ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର ତଦାରଖ କରିଥାଆନ୍ତି। ସେହିପରି ମୋଟରଯାନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ, ଟ୍ରାଫିକ୍‌ ପରିଚାଳନା, ଅପରାଧ ନିୟନ୍ତ୍ରଣ ଓ ଏହାର ତଦନ୍ତ , ଶିଳ୍ପ ପାଇଁ ଜମି ଅଧିଗ୍ରହଣ, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ମୁଖ୍ୟତଃ ପୋଲିସ ସେବାର ପ୍ରାଥମିକତା। ହେଲେ ଏହି ବ୍ୟବସ୍ଥାକୁ ଶୀର୍ଷସ୍ତରରେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଭାବ ରହୁଥିବା ଜଣାପଡିଛି। ନିକଟରେ ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ଓଡ଼ିଶାରେ ପ୍ରାୟ ୭୧ ଆଇପିଏସ୍‌ ପଦବୀ ଖାଲିପଡିଛି। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) କ୍ୟାଡରର ମୋଟ ପଦବୀ ୧୮୮। ତନ୍ମଧ୍ୟରୁ ୧୩୧ ପଦବୀ ସିଧାସଳଖ ପରୀକ୍ଷା ଦ୍ୱାରା ପୂରଣ କରାଯାଇଥାଏ। ଅବଶିଷ୍ଟ ୫୭ ଓଡ଼ିଶା ପୋଲିସ ସେବା(ଓପିଏସ୍‌)ର ବରିଷ୍ଠ ଏବଂ ଯୋଗ୍ୟ ଅଧିକାରୀଙ୍କ ଦ୍ୱାରା ପୂରଣ ହୋଇଥାଏ। ବର୍ତ୍ତମାନ ଓଡ଼ିଶା କ୍ୟାଡରର ୨୯ ଜଣ ସର୍ବଭାରତୀୟ ବା କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ୧୮୮ ଆଇପିଏସ୍‌ ଅଧିକାରୀ ଆବଶ୍ୟକ ସ୍ଥଳେ ମାତ୍ର ୮୫ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଡିଜି ପାହ୍ୟାର ୪, ଅତିରିକ୍ତ ଡିଜି ପାହ୍ୟାର ୮, ଆଇଜି ପାହ୍ୟାର ୧୩ ଏବଂ ଡିଆଇଜି ପାହ୍ୟାର ୧୫ ଅଫିସର କାର୍ଯ୍ୟ କରୁଛନ୍ତି। ସାରା ରାଜ୍ୟରେ ଏସ୍‌ପିସ୍ତରରେ ୫୨ଜଣ ଅଧିକାରୀ ଆବଶ୍ୟକ ଥିବା ସ୍ଥଳେ ମାତ୍ର ୨୨ ଜଣ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ପଦୋନ୍ନତି ଦ୍ୱାରା ପୂରଣ ହେବାକୁ ଥିବା ସମସ୍ତ ୫୭ ପଦବୀ ମୁଖ୍ୟତଃ ଖାଲିପଡିଛି। ଏହି ବର୍ଗରେ ପଦୋନ୍ନତି ସମ୍ପର୍କିତ ବିବାଦ ପ୍ରାୟ ଦୁଇ ଦଶନ୍ଧି ଧରି ଲାଗି ରହିଛି। ଓପିଏସ୍‌ ବର୍ଗର ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀମାନଙ୍କ ପଦକ୍ରମ ତାଲିକାରେ ସାଧାରଣ ବର୍ଗ ଏବଂ ଅନୁସୂଚିତ ବର୍ଗ ମଧ୍ୟରେ ମାମଲା ଥିବାରୁ ତାହା ପୂରଣ ହୋଇପାରୁନାହିଁ। ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ୟୁପିଏସ୍‌ସି ପକ୍ଷରୁ ବାରମ୍ବାର ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ହେଲେ ସରକାର ଏ ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ସେହିପରି ହାଇକୋର୍ଟରେ ଚାଲୁ ରହିଥିବା ମାମଲାର ତୁରନ୍ତ ସମାଧାନ ପାଇଁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି କନିଷ୍ଠ ବର୍ଗ କ୍ଷେତ୍ରରେ ପ୍ରାୟତଃ ଠିକ୍‌ ଏବଂ ନିୟମିତ ରହିଛି। ହେଲେ ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ତାଙ୍କର ପ୍ରଶାସନିକ ପ୍ରତିପକ୍ଷ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କ ତୁଳନାରେ ଧିମେଇ ଯାଇଛି। ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ଲେଭଲ-୧୭କୁ ପଦୋନ୍ନତି ପାଇଥିବା ବେଳେ ୧୯୮୮ ବ୍ୟାଚ୍‌ର କେତେକ ଆଇପିଏସ୍‌ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇପାରିନାହାନ୍ତି। ସେହିଭଳି ୧୯୮୯ ବ୍ୟାଚ୍‌ର ଅଧିକାରୀ ଚଳିତ ବର୍ଷ ଜାନୁୟାରୀରୁ ଡିଜି ପାହ୍ୟାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ଏଯାବତ୍‌ ପଦୋନ୍ନତି ପାଇନାହାନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ। କେନ୍ଦ୍ର ପକ୍ଷରୁ ସିଏସ୍‌ଇ-୨୦୧୪, ୨୦୧୫ ଏବଂ ୨୦୧୬ ବର୍ଷ ପାଇଁ ଆବଶ୍ୟକ ୩୦ ପଦବୀ ବିପକ୍ଷରେ ମାତ୍ର ୧୪ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ। ଓଡ଼ିଶା ସରକାର ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ପୋଲିସ ବିଭାଗକୁ ମଧ୍ୟ ସାମିଲ କରାଯାଇଛି। ଜନସାଧାରଣଙ୍କ ଅଭିଯୋଗ ଉପରେ କିପରି ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ସରକାର ସିଧାସଳଖ ମତାମତ ନେଉଛନ୍ତି। ପୂର୍ବରୁ ଅନେକ ମାମଲା ମଧ୍ୟ ପଡ଼ିରହିଛି। ସମାଜରେ ବିଭିନ୍ନ ଅପରାଧ ବୃଦ୍ଧି ପାଇବା ସହ ପରିସଂଖ୍ୟାନଗତ ପରିବର୍ତ୍ତନ ଜାରି ରହିଛି। ତେଣୁ ଏ ସବୁର ସୁପରିଚାଳନା ପାଇଁ ଶୀର୍ଷ ପ୍ରଶାସନରେ ଅଧିକ ଅଧିକାରୀଙ୍କ ଆବଶ୍ୟକ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri