ଯାଞ୍ଚ ଧରି ପାରୁନି, ଜାଲ୍‌ ସାର୍ଟିଫିକେଟ

ନୟାଗଡ଼,୨୦।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୮ଶହରୁ ଊର୍ଦ୍ଧ୍ୱ ଜାଲ ଶିକ୍ଷକ ଅବାଧରେ ପାଠ ପଢ଼ାଉଛନ୍ତି। ଧରପଗଡ଼ ପାଇଁ ବିଭିନ୍ନ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ହେଲେ ନକଲି ପ୍ରମାଣପତ୍ର ଦେଇ ନୟାଗଡ଼ ଜିଲାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଶିକ୍ଷକ ଅନାୟସରେ ଖସି ଯାଉଛନ୍ତି। ଜାଲ୍‌ ବା ଅଯୋଗ୍ୟ ଶିକ୍ଷକ ଧରା ପଡୁନାହାନ୍ତି ନଁା ସେମାନଙ୍କୁ ଜାଣିଶୁଣି ସୁରକ୍ଷା ଦିଆଯାଉଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ଜାଲ୍‌ ଶିକ୍ଷକ ଧରା ନ ପଡ଼ିବା କାରଣରୁ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବାରୁ ଜାଲ୍‌ ଶିକ୍ଷକମାନେ ବହୁ ବର୍ଷ ହେଲା ନିର୍ଭୟରେ ସରକାରୀ ଦରମା ଉଠାଇ ଚାଲିଛନ୍ତି। ପୁଣି ଜାଲ୍‌ ଶିକ୍ଷକମାନଙ୍କ ପାଖରେ ଛାତ୍ରୀଛାତ୍ର ପାଠ ପଢ଼ି ମୁର୍ଖ ହେଉଛନ୍ତି ବୋଲି କେତେଜଣ ଅଭିଭାବକ ଓ ଶିକ୍ଷାବିତ୍‌ ମତବ୍ୟକ୍ତ କରିଛନ୍ତି। ପ୍ରାପ୍ତ ଅଭିଯୋଗ ଅନୁସାରେ ନକଲି ସାର୍ଟଫିକେଟ ଦେଇ ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ଶିକ୍ଷୟିତ୍ରୀଶିକ୍ଷକ ନିୟୋଜିତ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ନୟାଗଡ଼, ଓଡ଼ଗଁା, ନୂଆଗଁା, ଦଶପଲ୍ଲା ଓ ରଣପୁର ବ୍ଲ୍ଳକରେ ଅଧିକ ରହିଛି।

ଗୋଟିଏ ଶିକ୍ଷା ବର୍ଷରେ ୨ଟି ପାଠପଢ଼ା
ଗୋଟିଏ ଶିକ୍ଷାବର୍ଷରେ ଦୁଇଟି ସାର୍ଟଫିକେଟ ହାତେଇ ଜିଲାରେ ଅନେକ ଶିକ୍ଷକ ପଦୋନ୍ନତି ପାଇଛନ୍ତି। ସେମାନଙ୍କ ନଁାରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତଦନ୍ତର ସ୍ବଚ୍ଛତା ଅଭାବରୁ ସେମାନେ ଖସି ଯାଉଥିବା ଅଭିଯୋଗ ରହିଛି। ଯାହାର ନଜୀର ଓଡ଼ଗଁା ବ୍ଲ୍ଳକରେ ଦେଖିବାକୁ ମିଳିଛି। ବାପାଙ୍କ ସ୍ବେଚ୍ଛାକୃତ ଅବସର ପରେ ଜଣେ ଯୁବକ ଯୁକ୍ତ ୨ ପାସ କରି ୧୧ା୭।୧୯୮୯ରେ ଅଣତାଲିମ ପ୍ରାପ୍ତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସେ ୧୯୯୦ରେ ସିଟି ତାଲିମ ନେଇ ୧୯୯୦ ଓ ୧୯୯୧ ବର୍ଷ ପାଠପଢ଼ି ସିଟି ସାର୍ଟିଫିକେଟ ହାସଲ କରିଛନ୍ତି। ସେପଟେ ୧୯୯୦ରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ପାଇଁ ୩ ବର୍ଷ ପାଠ ପଢ଼ି ୧୯୯୨ରେ ଡିଗ୍ରୀ ସାର୍ଟିଫିକେଟ ପାଇଛନ୍ତି। ଜଣେ ଶିକ୍ଷକ ୨ଟି ସ୍ଥାନରେ ସିଟି ତାଲିମ ଓ ଯୁକ୍ତ ୩ ପାଇଁ କିପରି ପାଠ ପଢ଼ିଲେ ତାହା ତଦନ୍ତସାପେକ୍ଷ। ପୁଣି ସେ ପାଠ ପଢ଼ିବାକୁ ୨ଟି ପ୍ରମାଣପତ୍ର ଆଣିଲେ କେଉଁଠୁ। ଏଣୁ ପ୍ରମାଣପତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ରହିଛି। ଏଭଳି ଶତାଧିକ ଶିକ୍ଷକ ଓଡ଼ଗଁା ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ଅଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି।

ମୁହଁ ବଙ୍କା କରୁଛି ହାତଗୁଞ୍ଜା
ଜାଲ ଶିକ୍ଷକମାନେ ନିଜ ପଦବୀକୁ ବଞ୍ଚେଇବାକୁ ହାତଗୁଞ୍ଜା ଦେଉଥିବା ଅଭିଯୋଗ ହୋଇଆସୁଛି। ହାତଗୁଞ୍ଜାର ପ୍ରଭାବରେ ନକଲି ଶିକ୍ଷକ ଧରା ପଡୁନାହାନ୍ତି ବୋଲି ଅଭିଯୋଗ ଉଠୁଛି। କେତେଜଣ ଶିକ୍ଷକନେତାଙ୍କ ସୂଚନା ଅନୁସାରେ, କ୍ଲଷ୍ଟର ପଏଣ୍ଟରେ ଯାଞ୍ଚ ହେବାବେଳେ ନକଲି ଶିକ୍ଷକମାନେ ଦୂରେଇ ରହୁଛନ୍ତି। ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ହାତଗୁଞ୍ଜା ଦେଇ ପ୍ୟାଚ ପକାଉଛନ୍ତି। ତେବେ ହାତଗୁଞ୍ଜା କାରବାର ପାଇଁ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ର଼୍ୟାକେଟ କାମ କରୁଛି। ଏଣୁ ବାରମ୍ବାର ଯାଞ୍ଚରେ ସ୍ବଚ୍ଛତା ରହୁନି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଯାଞ୍ଚ ସମୟରେ ଅସଲି ସହ ଜେରକ୍ସ ପ୍ରମାଣ ପତ୍ରକୁ ତନଖି କରାଯାଉଛି। ଏଣୁ ଏଥିରେ ନକଲି ଶିକ୍ଷକ ଧରାପଡ଼ିବେ ନାହିଁ। କାରଣ ଜାଲିଆତି ହୋଇଥିବା ପ୍ରମାଣପତ୍ର ପୂରା ଅସଲି ପରି ଜଣାପଡୁଛି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରେ ଜାଲ୍‌ ଶିକ୍ଷକ ଧରପଗଡ଼ ତ୍ୱରାନ୍ବିତ କରାଯାଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଅଭିଯୋଗ ମିଳିଲେ ଆମକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri