ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼

ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକ ଚିତ୍କାର କରି ଦୌଡ଼ୁଥିବାବେଳେ ଦୁଇଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆକ୍ରମଣର ଶିକାର ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତ ଯୁବକ ହେଲେ ଏହି ଥାନାଞ୍ଚଳରେ ରହୁଥିବା ଅଭୟ ନାୟକ। ପୋଲିସ ଏହି ଘଟଣାରେ ମାମଲା ନଂ.୫୭୨/୧୯ ରୁଜୁ କରି ଗୁରୁବାର ୨ ଅଭିଯୁକ୍ତ ସ୍ମୃତି ରଞ୍ଜନ ସେଠୀ ଓ ଭାଇ ବିଜୟ ନାୟକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନାନୁସାରେ, ପାସପୋର୍ଟ ଅଫିସ ନିକଟରେ ଅଭୟଙ୍କ ଦାଦା ରବୀନ୍ଦ୍ର ନାୟକ କ୍ୟାବିନ ପକାଇ ଦୋକାନ କରିଛନ୍ତି। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କ୍ୟାବିନକୁ ଓଲଟାଇ ଦେଇଥିଲେ। ପୂର୍ବରୁ ରବୀନ୍ଦ୍ରଙ୍କ ସହ ସ୍ମୃତିରଞ୍ଜନଙ୍କର ତିକ୍ତତା ଥିଲା। ସ୍ମୃତି ରଞ୍ଜନ ହିଁ ଏପରି କାଣ୍ଡ କରିଥିବା ସନ୍ଦେହ କରି ରବୀନ୍ଦ୍ରଙ୍କ ପୁତୁରା ଅଭୟ ତାଙ୍କୁ ପଚାରିବାକୁ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ମାର୍‌ପିଟ୍‌ ହୋଇଥିଲା। ଏ ନେଇ ସ୍ମୃତି ଥାନାରେ ଅଭିଯୋଗ କରି ଫେରିବା ସମୟରେ ପାସ୍‌ପୋର୍ଟ ଅଫିସ ଛକ ନିକଟରେ ଅଭୟ ଥିବା ଦେଖି ତାଙ୍କୁ ଆକ୍ରମଣ ପାଇଁ ଯୋଜନା କରି ବଡ଼ଭାଇ ବିଜୟଙ୍କୁ ଡକାଇଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ମିଶି ଅଭୟ ଓ ଦାଦା ରବୀନ୍ଦ୍ରଙ୍କୁ ଛୁରି ଧରି ଗୋଡ଼ାଇଥିଲେ। ତେବେ ରବୀନ୍ଦ୍ର ଖସି ପଳାଇଥିବାବେଳେ ଅଭୟ କିନ୍ତୁ ବର୍ତ୍ତିପାରି ନ ଥିଲେ। ସ୍ମୃତି ଓ ବିଜୟ ଛୁରିରେ ଅଭୟଙ୍କ ଛାତି, ପେଟ ଓ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ମାରିଥିଲେ। ଲୋକମାନେ ଦେଖୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ସାହସ କରି ନ ଥିଲେ। ଅଭୟଙ୍କ ଚିତ୍କାର ଶୁଣି ସେହିବାଟ ଦେଇ ଯାଉଥିବା ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଅଟକି ଯିବା ସହ ତୁରନ୍ତ ସେଠାରେ ପହଞ୍ଚତ୍ ସ୍ମୃତିରଞ୍ଜନଙ୍କୁ ମାଡ଼ିବସିଥିଲେ। ପରେ ଅଭୟଙ୍କୁ ଗୁରୁତର ଅବସ୍ଥାରେ ଥାନା ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri