ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ କଳା ପଲ୍‌ସରରେ ଆସି ମହିଳାଙ୍କଠାରୁ ଲୁଟ୍‌ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ ଲୁଟ୍‌ କରିଥିବା ନେଇ ଅଭିଯୋଗ ହୋଇଛ। ତେବେ ପୋଲିସକୁ ଚ୍ୟାଲେଞ୍ଜ କରି ଖସି ଯାଉଥିବା ଏହି ଗ୍ୟାଙ୍ଗ୍‌ର ୨ଜଣ ଓ ଲୁଟ୍‌ ଜିନିଷ କିଣିଥିବା ଜଣଙ୍କୁ ଶନିବାର ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଳାସପଲ୍ଲୀ ଭୋଇସାହିର ଚୁଇଁଆ ଓରଫ ତ୍ରିଲୋଚନ ନାୟକ (୧୯), ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ତପୁ ଓରଫ ସୁଶାନ୍ତ ମହାରଣା(୨୦) ଓ ଧଉଳି ଥାନା ଇଟିପୁରର ଲକି ଓରଫ ପ୍ରତ୍ୟୁଷା ଖଟୁଆ (୧୯)। ସେମାନଙ୍କ ନିକଟରୁ ପୋଲିସ ୧୫ ମୋବାଇଲ୍‌ ଫୋନ୍‌, ୩୦ ଭ୍ୟାନିଟି, ସୁନା ଅଳଙ୍କାର ଓ ଏକ ପଲସରକୁ ଜବତ କରିଛି। ଆଇପିସି ଦଫା ୩୯୧ ଓ କେସ୍‌ ନଂ-୨୮୪/୧୯ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।

କେମିତି ଧରାପଡ଼ିଲେ
ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ବିଶେଷକରି ମହିଳାଙ୍କୁ ଟାର୍ଗେଟ କରନ୍ତି। ସହର ଭିତରୁ ଲୁଟ୍‌ ପରେ ଧଉଳି ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ବସି ଭାଗ ବାଣ୍ଟି ନିଅନ୍ତି। ଭ୍ୟାନିଟ୍‌ରେ ସୁନା ଗହଣା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରି କରନ୍ତି। ସୁନା ଗହଣାକୁ ସୁନା ଦୋକାନୀଙ୍କୁ ବିକୁଥିବାବେଳେ ମୋବାଇଲ୍‌ ଫୋନ୍‌କୁ ଅତି କମ୍‌ ଦାମରେ ଧଉଳି ଅଞ୍ଚଳର ସ୍ଥାନୀୟ ପିଲାଙ୍କୁ ବିକ୍ରି କରନ୍ତି। ଗତ ମାସ ୭ ତାରିଖରେ ସୁଚିସ୍ମିତା ଦାଶ ବଜାରକୁ ଆସି ସୂର୍ଯ୍ୟନଗରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ତପୁ ଓ ଚୁଇଁଆ ଏକ ପଲସରରେ ଆସି ମହିଳାଙ୍କ ଭ୍ୟାନିଟ ବ୍ୟାଗ୍‌ ଲୁଟି ନେଇଥିଲେ। ବ୍ୟାଗ୍‌ରେ ନଗଦ ୪ହଜାର ଟଙ୍କା ସହ ମୋବାଇଲ୍‌ ଫୋନ୍‌ ରହିଥିଲା। ସେମାନେ ଉକ୍ତ ମୋବାଇଲ୍‌କୁ ଧଉଳି ଅଞ୍ଚଳର ଲକିକୁ ବିକ୍ରି କରି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଲୁଟ ମୋବାଇଲ୍‌କୁ ଟ୍ରାକ୍‌ କରି ଶୁକ୍ରବାର ବିଳମ୍ବିତ ରାତିରେ ଧଉଳି ଅଞ୍ଚଳରେ ଚଢାଉ କରି ଲକିକୁ ଉଠାଇ ଆଣିଥିଲା। ତାଙ୍କୁ ପଚରାଉଚରା କରି ଗ୍ୟାଙ୍ଗ୍‌ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଚୁଇଁଆ ଓ ତପୁକୁ ଧରିଥିଲା। ଉଭୟଙ୍କ ଘରୁ ପୋଲିସ ବିପୁଳ ଭ୍ୟାନିଟ ଓ ମୋବାଇଲ୍‌ ଫୋନ୍‌ ମିଳିଥିଲା। ଅଧିକ ସଦସ୍ୟ ହେଲେ ଧରାପଡିଯିବା ଭୟରେ ସେମାନେ ଅନ୍ୟ କାହାରିଙ୍କୁ ଗ୍ୟାଙ୍ଗ୍‌ରେ ମିଶାଉନଥିଲେ। ସେମାନେ ସହରର ଭିଡ ଅଞ୍ଚଳରେ ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଓ ସୁନା ଚେନ୍‌ ଲୁଟ କରନ୍ତି। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୮ରୁ ଊର୍ଦ୍ଧ୍ୱ ମାମଲା ରହିଛି। କ୍ୟାପିଟାଲ ଥାନାରେ ୪ ମାମଲା ରହିଥିବାବେଳେ ନୟାପଲୀ ଥାନାରେ ଗୋଟିଏ, ଖଣ୍ଡଗିରି ଥାନାରେ ଦୁଇଟି ଓ ଧଉଳି ଥାନାରେ ଗୋଟିଏ ମାମଲା ରହିଛି। ସେମାନଙ୍କ ନାମରେ ଆଉ କେଉଁ ଥାନାରେ ମାମଲା ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri