ରକ୍ତଭଣ୍ଡାର କାର୍ଯ୍ୟନିର୍ବାହୀ କମିଟି ପୁନର୍ଗଠନ ନେଇ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଥିବା ରକ୍ତଭଣ୍ଡାରଗୁଡ଼ିକର ସୁପରିଚାଳନା ନିମନ୍ତେ ଏହାର ସମସ୍ତ କାର୍ଯ୍ୟନିର୍ବାହୀ କମିଟିର ପୁନର୍ଗଠନ କରାଯିବ। ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରି ସମସ୍ତ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଜାରି କରିଥିବା ମାର୍ଗଦର୍ଶିକାନୁଯାୟୀ, ପୁନର୍ଗଠିତ ଜିଲାସ୍ତରୀୟ ରକ୍ତଭଣ୍ଡାର ପରିଚାଳନା କମିଟିରେ ସମ୍ପୃକ୍ତ ଜିଲାର ଜିଲାପାଳମାନେ ଅଧ୍ୟକ୍ଷ ରହିବେ । ଉପଖଣ୍ଡସ୍ତରୀୟ ରକ୍ତଭଣ୍ଡାର ପାଇଁ ଉପଜିଲାପାଳ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରୀୟ ରକ୍ତଭଣ୍ଡାର ପାଇଁ ତହସିଲଦାରମାନଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ।

ଜିଲାସ୍ତରାୟ ରକ୍ତଭଣ୍ଡାରର ଉପସଭାପତି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଖଣ୍ଡସ୍ତରରେ ଉପଖଣ୍ଡଚିକିତ୍ସା ଚିକିତ୍ସା ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଉପାଧ୍ୟକ୍ଷ ରହିବେ ଏବଂ ସମ୍ପୃକ୍ତ ରକ୍ତଭଣ୍ଡାର ଅଧିକାରୀ ଏହାର ଆବାହକ ରହିବେ। ପ୍ରତି ରକ୍ତଭଣ୍ଡାରରେ ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦର ଜଣେ ପ୍ରତିନିଧିଙ୍କୁ ସଦସ୍ୟଭାବେ ରଖାଯିବ। ସେହିପରି ସମ୍ପୃକ୍ତ ଅଞ୍ଚଳ ପୌରସଂସ୍ଥାର ଚେୟାରମ୍ୟାନ, ନିୟମିତ ରକ୍ତଦାନ କରୁଥିବା ଜଣେ ମହିଳା ପ୍ରତିନିଧି, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ମଧ୍ୟ ଏଥିରେ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ଅଧ୍ୟକ୍ଷ ଆଉ ୫ଜଣଙ୍କୁ ମନୋନୀତ କରିବେ। ଯେଉଁମାନେ ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି ଓ ଲୋକଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ନିମନ୍ତେ ଉତ୍ସାହିତ କରୁଥିବେ ସେମାନଙ୍କୁ ମଧ୍ୟ ପରିଚାଳନା କମିଟିରେ ରଖାଯିବ। ରାଜ୍ୟ ସରକାର ରକ୍ତ ସଂଗ୍ରହ, ସଂରକ୍ଷଣ, ବିତରଣ ଆଦିରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରୁଥିବା ପରିପ୍ରେକ୍ଷୀରେ ରକ୍ତଭଣ୍ଡାରଗୁଡିକର ନୁଆ ପରିଚାଳନା କମିଟି ବିଭିନ୍ନ ପ୍ରସଙ୍ଗ ତଦାରଖ କରିବେ ା ପ୍ରତି ବର୍ଷରେ ଅନ୍ୟୁନ ଦୁଇଥର ଏହି ପରିଚାଳନାକମିଟି ବୈଠକ ବସିବ ଏବଂ ରାଜ୍ୟ ରକ୍ତସଂଚାରଣ ପରିଷଦକୁ ପରିଚାଳନା କମିଟି ବୈଠକର ବିବରଣୀ ପଠାଇବାକୁ କୁହାଯାଇଛି। ବିଭିନ୍ନ ରକ୍ତଭଣ୍ଡାରର ଅଧିକାରୀମାନେ ଆବାହକ ଭାବେ ତୁରନ୍ତ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ଗଠନ ପାଇଁ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରିି କରାଯାଇଛି।

ପୂର୍ବରୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜକଲେଜ ଗୁଡିକରେ ଥିବା ରକ୍ତଭଣ୍ଡାରଗୁଡିକ ରେଡକ୍ରସ୍‌ ଦ୍ୱାରା ପରିଚାଳିତ ହେଉଥିଲା। ବର୍ତ୍ତମାନ କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରକୁ ଛାଡିଦେଲେ ଅନ୍ୟସବୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ଥିବା ରକ୍ତଭଣ୍ଡାର ଗୁଡିକ ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri