ଯୁଦ୍ଧ ବିମାନ ରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନୋଟ୍‌ବୁକ୍‌ରେ ସେ ଲେଖିଥିଲେ ବଡ଼ ହେଲେ ପାଇଲଟ ହେବେ। ଶ୍ରେଣୀ ଭିତରେ ଜଣେ ଛାତ୍ରୀଙ୍କ ଏଭଳି ଦୁଃସାହସିକତା ଶିକ୍ଷକ ଓ ସହପାଠୀଙ୍କୁ ସେତେବେଳେ ଖୁସି ଦେଇଥିଲା। ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସମ୍ପୃକ୍ତା ଛାତ୍ରୀଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା। ଆଜି ସେ ଲକ୍ଷ୍ୟଠାରୁ ବହୁ ଉଚ୍ଚକୁ ଉଡ଼ିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡର ଏବେ ଫ୍ଲାଇଂ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହୋଇ ଇତିହାସ ରଚିଛନ୍ତି। ସେହି ସାହସୀ ମହିଳା ହେଲେ ଶାଲିଜା ଧାମି। ଅଗଷ୍ଟ ୨୮ରେ ତାଙ୍କ ପଦୋନ୍ନତି ନେଇ ଖବର ପ୍ରକାଶ ପାଇବା ପରେ ଶାଲିଜାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ବିମାନଗୁଡ଼ିକୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏକାଥରକେ ପାଖାପାଖି ୬ଟି ଏୟାରକ୍ରାଫ୍ଟ ଆକାଶମାର୍ଗରେ ଉଡ଼ିଥାଆନ୍ତି। ସେତେବେଳେ ସେଗୁଡ଼ିକୁ ଚଳାଉଥିବା ପାଇଲଟ୍‌ଙ୍କୁ କମାଣ୍ଡ୍‌ ବା ନିର୍ଦ୍ଦେଶ ଦେବାକୁ ପଡ଼ିଥାଏ। ଫ୍ଲାଇଟ୍‌ କମାଣ୍ଡର ଏମାନଙ୍କ ନେତା ହୋଇଥିବାରୁ ଶତ୍ରୁପକ୍ଷକୁ ମୁକାବିଲା କରିବା ଲାଗି ସେ ଅନ୍ୟମାନଙ୍କୁ ଆଦେଶ ଦେଇ ଏୟାରକ୍ରାଫ୍ଟକୁ ଆଗକୁ ନେଇଥାଆନ୍ତି। ଏବେ ସେହି ଫ୍ଲାଇଟ୍‌ କମାଣ୍ଡର ଭୂମିକାରେ ଶାଲିଜା ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ। ପୁରୁଷଙ୍କଠାରୁ ଜଣେ ମହିଳା କୌଣସି ଗୁଣରେ କମ୍‌ ନୁହେଁ ବୋଲି ଶାଲିଜା ଜୀବନରେ କରି ଦେଖାଇଛନ୍ତି। ହେଲିକପ୍ଟର ପାଇଲଟ ଭାବେ ୧୫ ବର୍ଷ ଉଡ଼ାଣ କରିବା ପରେ ସେ ଆଜି ଫ୍ଲାଇଟ୍‌ କମାଣ୍ଡର ହୋଇପାରିଛନ୍ତି। ୯ ବର୍ଷ ବାଳକର ଜଣେ ସଫଳ ମା’ ହୋଇପାରିଥିବା ଶାଲିଜାଙ୍କ ନାମରେ ୨,୩୦୦ ଘଣ୍ଟା ବିମାନ ଉଡ଼ାଇବାର ରେକର୍ଡ ରହିଛି। ନିକଟ ଅତୀତରେ ଦିଲ୍ଲୀ ହାଇକୋର୍ଟରେ ଲମ୍ବା ସମୟର ଆଇନଗତ ଯୁଦ୍ଧ ଜିତିଥିବା ବାୟୁ ସେନାର ମହିଳା ଅଧିକାରୀଙ୍କ ପାଇଁ ଶାଲିଜା ପାଲଟି ଯାଇଛନ୍ତି ଆଇକନ୍‌। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନାରେ ପ୍ରଥମେ ୧୯୯୪ରେ ମହିଳାଙ୍କୁ ଅଣ-ଯୁଦ୍ଧ ଦିଗରେ କାର୍ଯ୍ୟ କରିବା ସକାଶେ ଶର୍ଟ ସର୍ଭିସ କମିଶନ ପଦବୀରେ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାୟୀ ଭାବେ ଯୁଦ୍ଧ ବିମାନ ଉଡ଼ାଇବା ଲାଗି ଅନୁମତି ଦେବା ପାଇଁ ସେମାନେ ଅଦାଲତର ଆଶ୍ରୟ ନେଇଥିଲେ। ଏବେ ଯୁଦ୍ଧ ବିମାନ ଉଡ଼ାଇବା ଦିଗରେ ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍‌ର ମହିଳା ପାଇଲଟମାନେ ସେବା ଯୋଗାଇ ଚାଲିଛନ୍ତି। ତେବେ ଶାଲିଜାଙ୍କ ଦକ୍ଷତା ତାଙ୍କୁ ପ୍ରଥମେ ଫ୍ଲାଇଂ ବ୍ରାଞ୍ଚର ପର୍ମାନେଣ୍ଟ୍‌ କମିଶନ ହେବାର ସୁଯୋଗ ଦେଇଥିଲା। ପଞ୍ଜାବର ଲୁଧିଆନାରେ ଜନ୍ମିତ ଏହି ସାହସୀ ମହିଳା କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟ ବେଳର କଥା କହିବା ବେଳେ ଭାବବିହ୍ବଳ ହୋଇଯାଇଥାଆନ୍ତି। ୨୦୦୩ରେ ସେ ଯେତେବେଳେ ହାଇଦ୍ରାବାଦର ଏକାଡେମୀରୁ ପ୍ରଥମ ସୋଲୋ ଫ୍ଲାଇଟ୍‌ ‘ଏଚ୍‌ପିଟି-୩୨ ଦୀପକ’ ଉଡ଼ାଇଥିଲେ ସେତେବେଳେ ପବନ ବହୁଥିବା ଦିଗରୁ ତାଙ୍କୁ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମୟରେ ସେ ତାଙ୍କ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ ମଧ୍ୟ ତାହା ପାଇବା ସମ୍ଭବ ହୋଇ ନ ଥିଲା। ସେ ଧରି ନେଇଥିଲେ ନିଜକୁ ନିୟନ୍ତ୍ରଣ ମଧ୍ୟକୁ ଆଣି ସଫଳତା ପାଇବାକୁ ପଡ଼ିବ। ସେହି ସମୟକୁ କିପରି ସାମ୍ନା କରିଥିଲେ ତାହା ଅବର୍ଣ୍ଣନୀୟ ଥିଲା ବୋଲି ସେ କହିଥାଆନ୍ତି। ହେଲେ ନିରନ୍ତର ଚେଷ୍ଟା ତାଙ୍କୁ ଦୃଢ଼ମନା କରିଦେଇଛି। ସେ ହସି ହସି କହିଥାଆନ୍ତି, ଆଜି କାର୍‌ ଚଳାଇବା ଅପେକ୍ଷା ହେଲିକପ୍ଟର ଉଡ଼ାଇବାରେ ନିଜକୁ ସହଜ ମଣିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri