ରକ୍ତଭଣ୍ଡାର କାର୍ଯ୍ୟନିର୍ବାହୀ କମିଟି ପୁନର୍ଗଠନ ନେଇ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଥିବା ରକ୍ତଭଣ୍ଡାରଗୁଡ଼ିକର ସୁପରିଚାଳନା ନିମନ୍ତେ ଏହାର ସମସ୍ତ କାର୍ଯ୍ୟନିର୍ବାହୀ କମିଟିର ପୁନର୍ଗଠନ କରାଯିବ। ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରି ସମସ୍ତ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଜାରି କରିଥିବା ମାର୍ଗଦର୍ଶିକାନୁଯାୟୀ, ପୁନର୍ଗଠିତ ଜିଲାସ୍ତରୀୟ ରକ୍ତଭଣ୍ଡାର ପରିଚାଳନା କମିଟିରେ ସମ୍ପୃକ୍ତ ଜିଲାର ଜିଲାପାଳମାନେ ଅଧ୍ୟକ୍ଷ ରହିବେ । ଉପଖଣ୍ଡସ୍ତରୀୟ ରକ୍ତଭଣ୍ଡାର ପାଇଁ ଉପଜିଲାପାଳ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରୀୟ ରକ୍ତଭଣ୍ଡାର ପାଇଁ ତହସିଲଦାରମାନଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ।

ଜିଲାସ୍ତରାୟ ରକ୍ତଭଣ୍ଡାରର ଉପସଭାପତି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଖଣ୍ଡସ୍ତରରେ ଉପଖଣ୍ଡଚିକିତ୍ସା ଚିକିତ୍ସା ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ତରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଉପାଧ୍ୟକ୍ଷ ରହିବେ ଏବଂ ସମ୍ପୃକ୍ତ ରକ୍ତଭଣ୍ଡାର ଅଧିକାରୀ ଏହାର ଆବାହକ ରହିବେ। ପ୍ରତି ରକ୍ତଭଣ୍ଡାରରେ ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦର ଜଣେ ପ୍ରତିନିଧିଙ୍କୁ ସଦସ୍ୟଭାବେ ରଖାଯିବ। ସେହିପରି ସମ୍ପୃକ୍ତ ଅଞ୍ଚଳ ପୌରସଂସ୍ଥାର ଚେୟାରମ୍ୟାନ, ନିୟମିତ ରକ୍ତଦାନ କରୁଥିବା ଜଣେ ମହିଳା ପ୍ରତିନିଧି, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ମଧ୍ୟ ଏଥିରେ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ଅଧ୍ୟକ୍ଷ ଆଉ ୫ଜଣଙ୍କୁ ମନୋନୀତ କରିବେ। ଯେଉଁମାନେ ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି ଓ ଲୋକଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ନିମନ୍ତେ ଉତ୍ସାହିତ କରୁଥିବେ ସେମାନଙ୍କୁ ମଧ୍ୟ ପରିଚାଳନା କମିଟିରେ ରଖାଯିବ। ରାଜ୍ୟ ସରକାର ରକ୍ତ ସଂଗ୍ରହ, ସଂରକ୍ଷଣ, ବିତରଣ ଆଦିରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରୁଥିବା ପରିପ୍ରେକ୍ଷୀରେ ରକ୍ତଭଣ୍ଡାରଗୁଡିକର ନୁଆ ପରିଚାଳନା କମିଟି ବିଭିନ୍ନ ପ୍ରସଙ୍ଗ ତଦାରଖ କରିବେ ା ପ୍ରତି ବର୍ଷରେ ଅନ୍ୟୁନ ଦୁଇଥର ଏହି ପରିଚାଳନାକମିଟି ବୈଠକ ବସିବ ଏବଂ ରାଜ୍ୟ ରକ୍ତସଂଚାରଣ ପରିଷଦକୁ ପରିଚାଳନା କମିଟି ବୈଠକର ବିବରଣୀ ପଠାଇବାକୁ କୁହାଯାଇଛି। ବିଭିନ୍ନ ରକ୍ତଭଣ୍ଡାରର ଅଧିକାରୀମାନେ ଆବାହକ ଭାବେ ତୁରନ୍ତ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ଗଠନ ପାଇଁ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରିି କରାଯାଇଛି।

ପୂର୍ବରୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜକଲେଜ ଗୁଡିକରେ ଥିବା ରକ୍ତଭଣ୍ଡାରଗୁଡିକ ରେଡକ୍ରସ୍‌ ଦ୍ୱାରା ପରିଚାଳିତ ହେଉଥିଲା। ବର୍ତ୍ତମାନ କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରକୁ ଛାଡିଦେଲେ ଅନ୍ୟସବୁ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ଥିବା ରକ୍ତଭଣ୍ଡାର ଗୁଡିକ ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?