ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ ଯୋଗୁ ଦୀର୍ଘ ବର୍ଷ ହେବ ପଡ଼ି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା, ସରକାରୀ ଉଦ୍ୟୋଗ କୋର୍ଟଙ୍କ ଆଶ୍ରୟ ନେଇ ବହୁ କୋଟି ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହି ବକେୟାକୁ ଆଦାୟ କରିବା ପାଇଁ ସରକାରଙ୍କୁ ଆଣ୍ଠୁଗଣ୍ଠି ଛିଣ୍ଡାଇବାକୁ ପଡୁଛି। ଏ ବାବଦରେ ରାଜକୋଷରୁ ମାମଲା ଲଢ଼ିବା ପାଇଁ ମଧ୍ୟ ବହୁ କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ଅଦାଲତରେ ରହିତାଦେଶ ଯୋଗୁ ଜଳକର, ବିଦ୍ୟୁତ ଶୁଳ୍କ, ଖଣି ରାଜସ୍ବ ଏବଂ ବାଣିଜ୍ୟ ଟିକସ ବାବଦରେ ବିିଭିନ୍ନ ଶିଳ୍ପାନୁଷ୍ଠାନ ଓ ସଂସ୍ଥା ଉପରେ ୧୦ ହଜାର ୪୧୮ କୋଟି ୯୭ ଲକ୍ଷ ଟଙ୍କା ବକେୟା ପଡିଛି।

୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ ବାକି ରହିଛି। ଜଳକର ବାବଦରେ କୋର୍ଟ ରହିତାଦେଶ ଯୋଗୁ ବିଭିନ୍ନ ସଂସ୍ଥା ଓ ଉଦ୍ୟୋଗ ଉପରେ ୬୭୫.୫୯ କୋଟି ଟଙ୍କା ବାକି ରହିଛି। ସେଥିରୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଉପରେ ୩୩୧.୪୦ କୋଟି ଟଙ୍କା କୋର୍ଟରେ ମାମଲା ଥିବା ଯୋଗୁ ପଡିରହିଥିବା ବେଳେ ରେଲଓ୍ବେର ବିଭିନ୍ନ ୟୁନିଟ ଉପରେ ୨୯୦.୭୦ କୋଟି ଏବଂ ୭ଟି ସଂସ୍ଥା ଉପରେ ୬ ରୁ ୧୮ କୋଟି ଟଙ୍କା ମଧ୍ୟରେ ଜଳକର ବାକି ରହିଛି। ସେହିପରି ୩୨ଟି ଶିଳ୍ପ ସଂସ୍ଥା ଉପରେ ୧୯୧୯ କୋଟି ୬ ଲକ୍ଷ ଟଙ୍କା ବାକି ରହିଛି। ଅନୁରୂପ ଭାବେ ୬ଟି ସଂସ୍ଥା ଉପରେ ଖଣି ରାଜସ୍ବ ବାବଦରେ ୧୮୫୪ କୋଟି ୧୪ ଲକ୍ଷ ଟଙ୍କା ବାକି ରହିଛି। ସେଥିରୁ କେବଳ ଏମସିଏଲ ଉପରେ ୧୩୩୪ କୋଟି ୪୮ ଲକ୍ଷ ଟଙ୍କାର ଟିକସ ବାକି ପଡ଼ିଛି। ୭୯ଟି ଉଦ୍ୟୋଗ ଓ ଶିଳ୍ପ ସଂସ୍ଥା ଉପରେ ୫ ହଜାର ୯୬୮ କୋଟି ୧୮ ଲକ୍ଷ ଟଙ୍କା ବାକି ରହିଛି। ଏସବୁ ଟିକସ ଆଦାୟ କରିବା ନେଇ ସରକାରଙ୍କୁ ନାକେଦମ ହେବାକୁ ପଡୁଛି।
କେବଳ ଶିଳ୍ପ କିମ୍ବା ସରକାରୀ ଉଦ୍ୟୋଗ ନୁହନ୍ତି ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ନିୟମିତ ବିଦ୍ୟୁତ ଦେୟ ପଇଠ କରୁ ନାହାନ୍ତି। ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୪ଟି ବିଭାଗ ଉପରେ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ କୋଟି ୪୩ ଲକ୍ଷ ଟଙ୍କା ବିଦ୍ୟୁତ ବକେୟା ପଡି ରହିଛି। ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଉପରେ ୭୫୪ କୋଟି ଟଙ୍କା ବକେୟା ଥିବାବେଳେ ସାଉଥ୍‌କୋର ୧୧୨ କୋଟି, ଓ୍ବେସକୋର ୧୦୯ କୋଟି ଏବଂ ନେସ୍‌କୋର ୧୧୭ କୋଟି ଟଙ୍କା ବକେୟା ରହିଛି। ଏହାର ବୋଝ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ପଡୁଛି।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଅଦାଲତ ରହିତାଦେଶ ଯୋଗୁ ବକେୟା ରାଜସ୍ବ ଆଦାୟ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଉଦ୍ୟାଗ ଉପରେ ଥିବା ବକେୟା ରାଜସ୍ବ ଆଦାୟ କରିବାକୁ ଷ୍ଟେଟ ଡିସପୁଟ ରିଜୋଲ୍ୟୁଶନ କମିଟି ଦ୍ୱାରା ଆପୋସ ସମାଧାନ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। କୋର୍ଟ ବାହାରେ ଓ୍ବାନଟାଇମ ସେଟଲମେଣ୍ଟ(ଓଟିଏସ) ଜରିଆରେ ମଧ୍ୟ ଆଦାୟ କରିବାକୁ ଉଦ୍ୟମ କରାଯାଉଛି। ମାମଲାଗୁଡ଼ିକର ତୁରନ୍ତ ଫଇସଲା ନିମନ୍ତେ ପଦକ୍ଷେପ ନିଆଯିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଆପିଲେଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାଗୁଡିକର ଫଇସଲା ପାଇଁ ଆବଶ୍ୟକ ସ୍ଥଳେ ଓକିଲ ନିଯୁକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?