ଯାଞ୍ଚ ଧରି ପାରୁନି, ଜାଲ୍‌ ସାର୍ଟିଫିକେଟ

ନୟାଗଡ଼,୨୦।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୮ଶହରୁ ଊର୍ଦ୍ଧ୍ୱ ଜାଲ ଶିକ୍ଷକ ଅବାଧରେ ପାଠ ପଢ଼ାଉଛନ୍ତି। ଧରପଗଡ଼ ପାଇଁ ବିଭିନ୍ନ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ହେଲେ ନକଲି ପ୍ରମାଣପତ୍ର ଦେଇ ନୟାଗଡ଼ ଜିଲାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଶିକ୍ଷକ ଅନାୟସରେ ଖସି ଯାଉଛନ୍ତି। ଜାଲ୍‌ ବା ଅଯୋଗ୍ୟ ଶିକ୍ଷକ ଧରା ପଡୁନାହାନ୍ତି ନଁା ସେମାନଙ୍କୁ ଜାଣିଶୁଣି ସୁରକ୍ଷା ଦିଆଯାଉଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ଜାଲ୍‌ ଶିକ୍ଷକ ଧରା ନ ପଡ଼ିବା କାରଣରୁ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବାରୁ ଜାଲ୍‌ ଶିକ୍ଷକମାନେ ବହୁ ବର୍ଷ ହେଲା ନିର୍ଭୟରେ ସରକାରୀ ଦରମା ଉଠାଇ ଚାଲିଛନ୍ତି। ପୁଣି ଜାଲ୍‌ ଶିକ୍ଷକମାନଙ୍କ ପାଖରେ ଛାତ୍ରୀଛାତ୍ର ପାଠ ପଢ଼ି ମୁର୍ଖ ହେଉଛନ୍ତି ବୋଲି କେତେଜଣ ଅଭିଭାବକ ଓ ଶିକ୍ଷାବିତ୍‌ ମତବ୍ୟକ୍ତ କରିଛନ୍ତି। ପ୍ରାପ୍ତ ଅଭିଯୋଗ ଅନୁସାରେ ନକଲି ସାର୍ଟଫିକେଟ ଦେଇ ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ଶିକ୍ଷୟିତ୍ରୀଶିକ୍ଷକ ନିୟୋଜିତ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ନୟାଗଡ଼, ଓଡ଼ଗଁା, ନୂଆଗଁା, ଦଶପଲ୍ଲା ଓ ରଣପୁର ବ୍ଲ୍ଳକରେ ଅଧିକ ରହିଛି।

ଗୋଟିଏ ଶିକ୍ଷା ବର୍ଷରେ ୨ଟି ପାଠପଢ଼ା
ଗୋଟିଏ ଶିକ୍ଷାବର୍ଷରେ ଦୁଇଟି ସାର୍ଟଫିକେଟ ହାତେଇ ଜିଲାରେ ଅନେକ ଶିକ୍ଷକ ପଦୋନ୍ନତି ପାଇଛନ୍ତି। ସେମାନଙ୍କ ନଁାରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତଦନ୍ତର ସ୍ବଚ୍ଛତା ଅଭାବରୁ ସେମାନେ ଖସି ଯାଉଥିବା ଅଭିଯୋଗ ରହିଛି। ଯାହାର ନଜୀର ଓଡ଼ଗଁା ବ୍ଲ୍ଳକରେ ଦେଖିବାକୁ ମିଳିଛି। ବାପାଙ୍କ ସ୍ବେଚ୍ଛାକୃତ ଅବସର ପରେ ଜଣେ ଯୁବକ ଯୁକ୍ତ ୨ ପାସ କରି ୧୧ା୭।୧୯୮୯ରେ ଅଣତାଲିମ ପ୍ରାପ୍ତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସେ ୧୯୯୦ରେ ସିଟି ତାଲିମ ନେଇ ୧୯୯୦ ଓ ୧୯୯୧ ବର୍ଷ ପାଠପଢ଼ି ସିଟି ସାର୍ଟିଫିକେଟ ହାସଲ କରିଛନ୍ତି। ସେପଟେ ୧୯୯୦ରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ପାଇଁ ୩ ବର୍ଷ ପାଠ ପଢ଼ି ୧୯୯୨ରେ ଡିଗ୍ରୀ ସାର୍ଟିଫିକେଟ ପାଇଛନ୍ତି। ଜଣେ ଶିକ୍ଷକ ୨ଟି ସ୍ଥାନରେ ସିଟି ତାଲିମ ଓ ଯୁକ୍ତ ୩ ପାଇଁ କିପରି ପାଠ ପଢ଼ିଲେ ତାହା ତଦନ୍ତସାପେକ୍ଷ। ପୁଣି ସେ ପାଠ ପଢ଼ିବାକୁ ୨ଟି ପ୍ରମାଣପତ୍ର ଆଣିଲେ କେଉଁଠୁ। ଏଣୁ ପ୍ରମାଣପତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ରହିଛି। ଏଭଳି ଶତାଧିକ ଶିକ୍ଷକ ଓଡ଼ଗଁା ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ଅଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି।

ମୁହଁ ବଙ୍କା କରୁଛି ହାତଗୁଞ୍ଜା
ଜାଲ ଶିକ୍ଷକମାନେ ନିଜ ପଦବୀକୁ ବଞ୍ଚେଇବାକୁ ହାତଗୁଞ୍ଜା ଦେଉଥିବା ଅଭିଯୋଗ ହୋଇଆସୁଛି। ହାତଗୁଞ୍ଜାର ପ୍ରଭାବରେ ନକଲି ଶିକ୍ଷକ ଧରା ପଡୁନାହାନ୍ତି ବୋଲି ଅଭିଯୋଗ ଉଠୁଛି। କେତେଜଣ ଶିକ୍ଷକନେତାଙ୍କ ସୂଚନା ଅନୁସାରେ, କ୍ଲଷ୍ଟର ପଏଣ୍ଟରେ ଯାଞ୍ଚ ହେବାବେଳେ ନକଲି ଶିକ୍ଷକମାନେ ଦୂରେଇ ରହୁଛନ୍ତି। ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ହାତଗୁଞ୍ଜା ଦେଇ ପ୍ୟାଚ ପକାଉଛନ୍ତି। ତେବେ ହାତଗୁଞ୍ଜା କାରବାର ପାଇଁ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ର଼୍ୟାକେଟ କାମ କରୁଛି। ଏଣୁ ବାରମ୍ବାର ଯାଞ୍ଚରେ ସ୍ବଚ୍ଛତା ରହୁନି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଯାଞ୍ଚ ସମୟରେ ଅସଲି ସହ ଜେରକ୍ସ ପ୍ରମାଣ ପତ୍ରକୁ ତନଖି କରାଯାଉଛି। ଏଣୁ ଏଥିରେ ନକଲି ଶିକ୍ଷକ ଧରାପଡ଼ିବେ ନାହିଁ। କାରଣ ଜାଲିଆତି ହୋଇଥିବା ପ୍ରମାଣପତ୍ର ପୂରା ଅସଲି ପରି ଜଣାପଡୁଛି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରେ ଜାଲ୍‌ ଶିକ୍ଷକ ଧରପଗଡ଼ ତ୍ୱରାନ୍ବିତ କରାଯାଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଅଭିଯୋଗ ମିଳିଲେ ଆମକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri