ଏଇ ଭାରତରେ

ଦରଖାସ୍ତ ଭଲ ଭାବେ ନ ପଢ଼ି ତାକୁ ମଞ୍ଜୁର କରିଦେଲେ କେତେ ଯେ ହଟହଟା ହେବାକୁ ହୁଏ ତା’ର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଥିବା ବିଷୟ ଦରଖାସ୍ତରେ ଲେଖି ପ୍ରିନି୍ସପାଲଙ୍କୁ ଆବେଦନ କରିଥିଲେ। ପ୍ରିନ୍ସିପାଲ ମଧ୍ୟ ଉକ୍ତ ଦରଖାସ୍ତକୁ ଭଲଭାବେ ନ ପଢ଼ି ତାକୁ ମଞ୍ଜୁର କରିଦେଇଥିଲେ। ଏଥିପାଇଁ ପ୍ରିନି୍ସପାଲଙ୍କୁ ହଟହଟା ହେବାକୁ ପଡିଛି। ଏଭଳି ଏକ ଦରଖାସ୍ତ ମଞ୍ଜୁର କରିବା ଘଟଣା ଯେତିକି ବିସ୍ମୟ ସୃଷ୍ଟିକରିଛି ସେତିକି ହାସ୍ୟରୋଳର ଖୋରାକ ଯୋଗାଇଛି। ଉତ୍ତରପ୍ରଦେଶରେ ଏହି ଛାତ୍ରଙ୍କର କାରନାମା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। କାନପୁରର ଏକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜର ମୃତ୍ୟୁ ହୋଇଥିବା ଦର୍ଶାଇ ପ୍ରିନି୍ସପାଲଙ୍କୁ ଅଧାଦିନ ଛୁଟି ନେବାକୁ ଅନୁମତି ଲୋଡ଼ିଥିଲେ। ଅଗଷ୍ଟ ୨୦ ପୂର୍ବାହ୍ଣ ୧୦ଟାରେ ଛାତ୍ରଙ୍କର ଦେହାନ୍ତ ହୋଇଥିବା ଦରଖାସ୍ତରେ ଦର୍ଶାଯାଇଛି। ବ୍ୟସ୍ତରେ ଥିବା ପ୍ରିନ୍ସିପାଲ ଦରଖାସ୍ତ ଭଲଭାବେ ନ ପଢ଼ି ଏଥିରେ ଲାଲ୍‌ ପେନ୍‌ରେ ଦସ୍ତଖତ କରି ମଞ୍ଜୁର ମଧ୍ୟ କରିଛନ୍ତି। ତେବେ ଏ ସମ୍ପର୍କରେ ଛାତ୍ର ଜଣକ କୌତୂହଳର ସହ ନିଜ ସାଙ୍ଗମାନଙ୍କୁ ଜଣାଇଥିଲେ। ଧୀରେ ଧୀରେ ଏହି ବିଷୟ ଶିକ୍ଷକମାନେ ମଧ୍ୟ ଜାଣିବାକୁ ପାଇଲେ। ଏବେ ସେଇ ଛାତ୍ରକୁ ଡକାଯାଇ ଏ ସମ୍ପର୍କରେ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri