ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ ଯୋଗୁ ଦୀର୍ଘ ବର୍ଷ ହେବ ପଡ଼ି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା, ସରକାରୀ ଉଦ୍ୟୋଗ କୋର୍ଟଙ୍କ ଆଶ୍ରୟ ନେଇ ବହୁ କୋଟି ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହି ବକେୟାକୁ ଆଦାୟ କରିବା ପାଇଁ ସରକାରଙ୍କୁ ଆଣ୍ଠୁଗଣ୍ଠି ଛିଣ୍ଡାଇବାକୁ ପଡୁଛି। ଏ ବାବଦରେ ରାଜକୋଷରୁ ମାମଲା ଲଢ଼ିବା ପାଇଁ ମଧ୍ୟ ବହୁ କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ଅଦାଲତରେ ରହିତାଦେଶ ଯୋଗୁ ଜଳକର, ବିଦ୍ୟୁତ ଶୁଳ୍କ, ଖଣି ରାଜସ୍ବ ଏବଂ ବାଣିଜ୍ୟ ଟିକସ ବାବଦରେ ବିିଭିନ୍ନ ଶିଳ୍ପାନୁଷ୍ଠାନ ଓ ସଂସ୍ଥା ଉପରେ ୧୦ ହଜାର ୪୧୮ କୋଟି ୯୭ ଲକ୍ଷ ଟଙ୍କା ବକେୟା ପଡିଛି।

୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ ବାକି ରହିଛି। ଜଳକର ବାବଦରେ କୋର୍ଟ ରହିତାଦେଶ ଯୋଗୁ ବିଭିନ୍ନ ସଂସ୍ଥା ଓ ଉଦ୍ୟୋଗ ଉପରେ ୬୭୫.୫୯ କୋଟି ଟଙ୍କା ବାକି ରହିଛି। ସେଥିରୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଉପରେ ୩୩୧.୪୦ କୋଟି ଟଙ୍କା କୋର୍ଟରେ ମାମଲା ଥିବା ଯୋଗୁ ପଡିରହିଥିବା ବେଳେ ରେଲଓ୍ବେର ବିଭିନ୍ନ ୟୁନିଟ ଉପରେ ୨୯୦.୭୦ କୋଟି ଏବଂ ୭ଟି ସଂସ୍ଥା ଉପରେ ୬ ରୁ ୧୮ କୋଟି ଟଙ୍କା ମଧ୍ୟରେ ଜଳକର ବାକି ରହିଛି। ସେହିପରି ୩୨ଟି ଶିଳ୍ପ ସଂସ୍ଥା ଉପରେ ୧୯୧୯ କୋଟି ୬ ଲକ୍ଷ ଟଙ୍କା ବାକି ରହିଛି। ଅନୁରୂପ ଭାବେ ୬ଟି ସଂସ୍ଥା ଉପରେ ଖଣି ରାଜସ୍ବ ବାବଦରେ ୧୮୫୪ କୋଟି ୧୪ ଲକ୍ଷ ଟଙ୍କା ବାକି ରହିଛି। ସେଥିରୁ କେବଳ ଏମସିଏଲ ଉପରେ ୧୩୩୪ କୋଟି ୪୮ ଲକ୍ଷ ଟଙ୍କାର ଟିକସ ବାକି ପଡ଼ିଛି। ୭୯ଟି ଉଦ୍ୟୋଗ ଓ ଶିଳ୍ପ ସଂସ୍ଥା ଉପରେ ୫ ହଜାର ୯୬୮ କୋଟି ୧୮ ଲକ୍ଷ ଟଙ୍କା ବାକି ରହିଛି। ଏସବୁ ଟିକସ ଆଦାୟ କରିବା ନେଇ ସରକାରଙ୍କୁ ନାକେଦମ ହେବାକୁ ପଡୁଛି।
କେବଳ ଶିଳ୍ପ କିମ୍ବା ସରକାରୀ ଉଦ୍ୟୋଗ ନୁହନ୍ତି ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ନିୟମିତ ବିଦ୍ୟୁତ ଦେୟ ପଇଠ କରୁ ନାହାନ୍ତି। ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୪ଟି ବିଭାଗ ଉପରେ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ କୋଟି ୪୩ ଲକ୍ଷ ଟଙ୍କା ବିଦ୍ୟୁତ ବକେୟା ପଡି ରହିଛି। ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଉପରେ ୭୫୪ କୋଟି ଟଙ୍କା ବକେୟା ଥିବାବେଳେ ସାଉଥ୍‌କୋର ୧୧୨ କୋଟି, ଓ୍ବେସକୋର ୧୦୯ କୋଟି ଏବଂ ନେସ୍‌କୋର ୧୧୭ କୋଟି ଟଙ୍କା ବକେୟା ରହିଛି। ଏହାର ବୋଝ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ପଡୁଛି।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଅଦାଲତ ରହିତାଦେଶ ଯୋଗୁ ବକେୟା ରାଜସ୍ବ ଆଦାୟ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଉଦ୍ୟାଗ ଉପରେ ଥିବା ବକେୟା ରାଜସ୍ବ ଆଦାୟ କରିବାକୁ ଷ୍ଟେଟ ଡିସପୁଟ ରିଜୋଲ୍ୟୁଶନ କମିଟି ଦ୍ୱାରା ଆପୋସ ସମାଧାନ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। କୋର୍ଟ ବାହାରେ ଓ୍ବାନଟାଇମ ସେଟଲମେଣ୍ଟ(ଓଟିଏସ) ଜରିଆରେ ମଧ୍ୟ ଆଦାୟ କରିବାକୁ ଉଦ୍ୟମ କରାଯାଉଛି। ମାମଲାଗୁଡ଼ିକର ତୁରନ୍ତ ଫଇସଲା ନିମନ୍ତେ ପଦକ୍ଷେପ ନିଆଯିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଆପିଲେଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାଗୁଡିକର ଫଇସଲା ପାଇଁ ଆବଶ୍ୟକ ସ୍ଥଳେ ଓକିଲ ନିଯୁକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri