଆୟତନର ଅତି ନଗଣ୍ୟ। ରାଜଧାନୀରେ ପ୍ରାୟ ୨୦ ଲକ୍ଷରୁ ଲୋକ ବାସ କରନ୍ତି, ତେଣୁ ଏଠାରେ ସର୍ବନିମ୍ନ ଏକ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା ଆବଶ୍ୟକ। ତେଣୁ ରାଜ୍ୟ ଏ ଯାବତ୍‌ କେତେ ରାପିଡ୍‌ କିଟ୍‌ ପାଇଛି, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉ । ଯଦି ଆନ୍ଧ୍ର ସରକାର ଦୁଇଦିନ ତଳେ ଲକ୍ଷ ଟେଷ୍ଟ କିଟ୍‌ ଦକ୍ଷିଣ କୋରିଆରୁ ଆଣି ପାରିଲେ । ଆମେ କାହିଁକି ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିପରି ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନୁମତି କ୍ରମେ ତାଙ୍କ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ରାଜସ୍ଥାନର କୋଟାରୁ ନିଜ ସ୍ବତନ୍ତ୍ର ବସ୍‌ ଜରିଆରେ ଆଣିପାରିଲେ। ସେହି ପଦ୍ଧତିରେ ଆମେ ଅସହାୟ ଓଡ଼ିଆ ଶ୍ରମିକଙ୍କୁ କାହିଁକି ଆଣିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ବାଦ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଶନିବାର ଘୋଷଣା ନେଇ ଶ୍ରୀକାନ୍ତ କେତେକ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀକାନ୍ତଙ୍କ କହିବାନୁଯାୟୀ, ସରକାର ୧୦୦ କୋଟି ୧୧୪ ମ୍ୟୁନିସପାଲିଟି ଅଞ୍ଚଳରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ୪.୫ଲକ୍ଷ ଶ୍ରମିକଙ୍କୁ ରୋଜଗାର ଦିଆଯିବ । ହେଲେ ୧୦୦ କୋଟି ଅର୍ଥାତ ୩୦% ଶ୍ରମିକ ଅଂଶ (ଶ୍ରମିକଙ୍କ ) ହେଲେ ତାହା ୩୦ କୋଟି ହେଉଛି। ୩୦ କୋଟି ୪.୫ ଲକ୍ଷ ଶ୍ରମିକ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହେଲେ ୧୫୦ ଦିନ ଅର୍ଥାତ୍‌ ଦୈନିକ ଏହି ଶ୍ରମିକ ମାନଙ୍କୁ ମାତ୍ର ୪ ଟଙ୍କା ୪୪ ପଇସା । ହିସାବ ଯଦି ଭୁଲ ଥାଏ ତେବେ ସଂଶୋଧନ କରିବାକୁ ଅନୁରୋଧ । କିଲେ ମୁଡ଼ି ୫୦ ଟଙ୍କା – । ’ କପ୍‌ – ୧୦ଟଙ୍କା ହେଲାଣି, ତେଣୁ ଏହି ଘୋଷଣା ଭେଳିକି ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri